Republic Day Parade 2021: ଜାତୀୟ ରାଜଧାନୀରେ ଗଣତନ୍ତ୍ର ଦିସର କାର୍ଯ୍ୟସୂଚୀର ସବିଶେଷ ବିବରଣୀ, କିପରି ଦେଖିବେ ସିଧା ପ୍ରସାରଣ

କୋଭିଡ୍ ମହାମାରୀକୁ ନେଇ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ବିଶେଷ ପରିବର୍ତ୍ତନ କରାଯାଇଛି । ଦର୍ଶକଙ୍କ ସଂଖ୍ୟା ହ୍ରାସ କରିବା ସହ କେତେକ କାର୍ଯ୍ୟକ୍ରମ ମଧ୍ୟ ବାତିଲ୍ କରାଯାଇଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ପ୍ରସ୍ତୁତି ।

ନୂଆଦିଲ୍ଲୀ : ଆସନ୍ତା କାଲି ତଥା 26 ଜାନୁଆରୀ 2021 ରେ ଭାରତ ନିଜର 72 ତମ ଗଣତନ୍ତ୍ର ଦିବସ ପାଳନ କରିବ । ବ୍ରିଟିଶ୍ ଶାସନ ବିରୋଧରେ ବିପ୍ଳବ ଏବଂ ଭାରତର ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସମ୍ବିଧାନ ପ୍ରଚଳନ ଦିବସ ଭାବେ ସାରା ଦେଶ ଏହି ଦିବସକୁ ପାଳନ କରିଆସୁଛି । 1950 ମସିହା ଏହି ଦିନରେ ଭାରତରେ ସମ୍ବିଧାନ ଗ୍ରହଣ ହେବା ସହ ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବେ ନିଜ ପରିଚୟ ଲାଭ କରିଥିଲା ।

republic-day

ଭାରତରେ ଗଣତନ୍ତ୍ର ଦିବସ ଏହାର ନାଗରକିଙ୍କ ପାଇଁ କୌଣସି ପର୍ବ ଠାରୁ କମ୍ ନୁହେଁ । ଏହି ଦିନ ଭାରତୀୟ ସାମରିକ ବାହିନୀ ଏବଂ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଦେବା ସହ ବେଶ୍ ଆନନ୍ଦରେ ପାଳନ କରାଯାଇଥାଏ । ଗଣତନ୍ତ୍ର ଦିବସ କେବଳ ଉତ୍ସବ ନୁହେଁ ବରଂ ଏହା ଭାରତର କୂଟନୈତିକ ସମ୍ପର୍କକୁ ମଧ୍ୟ ପ୍ରତିଫଳିତ କରିଥାଏ । କିନ୍ତୁ ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ କୌଣସି ବିଦେଶୀ ଅତିଥି ଯୋଗ ଦେବେନି । ଶେଷ ଥର ପାଇଁ 1966 ମସିହାରେ ଗଣତନ୍ତ୍ର ଦିବସରେ କେହି ମୁଖ୍ୟ ଅତିଥି ନଥିଲେ । ସେହିପରି 1952 ଏବଂ 1953 ମସିହାରେ ସାଧାରଣତନ୍ତ୍ର ଦିବସରେ କୌଣସି ମୁଖ୍ୟ ଅତିଥି ନଥିଲେ ।

କୋଭିଡ୍ ମହାମାରୀକୁ ନେଇ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ବିଶେଷ ପରିବର୍ତ୍ତନ କରାଯାଇଛି । ଦର୍ଶକଙ୍କ ସଂଖ୍ୟା ହ୍ରାସ କରିବା ସହ କେତେକ କାର୍ଯ୍ୟକ୍ରମ ମଧ୍ୟ ବାତିଲ୍ କରାଯାଇଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ପ୍ରସ୍ତୁତି । ଉପସ୍ଥିତ ରହିବାକୁ କାହାକୁ ମିଳିବ ଅନୁମତି, କେଉଁଠୁ ଦେଖିବେ ସିଧାପ୍ରସାରଣ ?

