କାଶ୍ମୀରରେ 26/11 ପୁନରାବୃତ୍ତି ନେଇ ଆତଙ୍କବାଦୀଙ୍କ ଷଡଯନ୍ତ୍ର ବିଫଳ

ଶ୍ରୀନଗର : ଆତଙ୍କବାଦୀ ସଂଗଠନ ଜାମ୍ମୁ କାଶ୍ମୀରରେ ମୁମ୍ବାଇ 26/11 ଘଟଣାର ପୁନରାବୃତ୍ତି କରିବା ପୂର୍ବରୁ ପୋଲିସ ଏହି ଷଡଯନ୍ତ୍ରକୁ ପଣ୍ଡ କରି ଦେଇଦେଇଛି । ଜାମ୍ମୁ କାଶ୍ମୀର ପୋଲିସ ଗୁପ୍ତଚର ଏଜେନ୍ସି ସହାୟତାରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଫାରୁକ୍ ଅହମ୍ମଦ ୱାନି ବାରାମୁଲ୍ଲାକୁ ଗିରଫ କରିଛି ।
ପଚରାଉଚରା ବେଳେ ଆତଙ୍କବାଦୀ କହିଛି ଯଏ ଶ୍ରୀନଗରରେ ଅନୁଷ୍ଠିତ ଜି -20 ସମ୍ମିଳନୀକୁ ଅସଫଳ କରିବା ପାଇଁ ଆତଙ୍କବାଦୀ ସଂଗଠନ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି । ସେ ଆହୁରି ମଧ୍ୟ କହିଛି ଯେ ଜି -20 ସମ୍ମିଳନୀକୁ ବିଫଳ କରିବା ପାଇଁ ଆତଙ୍କବାଦୀ ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି । ଏହି ସବୁ ସମୟ ମଧ୍ୟରେ ସୁରକ୍ଷା କର୍ମୀମାନେ ବାରାମୁଲାର କରହମା କୁଞ୍ଜର ଅଞ୍ଚଳରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ନିହତ ଆତଙ୍କବାଦୀ ୟାରହୋଲ ବାବାପୋରା କୁଲଗାମର ବାସିନ୍ଦା ଆବିଦ୍ ୱାନି ବୋଲି ଜଣାପଡିଛି । ସେ ଆତଙ୍କବାଦୀ ସଂଗଠନ ଲସ୍କର ସହ ଜଡ଼ିତ ଥିଲା ।
ବିଶେଷ କଥା ହେଉଛି ଆତଙ୍କବାଦୀ ସଂଗଠନମାନେ ଭାରତର ଇତିହାସର ସେହି କଳା ଅଧ୍ୟାୟକୁ ପୁନରାବୃତ୍ତି ପାଇଁ ଷଡଯନ୍ତ୍ର କରିଥିଲେ ଯେଉଁଥିରେ 12 ବର୍ଷ ପୂର୍ବେ ଅର୍ଥାତ୍ 2008 ମସିହାରେ ମୁମ୍ବାଇ ପ୍ରାୟ 60 ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ପ୍ରାୟ 164 ଲୋକ ପ୍ରାଣ ହରାଇଥିବା ବେଳେ 300 ରୁ ଅଧିକ ଆହତ ହୋଇଥିଲେ । ତେବେ 10 ଜଣ ଆତଙ୍କବାଦୀଙ୍କ ମଧ୍ୟରୁ 9 ଜଣଙ୍କୁ ଭାରତୀୟ ସୈନିକମାନେ ଗୋଟିଏ ପରେ ଗୋଟିଏ ହତ୍ୟା କରିଥିଲେ । କିନ୍ତୁ, ଏହି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଅଜମଲ କସାବକୁ ଏହି ଦିନ ଅର୍ଥାତ 6 ମଇ 2010 ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
ସେ ଦିନ ଥିଲା 26 ନଭେମ୍ବର 2011 । କରାଚି ରୁ ଡଙ୍ଗାରେ ପ୍ରବେଶ କରିଥିବା ଲସ୍କର-ଏ-ତୋଏବା ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ମୁମ୍ବାଇର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରିଥିଲେ । ଲିଓପୋଲ୍ଡ କାଫେ ଏବଂ ଶିବାଜୀ ଛତ୍ରପତି ଟର୍ମିନାଲରୁ ଆରମ୍ଭ କରି ତାଜ ହୋଟେଲ, ହୋଟେଲ ଓବରୋଇ ଏବଂ ନରିମାନ ହାଉସ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ମୁମ୍ବାଇ ସହରକୁ କାବୁ କରି ମୃତ୍ୟୁର ତାଣ୍ଡବ ରଚିଥିଲେ । ସବୁ ସ୍ଥାନରେ ଗୁଳି ଓ ବୋମା ବିସ୍ଫୋରଣ ଶୁଣିବାକୁ ମିଳୁଥିଲା । 164 ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ 300 ରୁ ଅଧିକ ଲୋକ ଆହତ ହୋଇଥିଲେ ।
ତେବେ 9 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିମଧ୍ୟରୁ ଅଜମଲ କସାବ (ପାକିସ୍ଥାନ ବାସିନ୍ଦା) କୁ ଗିରଫ କରାଯାଇଥିଲା । ଏହା ପରେ 2010 ରେ ଆଜି ଦିନରେ ତାକୁ ଫାଶୀଦଣ୍ଡ ଶୁଣାଯାଇଥିଲା । ଏହା ପରେ 21 ନଭେମ୍ବର 2012 ରେ ପୁଣେର ୟେରୱାଡା ଜେଲରେ ଫାଶୀ ଦିଆଯାଇଥିଲା । ଏହା କସାବରେ ପ୍ରତିଶୋଧ ପାଇଁ ନୁହିଁ ତ ବୋଲି ଆଶଙ୍କା କରାଯାଉଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications