ରାମଦେବଙ୍କ ବିରୋଧରେ 'କଳା ଦିବସ' ପାଳୁଛନ୍ତି ଡାକ୍ତର ଆସୋସିଏସନ୍
ଏଲୋପାଥି ଉପରେ ଯୋଗଗୁରୁ ରାମଦେବଙ୍କ ବୟାନକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନି । ରାମଦେବଙ୍କ ବିରୋଧରେ ଆଜି ସାରା ଦେଶରେ 'କଳା ଦିବସ' ପାଳୁଛି ଫେଡେରସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ ।
ନୂଆଦିଲ୍ଲୀ : ଏଲୋପାଥି ଉପରେ ଯୋଗଗୁରୁ ରାମଦେବଙ୍କ ବୟାନକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନି । ରାମଦେବଙ୍କ ବିରୋଧରେ ଆଜି ସାରା ଦେଶରେ 'କଳା ଦିବସ' ପାଳୁଛି ଫେଡେରସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ । ଏହି ସମୟରେ ରୋଗୀ ସେବାରେ କୌଣସି ବ୍ୟାହତ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଡାକ୍ତର ସଂଘ । ଯୋଗଗୁରୁ ରାମଦେବଙ୍କ ଏଲୋପାଥି ଉପରେ ଦେଇଥିବା ବିବୃତ୍ତିକୁ ବିରୋଧ କରି ସାରା ଦେଶର ଡାକ୍ତରମାନେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

ଗତ କିଛିଦିନ ହେବ ଏଲୋପାଥିକୁ ନେଇ ରାମଦେବ କିଛି ବିବାଦୀୟ ବୟାନ ଦେବା ପରେ ଆରମ୍ଭ ହୋଇଥିଲା ବିବାଦ । ରାମଦେବଙ୍କ ବୟାନକୁ IMA ବିରୋଧ କରିବା ସହ ତାଙ୍କ ନାଁ ରେ ମାମଲା ମଧ୍ୟ ରୁଜୁ କରିଛି । ଏହି ଏତଲାରେ ବାବା ରାମଦେବ ଟିକାକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ନେଇ କୁହାଯାଇଛି ।












Click it and Unblock the Notifications