ଗିରଫ ହେଲା ଦିଲ୍ଲୀ ହିଂସାର ଅଭିଯୁକ୍ତ ଦୀପ ସିଦ୍ଧୁ
ଜାନୁଆରୀ 26 ରେ କୃଷକଙ୍କ ଟ୍ରାକ୍ଟର ରାଲିରେ ଦିଲ୍ଲୀର ଲାଲକିଲ୍ଲା ସମେତ ବିଭିନ୍ନ ସ୍ଥାନରେ ହିଂସା ଘଟିବା ପରେ ଦିଲ୍ଲୀ ପୋଲିସ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଖୋଜୁଥିଲା । ଏବେ ଶେଷରେ ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି ।
ନୂଆଦିଲ୍ଲୀ : ଜାନୁଆରୀ 26 ରେ କୃଷକଙ୍କ ଟ୍ରାକ୍ଟର ରାଲିରେ ଦିଲ୍ଲୀର ଲାଲକିଲ୍ଲା ସମେତ ବିଭିନ୍ନ ସ୍ଥାନରେ ହିଂସା ଘଟିବା ପରେ ଦିଲ୍ଲୀ ପୋଲିସ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଖୋଜୁଥିଲା । ଏବେ ଶେଷରେ ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି । ପାଖାପାଖି 15 ଦିନ ଫେରାର ରହିଥିଲା ଦୀପ ସିଦ୍ଧୁ । ଦୀପ ସିଦ୍ଧୁଙ୍କ ସମେତ ଅନ୍ୟ ଅନେକ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ଦିଲ୍ଲୀ ପୋଲିସ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । 26 ଜାନୁଆରୀରେ ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଥିଲା ଏବଂ ଘଟଣାର ତଦନ୍ତ କରୁଛି ।

12 ଟାରେ ସାମ୍ବାଦିକ ସମ୍ମିଳନୀ
ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ ଦୀପ ସିଦ୍ଧୁଙ୍କୁ ଚଣ୍ଡିଗଡ଼ ଏବଂ ଅମ୍ବାଲା ମଧ୍ୟରେ ଜିରାକପୁର ଅଞ୍ଚଳରୁ ଗିରଫ କରାଯାଇଛି । ଦୀପ ସିଦ୍ଧୁ ତାଙ୍କ ମହିଳା ବନ୍ଧୁଙ୍କ ସହ ଯୋଗାଯୋଗରେ ଥିଲେ । ମହିଳା ବନ୍ଧୁ ଜଣେ ଅଭିନେତ୍ରୀ ଏବଂ କାଲିଫର୍ଣ୍ଣିଆରେ ରୁହନ୍ତି । ଦୀପ ସେମାନଙ୍କୁ ଭିଡିଓ ପଠାଉଥିଲେ ଏବଂ ତା'ପରେ ମହିଳା ବନ୍ଧୁମାନେ ଏହି ଭିଡିଓକୁ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ କରୁଥିଲେ । ଦୀପ ସିଦ୍ଧୁଙ୍କ ଗିରଫ ପରେ ଦିଲ୍ଲୀ ପୋଲିସ ମଧ୍ୟାହ୍ନ 12 ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବ ।
ପୋଲିସ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା
ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁ, ଯୁଗରାଜ ସିଂ, ଗୁରୁଜତ ସିଂ, ଗୁରୁଜନ୍ତ ସିଂଙ୍କ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ଏହା ବ୍ୟତୀତ ଦିଲ୍ଲୀ ପୋଲିସ ବୁଟା ସିଂ, ସୁଖଦେବ ସିଂ, ଜଜବୀର ସିଂ ଏବଂ ଇକବାଲ ସିଂଙ୍କ ବିଷୟରେ ସୂଚନା ଦେଲେ 50,000 ଟଙ୍କା ପୁରସ୍କାର ଘୋଷଣା କରିଛି । ଜାନୁଆରୀ 26 ହିଂସା ପରଠାରୁ ଦୀପ ସିଦ୍ଧୁ ନିଖୋଜ ଥିଲେ, ଯଦିଓ ସେ ଫେସବୁକରେ ଭିଡିଓ ମାଧ୍ୟମରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରୁଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ପୋଲିସ ଗିରଫ କରିଛି ।
