Get Updates
Get notified of breaking news, exclusive insights, and must-see stories!

ବଡ ଖବର : ସେପ୍ଟେମ୍ବର ସୁଦ୍ଧା ଆସିପାରେ ପିଲାମାନଙ୍କ ଉପରେ କୋଭାକ୍ସିନ୍ ପରୀକ୍ଷଣର ଫଳାଫଳ - ରଣଦୀପ ଗୁଲେରିଆ

ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ ବର୍ତ୍ତମାନ ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା ଚାଲିଛି ଏବଂ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ।

ନୂଆଦିଲ୍ଲୀ : ସାରା ଦେଶରେ କରୋନା ତୃତୀୟ ଲହରର ଆଶଙ୍କା ମଧ୍ୟରେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ପିଲାମାନଙ୍କ ଉପରେ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଟିକା ପରୀକ୍ଷା ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ ବର୍ତ୍ତମାନ ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା ଚାଲିଛି ଏବଂ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ଡକ୍ଟର ରଣଦୀପ ଗୁଲେରିଆଙ୍କ ଏହି ବିବୃତ୍ତିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି କାରଣ ଆସନ୍ତା ସପ୍ତାହରୁ 2 ରୁ 6 ବର୍ଷର ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଦେବାର ପରୀକ୍ଷା ଆରମ୍ଭ ହୋଇପାରେ ।

vaccine

ଆପଣଙ୍କୁ କହି ରଖୁଛୁ ଦିଲ୍ଲୀର AIIMS ଠାରେ ଚାଲିଥିବା ପରୀକ୍ଷା ଅଧୀନରେ 6 ରୁ 12 ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ପରୀକ୍ଷା ପାଇଁ ଦିଆଯାଇଛି । ଇଣ୍ଡିଆ ଟୁଡେ ସମ୍ବାଦ ଅନୁଯାୟୀ, ଜୁନ୍ 22 ରେ, ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେବାବେଳେ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କରୋନା ଟିକା ଉପଲବ୍ଧ ହୋଇପାରେ । କୋଭାକ୍ସିନ୍ ବ୍ୟତୀତ ବର୍ତ୍ତମାନ ଦେଶରେ ପିଲାମାନଙ୍କ ପାଇଁ ଜାୟଡସ୍ କ୍ୟାଡିଲା ଟିକା ପରୀକ୍ଷା ମଧ୍ୟ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+