ଚାଉଳ ମିଲ୍ ବିଲଡିଂ ଭୁଶୁଡି 4 ଜଣଙ୍କର ମୃତ୍ୟୁ, 20 ଜଣ ଆହତ
ଚଣ୍ଡିଗଡ଼ : ହରିୟାଣାର କର୍ଣ୍ଣାଲରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ତିନି ମହଲା ଚାଉଳ ମିଲ୍ କୋଠା ଭୁଶୁଡି ପଡିଛି । ଫଲରେ ଅନେକ ଶ୍ରମିକ ବିଲ୍ଡିଂ ତଳେ ପୋତି ହୋଇଯାଇଛନ୍ତି ।
ଏହି ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଲ୍ଡିଂର ଆବର୍ଜନା ତଳେ ପୋତି ହୋଇଥିବା ଶ୍ରମିକମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ।

କର୍ଣ୍ଣାଲ ଡିଏମ ଅନିଶ ଯାଦବ କହିଛନ୍ତି ଯେ ଏହି ଦୁର୍ଘଟଣାରେ 24 ଜଣ ଫସି ରହିଛନ୍ତି, ସେଥିମଧ୍ୟରୁ 20 ଜଣ ଆହତ ହୋଇଥିବାବେଳେ 4 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଘଟିବା ସମୟରେ ପ୍ରାୟ 150 କର୍ମଚାରୀ ବିଲଡିଂ ଭିତରେ ଥିଲେ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ପ୍ରାଥମିକ ସୂଚନାରୁ ଆମେ ଜାଣିବାକୁ ପାଇଲୁ ଯେ ବିଲଡିଂରେ କିଛି ତ୍ରୁଟି ଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । ଚାଉଳ ମିଲର ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କର୍ଣ୍ଣାଲ ଏସପି ଶଶାଙ୍କ କୁମାର କହିଛନ୍ତି ଯେ ଏହି ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି । ଆମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛୁ । NDRF ଏବଂ SDRF ଦଳ ମଧ୍ୟ ଏଠାରେ ପହଞ୍ଚିଛନ୍ତି ।












Click it and Unblock the Notifications