କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି : ମେଡିକାଲ ପାଠ୍ୟକ୍ରମରେ ଓବିସି ଓ ଆର୍ଥିକ ପଛୁଆ ବର୍ଗଙ୍କୁ ମିଳିଲା ସଂରକ୍ଷଣ
ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ 10 ପ୍ରତିଶତ ସଂରକ୍ଷଣ ମିଳିବା ବେଳେ ଓବିସି ପିଲାଙ୍କ ପାଇଁ ରହିବ 27 ପ୍ରତିଶତ ସଂରକ୍ଷଣ । ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ କୋର୍ସ ଲାଗି ସର୍ବଭାରତୀୟ କୋଟା ଯୋଜନା ଲାଗୁ ହୋଇଛି ।
ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏହି ପରିପ୍ରେକ୍ଷୀରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ 10 ପ୍ରତିଶତ ସଂରକ୍ଷଣ ମିଳିବା ବେଳେ ଓବିସି ପିଲାଙ୍କ ପାଇଁ ରହିବ 27 ପ୍ରତିଶତ ସଂରକ୍ଷଣ । ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ କୋର୍ସ ଲାଗି ସର୍ବଭାରତୀୟ କୋଟା ଯୋଜନା ଲାଗୁ ହୋଇଛି । ଏହି ଯୋଜନା ଦ୍ୱାରା 5ହଜାର 5550 ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ।

ଏହି ନୂଆ ସଂରକ୍ଷଣ ନୀତି 2021-22 ଶିକ୍ଷାବର୍ଷ ଠାରୁ ଲାଗୁ କରାଯିବ। ଏହି ଯୋଜନା ମାଧ୍ୟମରେ 1500 ଓବିସି ଛାତ୍ରଛାତ୍ରୀ ଏମବିବିଏସରେ ଓ 2500 ଛାତ୍ରଛାତ୍ରୀ ପିଜି ସଂରକ୍ଷଣ ସୁବିଧା ପାଇବେ । ସେହିପରି ଆର୍ଥିକ ପଛୁଆ ବର୍ଗର 550 ଏମବିବିଏସ ଓ 1000 ପିଜି ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ସଂରକ୍ଷଣ ବ୍ୟବସ୍ଥା ଏମବିବିଏସ୍, ଏମଡି, ଏମଏସ୍, ବିଡିଏସ୍, ଏମଡିଏସ୍ ଓ ଡିପ୍ଲୋମା ମେଡିକାଲ ପାଠ୍ୟକ୍ରମ ପାଇଁ ଚଳିତ ଶିକ୍ଷାବର୍ଷ ଠାରୁ ଲାଗୁ ହେବ ।












Click it and Unblock the Notifications