Get Updates
Get notified of breaking news, exclusive insights, and must-see stories!

ଗଣତନ୍ତ୍ର ଦିବସରେ 901 ପୋଲିସ୍ ଙ୍କୁ ମିଳିବ ମେଡାଲ୍, ଓଡ଼ିଶାରୁ 21 ଜଣଙ୍କୁ ମେଡାଲ୍

ଗଣତନ୍ତ୍ର ଦିବସ ଅବସରରେ 901 ପୋଲିସ କର୍ମଚାରୀଙ୍କୁ ସାହସିକତା ପାଇଁ ସମ୍ମାନିତ କରାଯାଇଛି । ଏହି ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ଏଥିମଧ୍ୟରୁ 140 ଜଣ ପୋଲିସ କର୍ମଚାରୀଙ୍କୁ ଗାଲାଣ୍ଟ୍ରି ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି ।

Republic Day

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ 901 ପୋଲିସ କର୍ମଚାରୀଙ୍କୁ ସାହସିକତା ପାଇଁ ସମ୍ମାନିତ କରାଯାଇଛି । ଏହି ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ଏଥିମଧ୍ୟରୁ 140 ଜଣ ପୋଲିସ କର୍ମଚାରୀଙ୍କୁ ଗାଲାଣ୍ଟ୍ରି ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି । ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ 93 ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି । ସମ୍ମାନଜନକ ସେବା ପାଇଁ 668 ପୋଲିସ କର୍ମଚାରୀଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି ।

140 ଜଣଙ୍କୁ ମିଳିଥିବା ବୀରତା ପୁରସ୍କାର ମଧ୍ୟରୁ 80 ଜଣ ଯବାନ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ରରୁ ଅଛନ୍ତି । ଜାମ୍ମୁ କାଶ୍ମୀରର 45 ଜଣ ଯବାନ ନିଜ ବୀରତା ପାଇଁ ମେଡାଲ୍ ପାଇଛନ୍ତି । ଏହା ବ୍ୟତୀତୀ 48 ଜଣ CRPF ଯବାନ ମଧ୍ୟ ବୀରତା ପୁରସ୍କାର ପାଇଛନ୍ତି । ଏହା ବ୍ୟତୀତ 31 ଜଣ ମହାରାଷ୍ଟ୍ରର, 25 ଜଣ ଜାମ୍ମୁ କାଶ୍ମୀରର, 9 ଜଣ ଝଡଖଣ୍ଡରୁ ଅଛନ୍ତି । ଦିଲ୍ଲୀ, ଛତିଶଗଡରୁ 7 ଝଣ ଲେଖାଏଁ ବିଏସଏଫ ଯବାନଙ୍କୁ ମିଳିଛି ଏହି ମେଡାଲ୍ ।

55 ଜଣ ଯବାନଙ୍କୁ ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ ପଦକ ପ୍ରଦାନ କରାଯାଇଛି । ଏହି ଗ୍ୟାଲେଣ୍ଟ୍ରି ପଦକକୁ ହୋମଗାର୍ଡ ଏବଂ ସିଭିଲ୍ ଡିଫେନ୍ସରେ ଯବାନଙ୍କ ବୀରତ୍ୱ, ସାହସିକତା ପାଇଁ ପ୍ରଦାନ କରାଯାଇଛି । ସମ୍ମାନଜନକ ସେବା ତଥା ନାଗରିକ ପ୍ରତିରକ୍ଷା ପାଇଁ ବିଶ୍ୱ ସେବା ଏବଂ ନାଗରିକ ପ୍ରତିରକ୍ଷା ପଦକ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଏହି ପଦକ ସମ୍ମାନଜନକ ସେବା ପାଇଁ 9 ଜଣ କର୍ମଚାରୀ ଏବଂ ନାଗରିକ ପ୍ରତିରକ୍ଷା ପାଇଁ 45 ଜଣ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି ।

