ମାନବ ଅଧିକାର କମିଶନର ଦାୟିତ୍ୱ ନେଲେ ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର
ଜାତୀୟ ମାନବ ଅଧିକାର ଆୟୋଗ (NHRC) ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବସରପ୍ରାପ୍ତ ଜଷ୍ଟିସ୍ ଅରୁଣ ମିଶ୍ର । ବୁଧବାର ଦିନ ସେ କାର୍ଯ୍ୟାଳୟକୁ ଯାଇ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି ।
ନୂଆଦିଲ୍ଲୀ : ଜାତୀୟ ମାନବ ଅଧିକାର ଆୟୋଗ (NHRC) ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବସରପ୍ରାପ୍ତ ଜଷ୍ଟିସ୍ ଅରୁଣ ମିଶ୍ର । ବୁଧବାର ଦିନ ସେ କାର୍ଯ୍ୟାଳୟକୁ ଯାଇ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆପଣଙ୍କୁ କହିରଖୁଛୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କୁ ସୋମବାର NHRC ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହା ବ୍ୟତୀତ ମହେଶ ମିତ୍ତଲ କୁମାର ଏବଂ ଡକ୍ଟର ରାଜୀବ ଜୈନ ଆୟୋଗର ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟସଭା ଉପସଭାପତି ହରିବଂଶ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେଙ୍କ ଏକ ପ୍ୟାନେଲ ଅରୁଣ ମିଶ୍ରଙ୍କୁ NHRC ର ନୂତନ ଅଧ୍ୟକ୍ଷ ଭାବରେ ମନୋନୀତ କରିଛି ।

6 ମାସ ହେଲା ଖାଲି ପଡ଼ିଥିଲା ଅଧ୍ୟକ୍ଷ ପଦ
ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରୁ ଜାତୀୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ଡିସେମ୍ବରରେ ଜଷ୍ଟିସ୍ ଏଚ୍.ଏଲ୍ ଦତ୍ତୁ ଏହି ପଦରୁ ଅବସର ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡଗେ, ରାଜ୍ୟସଭାର ଉପସଭାପତି ହରିବଂଶ ନାରାୟଣ ସିଂ ସୋମବାର ଦିନ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ତଥା ଆୟୋଗର ଦୁଇଜଣ ସଦସ୍ୟ ଚୟନ କରିବାକୁ ବୈଠକ କରିଥିଲେ ।
କିଏ ଏହି ଅରୁଣ ମିଶ୍ର ?
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର 1978 ମସିହାରେ ତାଙ୍କର ଓକିଲାତି ଜୀବନ ଆରମ୍ଭ କରିଥିଲେ । ସେ 1998-99 ମସିହାରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ସର୍ବ କନିଷ୍ଠ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଅକ୍ଟୋବର 1999 ରେ ଅରୁଣ କୁମାର ମିଶ୍ର ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ପରେ ସେ 7 ଜୁଲାଇ 2014 ରେ ସୁପ୍ରିମକୋର୍ଟରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଏବଂ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications