କେବେବି ଓ କେଉଁଠି ବି ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ସ୍ୱତଃ ପ୍ରବୃତ୍ତ ଭାବେ ଆପଣ ବିରୋଧ ପ୍ରଦର୍ଶନ କରିପାରିବେ କିନ୍ତୁ, ଏହା ଦ୍ୱାରା ଆପଣ ସର୍ବସାଧାରଣଙ୍କ ପ୍ରଭାବିତ କଲା ଭଳି ସ୍ଥାନକୁ କ୍ରମାଗତ ଭାବେ ଦଖଲ କରିପାରିବେ ନାହିଁ ।

ନୂଆଦିଲ୍ଲୀ : 2019 ରେ ସୁପ୍ରିମକୋର୍ଟ ଦିଲ୍ଲୀର ଶାହିନ୍ ବାଗରେ ନାଗରିକତ୍ୱ ଅଧିନିୟମ ବିରୋଧରେ ହୋଇଥିବା ଧାରଣା ଉପରେ ଦେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାଖଲ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଅସହମତି କିମ୍ବା ବିରୋଧ ପ୍ରଦର୍ଶନ କରିବା ଅଧିକାର ସହିତ କେତେକ ଦାୟିତ୍ୱ ରହିଛି । ତେଣୁ କୌଣସି ବି ସ୍ଥାନରେ କେବେବି ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ କହିଛନ୍ତି ।

ଅକ୍ଟୋବର 2020 ରେ, 12 ଜଣ ସାମାଜିକ କର୍ମୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ଅଦାଲତ ଶାହିନ୍ ବାଗରେ ଅନୁଷ୍ଠିତ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନକୁ ବେଆଇନ ବୋଲି ଘୋଷଣା କରିଥିଲେ ।

Sheen-Bag-Protest

ଜଷ୍ଟିସ ଏସ.କେ କୌଲ, ଅନିରୁଦ୍ଧ ବୋଷ ଏବଂ କୃଷ୍ଣ ମୁରାରୀଙ୍କ ତିନିଜଣିଆ ଖଣ୍ଡପୀଠ ଏହି ରିଭ୍ୟୁ ପିଟିସନକୁ ଖାରଜ କରିବା ସହ କହିଛନ୍ତି ଯେ ବିରୋଧ କେବେ ବି କୌଣସି ସ୍ଥାନରେ କରାଯାଇପାରିବ ନାହିଁ । ସ୍ୱତଃ ପ୍ରବୃତ୍ତ ଭାବେ ଆପଣ ବିରୋଧ ପ୍ରଦର୍ଶନ କରିପାରିବେ କିନ୍ତୁ, ଏହା ଦ୍ୱାରା ଆପଣ ସର୍ବସାଧାରଣଙ୍କ ପ୍ରଭାବିତ କଲା ଭଳି ସ୍ଥାନକୁ କ୍ରମାଗତ ଭାବେ ଦଖଲ କରିପାରିବେ ନାହିଁ ।

ତିନି ଜଣିଆ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି, ଆନ୍ଦୋଳନ ସମୟରେ ସାର୍ବଜନୀନ ସ୍ଥାନରେ ଦଖଲ କରିପାରିବ ନାହିଁ । ସାର୍ବଜନୀନ ବିରୋଧ କେବଳ ଖାଲି ସ୍ଥାନମାନଙ୍କରେ କରିପାରିବେ । ଏହା ପୂର୍ବରୁ ସର୍ବୋଚ୍ଚ ଅଦାଲତ ଅକ୍ଟୋବର ରାୟରେ କହିଥିଲେ, ଯେ ଏଭଳି ବିରୋଧ ଗ୍ରହଣୀୟ ନୁହେଁ ।

ଆପଣଙ୍କୁ କହିରଖୁଛୁ ଯେ 2019 ରେ ଶାହିନ୍ ବାଗରେ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦୀର୍ଘ ଦିନ ଧରି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନଗୁଡିକୁ ଖାଲି କରିବାକୁ ପୋଲିସର ଅଧିକାର ଅଛି ଏବଂ କୌଣସି ସର୍ବସାଧାରଣ ସ୍ଥାନକୁ ଦଖଲ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରାଯାଇପାରିବ ନାହିଁ । କୋର୍ଟଙ୍କ ମନ୍ତବ୍ୟ ନାଗରିକଙ୍କ ଆନ୍ଦୋଳନ କରିବାର ଅଧିକାରକ୍ଷୁର୍ଣ୍ଣ କରୁଥିବା ଦର୍ଶାଇ ଏହି ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ 12 ଜଣ ସାମାଜିକ କାର୍ଯ୍ୟକର୍ତ୍ତା ଏକ ପିଟିସନ ଦାଖଲ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+