ଓଡ଼ିଶାରୁ 21 ଜଣଙ୍କୁ ମେଡାଲ୍

ଏଥି ସହିତ ଓଡ଼ିଶାରୁ 21 ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଲାଗି ମେଡାଲ୍ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ପ୍ରମୋଦ କୁମାର ଦଳାଇଙ୍କୁ, ଭଲ୍ୟୁଣ୍ଟର୍‌ (ସିଡି) 'ରାଷ୍ଟ୍ରପତିଙ୍କ ହୋମ୍‌ଗାର୍ଡ' ମେଡାଲ୍‌' ଓ 'ସିଭିଲ୍‌ ଡିଫେନ୍ସ ମେଡାଲ୍‌' ପାଇଁ ମନୋନୀତ କରାଯାଇଛି । ସେହିପରି, ଉଲ୍ଲେଖନୀୟ ସେବା ପାଇଁ 'ହୋମ୍‌ଗାର୍ଡ ଓ ଡିଫେନ୍‌ସ୍‌' ପଦକ ପାଇଁ ହୋମ୍‌ଗାର୍ଡ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ବାବୁଲି ହାତୀ, ପ୍ରମୋଦ କୁମାର ସାହୁ ଓ ବିପିନ ବିହାରୀ ବିଶ୍ୱାଳ ମନୋନୀତ ହୋଇଛନ୍ତି ।

ଓଡ଼ିଶାରୁ 2 ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇବେ । ସେମାନେ ହେଉଛନ୍ତି, କଟକରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଧୀରେନ୍ଦ୍ର ସମ୍ଭାଜୀ କୁଟେ ଏବଂ କଟକସ୍ଥିତ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ କାର୍ଯ୍ୟରତ କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ ।
ଉଲ୍ଲେଖନୀୟ ସେବା ନିମନ୍ତେ ଓଡ଼ିଶାରୁ 11 ଜଣ ପୋଲିସ ପଦକ ପାଇବେ । ସେମାନେ ହେଲେ, ଭଦ୍ରକର ଅତିରିକ୍ତ ଏସ୍‌.ପି. ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍‌ସ୍‌ ୟୁନିଟ୍ ର 'ଏସ୍‌ଡିପି' ସୁଧାଂଶୁଶେଖର ପୂଜାରୀ, ଭୁବନେଶ୍ୱର 'ଏସିପି' ହିମାଂଶୁଭୂଷଣ ସ୍ୱାଇଁ, ଭୁବନେଶ୍ୱରସ୍ଥିତ 'ବିପିଏସ୍‌ପିଏ'ର ଡେପୁଟି କମାଣ୍ଡାଣ୍ଟ୍‌ ଜ୍ଞାନେନ୍ଦ୍ର କୁମାର ଦାସ, ଭୁବନେଶ୍ୱରସ୍ଥିତ ସିକ୍ୟୁରିଟି ୱିଙ୍ଗ୍‌ ଇନ୍‌ସ୍‌ପେକ୍ଟର୍‌ ଅରୁଣ ବଳିଆରସିଂହ, ବ୍ରହ୍ମପୁର ଭିଜିଲାନ୍‌ସ୍‌ ଡିଭିଜନ୍‌ର 'ଏସ୍‌ଆଇ' ଯୁଗଳକିଶୋର ପ୍ରଧାନ, କଟକ ନୂଆପାଟଣାର କନେଷ୍ଟବଳ ସରୱରଦ୍ଦୀନ୍ ଖାଁ, ଭୁବନେଶ୍ୱରସ୍ଥିତ 'ଏସ୍‌ସିଆର୍‌ବି'ର ପୁଲିସ 'ଏଏସ୍‌ଆଇ' (କମ୍ପ୍ୟୁଟର୍‌) ବିଜ୍ଞାନଭୂଷଣ ମହାନ୍ତି, ଭୁବନେଶ୍ୱରର ପୁଲିସ ଡ୍ରିଲ୍‌ ଇନ୍‌ସ୍‌ପେକ୍ଟର୍‌ ଅନୀଲ କୁମାର ମିଞ୍ଜ ଓ ରାଉରକେଲାସ୍ଥିତ 4ର୍ଥ ବାଟାଲିୟନ୍‌ର ସିପାହୀ ପ୍ରଦୀପ କୁମାର ବେହେରା ।

ରାଷ୍ଟ୍ରପତିଙ୍କ 'ଫାୟାର୍‌ ସର୍ଭିସ୍‌ ମେଡାଲ୍‌' ପାଇବେ ଲିଡିଙ୍ଗ୍‌ ଫାୟାର୍‌ମ୍ୟାନ୍‌ କାଳିଚରଣ ଶବର, ଡ୍ରାଇଭର୍‌ ହାବିଲ୍‌ଦାର ବିପଦଭଞ୍ଜନ ବେହେରା ଏବଂ ଡ୍ରାଇଭର୍‌ ହାବିଲ୍‌ଦାର୍‌ ନକୁଳ ନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+