ଗଣତନ୍ତ୍ର ଦିବସ ପ୍ୟାରେଡ୍ 2021 କାର୍ଯ୍ୟସୂଚୀ

ଐତିହାସିକ ଗଣତନ୍ତ୍ର ଦିବସ ପ୍ୟାରେଡ ରାଷ୍ଟ୍ରପତି ଭବନରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍ ଠାରେ ଶେଷ ହେବ । ଏହି ପ୍ୟାରେଡ୍ ରାଜପଥର ବିଜୟ ଛକ, ଅମର ଜବାନ୍ ଜ୍ୟୋତି, ଇଣ୍ଡିଆ ଗେଟ୍ ରାଜକୁମାରୀ ପ୍ୟାଲେସ୍, ତିଲକ ମାର୍ଗ ଦେଇ ଶେଷରେ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ପ୍ରଦର୍ଶନ ହେବ ।

ପତାକା ଉତ୍ତୋଳନ ସମୟ

ଚଳିତ ବର୍ଷ କୋଭିଡ୍-19 ମହାମାରୀ ପାଇଁ ଚଳିତ ବର୍ଷ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ସଙ୍କୁଚିତ କରାଯାଇଛି । ଏଥିରେ ପ୍ୟାରେଡ୍ କମ୍ କରାଯିବା ସହ ସାସ୍କୃତି କର୍ଯ୍ୟକ୍ରମକୁ ମଧ୍ୟ କିଛି ମାତ୍ରାରେ ବାତିଲ୍ କରାଯାଇଛି । ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସକାଳ 8 ଟାରେ ଆରମ୍ଭ ହୋଇ 11.30 ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।

କିପରି ଦେଖିବେ ଗଣତନ୍ତ୍ର ଦିବସ 2021ର ସିଧା ପ୍ରସାରଣ

ଚଳିତ ବର୍ଷ ଗଣତନ୍ତ୍ର ଦିବସର ସିଧାପ୍ରସାରଣ ଦେଖିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ମୋବାଇଲ୍ ଆପ୍ଲିକେସନ୍ ଜାରି କରାଯାଇଛି । ଏହି ଆପ୍ ରେ 'ରିପବ୍ଲିକ୍ ଡେ ପ୍ୟାରେଡ୍ 2021' କିମ୍ବା 'ଆରଡିପି 2021'ର ପ୍ୟାରେଡ୍ ବ୍ୟତୀତ ଅନ୍ୟାନ୍ୟ ପ୍ରଦର୍ଶନ, ଲାଇଭ୍ ଟେଲିକାଷ୍ଟ, ପାର୍କିଂ ରୁଟ୍ ମଧ୍ୟ ସୂଚନା ପାଇପାରିବେ ।

ଏହା ବ୍ୟତୀତ ଆପଣ ଦୂରଦର୍ଶନ ନ୍ୟୁଜ୍ ଏବଂ ଏହାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଗଣତନ୍ତ୍ର ଦିବସର ପ୍ୟାରେଡ୍ ସିଧାପ୍ରସାରଣ ଦେଖିପାରିବେ । ଏଥିସହିତ ଅଧିକାଂଶ ବେସରକାରୀ ନ୍ୟୁଜ୍ ଚ୍ୟାନେଲଗୁଡିକ ମଧ୍ୟ ଗଣତନ୍ତ୍ର ଦିବସ ପ୍ୟାରେଡକୁ ସିଧା ପ୍ରସାରଣ କରିବେ ।

କେତେଜଣଙ୍କୁ ଉପସ୍ଥିତ ରହିବାକୁ ମିଳିଛି ଅନୁମତି

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦର୍ଶକଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଚଳିତ ବର୍ଷ ମାତ୍ର 25ହଜାର ଦର୍ଶକଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ମିଳିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ସଂଖ୍ୟାକୁ 300ରୁ 200କୁ ହ୍ରାସ କରାଯାଇଛି । ଏଥିସହିତ 15 ବର୍ଷରୁ କମ୍ ଏବଂ ବୟସ୍କ ବ୍ୟକ୍ତିଙ୍କ ଉପସ୍ଥିତିକୁ ବାରଣ କରାଯାଇଛି ।

ଗ୍ୟାଲେଣ୍ଟ୍ରି ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ କୌଣସି ପ୍ୟାରେଡ୍ କାର୍ଯ୍ୟକ୍ରମ ନାହିଁ

କୋଭିଡ୍ ମହାମାରୀ ପାଇଁ ସାହସିକତା ପୁରସ୍କାର ପ୍ରାପ୍ତ ବ୍ୟକ୍ତି ତଥା ପିଲାମାନଙ୍କ ପାଇଁ ରଖାଯାଉଥିବା କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି । ଏହାବ୍ୟତୀତ ସବୁଠାରୁ ଆକର୍ଷଣୀୟ ସେନା ତଥା ପାରାମିଲିଟାରୀ କର୍ମଚାରୀଙ୍କ ଦ୍ୱାରା ପ୍ରଦର୍ଶିତ ହେଉଥିବା ମୋଟରସାଇକେଲ ଷ୍ଟଣ୍ଟକୁ ମଧ୍ୟ ବାଦ୍ ଦିଆଯାଇଛି ।

ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ

ଚଳିତ ବର୍ଷ 72ତମ ସାଧାରଣ ତନ୍ତ୍ର ଦିବସରେ ସମୁଦାୟ 32 ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ । ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର 17ଟି ପ୍ରଜ୍ଞାପନ ମେଢ, ନଅଟି ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ବିଭାଗର 6 ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ । ଏହି ପ୍ରଜ୍ଞାପନ ମେଢ ରାଜପଥରେ ଦେଶର ସଂସ୍କୃତି ଓ ପରମ୍ପରାର ନିଦର୍ଶନ ଦେଖାଇବେ । ଗୁଜୁରାଟ, ଆସାମ, ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଲଦାଖ ଏବଂ ଦିଲ୍ଲୀର ପ୍ରଜ୍ଞାପନ ମେଢ ଏଥିରେ ଅଂଶଗ୍ରହଣ କରିବେ । କିନ୍ତୁ ଏ ସମସ୍ତ ଲାଲକିଲ୍ଲା ପର୍ଯ୍ୟନ୍ତ ନିୟମିତ ମାର୍ଗର ଯିବା ପରିବର୍ତ୍ତେ ଚଳିତ ବର୍ଷ ଜାତୀୟ ଷ୍ଟାଡିୟମରେ ଅଟକି ରହିବ । ଏହି କାର୍ଯ୍ୟକ୍ରମ ସମୟରେ କୋଭିଡ୍-19 ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।

ଗଣତନ୍ତ୍ର ଦିବସରେ ପ୍ରବେଶ ନିୟମାବଳୀ

ନିମନ୍ତ୍ରଣ କିମ୍ବା ଟିକେଟ୍ ଥିବା ବ୍ୟକ୍ତିମାନଙ୍କୁ ଚଳିତ ବର୍ଷ ରାଜପଥରେ ପ୍ୟାରେଡ୍ ଦେଖିବାକୁ ପ୍ରବେଶ ନେଇ ଅନୁମତି ମିଳିବ । ଏନେଇ ଦିଲ୍ଲୀ ପୋଲିସ୍ ଏକ ଟ୍ୱିଟ୍ କରି ସୂଚନା ଦେଇଛି ଯେ, "ଚଳିତ ବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ୍-2021 ରେ ପ୍ରବେଶ କେବଳ ନିମନ୍ତ୍ରଣ କାର୍ଡ / ଟିକେଟ୍ ମାଧ୍ୟମରେ ହେବ । ଯେଉଁମାନଙ୍କର ବୈଧ ନିମନ୍ତ୍ରଣ କାର୍ଡ / ଟିକେଟ୍ ନାହିଁ, ସେମାନେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଘରେ ବସି ଦେଖିବା ପାଇଁ ପରାମର୍ଶ ଦିଆଯାଇଛି । 15 ବର୍ଷରୁ କମ୍ ପିଲାମାନଙ୍କୁ ରାଜପଥରେ ହେଉଥିବା ଗଣତନ୍ତ୍ର ଦିବସ ପ୍ୟାରେଡ୍ -2021କୁ ଅନୁମତି ନାହିଁ ।"

ଏହି ବର୍ଷ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ପ୍ରବେଶ ହେବ ନାହିଁ । ନିମନ୍ତ୍ରିତ ହୋଇଥିବା ବ୍ୟକ୍ତିଙ୍କୁ ବ୍ୟାଗ, ସୁଟକେସ୍, ପିନ, ଖାଇବା ସାମଗ୍ରୀ, କ୍ୟାମେରା, ବାଇନାକୁଲାର, ହ୍ୟାଣ୍ଡିକ୍ୟାମ, ଆଇପ୍ୟାଡ୍, ଆଇପଡ୍, ପାମ-ଟପ୍ କମ୍ପ୍ୟୁଟର, ଲାପଟପ୍, କମ୍ପ୍ୟୁଟର, ଟାବଲେଟ୍ କମ୍ପ୍ୟୁଟର, ପାୱାର ବ୍ୟାଙ୍କ, ଡିଜିଟାଲ୍ ଡାଏରୀ ଭଳି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ନ ଆଣିବାକୁ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+