ଲାଲକିଲ୍ଲାରେ ଲଗାଯାଇଥିଲା ଧାର୍ମିକ ପତାକା
26 ଜାନୁଆରୀରେ ଟ୍ରାକ୍ଟର ରାଲିରେ ହଜାର ହଜାର ବିକ୍ଷୋଭକାରୀ ପୋଲିସ ସହିତ ସଂଘର୍ଷ କରିଥିଲେ । ଏହି ହିଂସା ସମୟରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହି ପ୍ରତିବାଦ ସମୟରେ ବହୁ ସଂଖ୍ୟାରେ କୃଷକ ଟ୍ରାକ୍ଟରରେ ଦିଲ୍ଲୀରେ ପହଞ୍ଚି କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୋଧ କରିଥିଲେ । ଟ୍ରାକ୍ଟର ସମାବେଶରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଲାଲକିଲ୍ଲାରେ ପହଞ୍ଚି ନିଶାନ ସାହିବଙ୍କ ପତାକା ଲଗାଇଥିଲେ । ଅଭିଯୋଗ ହୋଇଛି ଯେ ଦୀପ ସିଦ୍ଧୁ ହିଁ ଏହି ଲୋକଙ୍କୁ ଲାଲକିଲ୍ଲାକୁ ଯାଇ ଏଠାରେ ପତାକା ଲଗାଇବାକୁ ଉତ୍ସାହିତ କରିଥିଲେ ।
କୃଷକ ନେତାମାନଙ୍କୁ ଦେଇଥିଲା ଚେତାବନୀ
26 ଜାନୁଆରୀ ହିଂସା ପରେ ଦୀପ ସିଦ୍ଧୁ ଉପରେ ଲୋକମାନଙ୍କୁ ହିଂସା କରିବା ନେଇ ଉତ୍ସାହିତ କରିଥିବାର ଅଭିଯୋଗ ହୋଇଥିଲା । ଏହା ପରେ ଦୀପ ସିଦ୍ଧୁ ଫେସବୁକରେ ଭିଡିଓ ମାଧ୍ୟମରେ ତାଙ୍କ ପକ୍ଷ ରଖିଥିଲେ । ଏଥି ସହ ଦୀପ କୃଷକ ନେତାମାନଙ୍କୁ ଖୋଲା ଚେତାବନୀ ଦେଇଥିଲେ । ଦେଶଦ୍ରୋହୀ ବୋଲି କ୍ରୋଧିତ ହୋଇ ଦୀପ ସିଦ୍ଧୁ କୃଷକ ନେତାମାନଙ୍କୁ ଧମକ ଦେଇଥିଲେ ଯେ ଯଦି ମୁଁ ମୁହଁ ଖୋଲି କୃଷକ ଆନ୍ଦୋଳନର ଭିତର ଭାଗ ଖୋଲିବାକୁ ଲାଗିଲି, ତେବେ ଏହି ନେତାମାନେ ବର୍ତ୍ତି ପାରିବେ ନାହିଁ । ସେ କହିଥିଲେ ଯେ ମୋର ଶବ୍ଦକୁ ଡାଇଲଗ୍ ଭାବନ୍ତୁ ନାହିଁ, ମୋ ପାଖରେ ସବୁ କଥାର ଉତ୍ତର ଅଛି, ତେଣୁ ତୁମେମାନେ ତୁମର ମାନସିକତା ପରିବର୍ତ୍ତନ କର ।
ଲଗାତାର ଦୁଇ ମାସ ଧରି ଦୀପ ସିଦ୍ଧୁ କୃଷକ ଆନ୍ଦୋଳନରେ ସକ୍ରିୟ ଥିଲେ। କିଛି ଦିନ ପୂର୍ବେ ଶିଖ୍ ଫର ଜଷ୍ଟିସ୍ ସହିତ ତାଙ୍କର ସମ୍ପର୍କ ନେଇ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଗତ ବର୍ଷ ଆନ୍ଦୋଳନ ସମୟରେ କୃଷକ ସଂଘର ନେତୃତ୍ୱ ଉପରେ ଦୀପ ପ୍ରଶ୍ନ କରିଥିଲେ । ସେହି ସମୟ ମଧ୍ୟରେ ସେ ଶମ୍ଭୁ ମୋର୍ଚ୍ଚା ନାମରେ ଏକ ନୂତନ କୃଷକ ସଙ୍ଗଠନ ଘୋଷଣା କରିଥିଲେ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications