Get Updates
Get notified of breaking news, exclusive insights, and must-see stories!

ଜାତୀୟ ରାଜଧାନୀ ଦିଲ୍ଲୀରେ ପାଳିତ ହେଲା 72 ତମ ସାଧାରଣତନ୍ତ୍ର ଦିବସର ଅପଡେଟ୍

ଆଜି ସାରା ଦେଶ ପାଳନ କରୁଛି 72ତମ ସାଧାରଣତନ୍ତ୍ର ଦିବସ । ଜାତୀୟ ରାଜଧାନୀ ଦିଲ୍ଲୀଠାରେ ପାଳନ ହେଉଛି ସାଧାରଣତନ୍ତ୍ର ଦିବସ । ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ କୌଣସି ବିଦେଶୀ ବ୍ୟକ୍ତି ଯୋଗ ଦେବେନି ।

ନୂଆଦିଲ୍ଲୀ : ଆଜି ସାରା ଦେଶ ପାଳନ କରୁଛି 72ତମ ସାଧାରଣତନ୍ତ୍ର ଦିବସ । ଜାତୀୟ ରାଜଧାନୀ ଦିଲ୍ଲୀଠାରେ ପାଳନ ହେଉଛି ସାଧାରଣତନ୍ତ୍ର ଦିବସ । ବ୍ରିଟିଶ୍ ଶାସନ ବିରୋଧରେ ବିପ୍ଳବ ଏବଂ ଭାରତର ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସମ୍ବିଧାନ ପ୍ରଚଳନ ଦିବସ ଭାବେ ସାରା ଦେଶ ଏହି ଦିବସକୁ ପାଳନ କରିଆସୁଛି । 1950 ମସିହା ଏହି ଦିନରେ ଭାରତରେ ସମ୍ବିଧାନ ଗ୍ରହଣ ହେବା ସହ ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବେ ନିଜ ପରିଚୟ ଲାଭ କରିଥିଲା ।

republic-day

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ କୌଣସି ବିଦେଶୀ ବ୍ୟକ୍ତି ଯୋଗ ଦେବେନି । ପ୍ରାୟ 55ବର୍ଷ ପରେ ମୁଖ୍ୟ ଅତିଥି ବିନା ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଶେଷ ଥର ପାଇଁ 1966 ମସିହାରେ ଗଣତନ୍ତ୍ର ଦିବସରେ କେହି ମୁଖ୍ୟ ଅତିଥି ନଥିଲେ । ସେହିପରି 1952 ଏବଂ 1953 ମସିହାରେ ସାଧାରଣତନ୍ତ୍ର ଦିବସରେ କୌଣସି ମୁଖ୍ୟ ଅତିଥି ନଥିଲେ ।

Jan 26, 2021, 11:14 am IST

ଆତ୍ମନିର୍ଭର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିଛି COVID19 ଟିକା ବିକାଶର ପ୍ରକ୍ରିୟା ଚିତ୍ର ।
Jan 26, 2021, 11:02 am IST

ଉତ୍ତରପ୍ରଦେଶର ସାଂସ୍କୃତିକ ଐତିହ୍ୟ ବିଷୟବସ୍ତୁରେ ସ୍ଥାନ ପାଇଛି ଭବ୍ୟ ରାମ ମନ୍ଦିର ।
Jan 26, 2021, 10:58 am IST

ପଞ୍ଜାବର ପ୍ରଜ୍ଞାପନ ମେଢରେ ନବମ ଶିଖ ଗୁରୁ, ଶ୍ରୀ ଗୁରୁ ତେଗ ବାହାଦୂରଙ୍କ ଗୌରବ ପ୍ରଦର୍ଶନ କରୁଛି । ଏହି ମେଢ 'ଶ୍ରୀ ଗୁରୁ ତେଗ ବାହାଦୂରର 400 ତମ ଜନ୍ମ ବାର୍ଷିକୀ' ର ବିଷୟବସ୍ତୁ ରହିଛି ।
Jan 26, 2021, 10:50 am IST

ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢରେ ପ୍ରଦର୍ଶିତ ହୋଇଛି ମୋଡେରାରେ ସୂର୍ଯ୍ୟ ମନ୍ଦିରର ଏକ ପ୍ରତିକୃତି ।
Jan 26, 2021, 10:48 am IST

ଲଦାଖର ସାଂସ୍କୃତିକ ପ୍ରଜ୍ଞାପନ ମେଢ ପ୍ରଦର୍ଶନରେ ଆଗରେ ରହିଛି । ଏହା କଳା ଏବଂ ସ୍ଥାପତ୍ୟ, ଭାଷା ଏବଂ ଉପଭାଷା, ରୀତିନୀତି ଏବଂ ପୋଷାକ, ମେଳା ଏବଂ ପର୍ବ, ସାହିତ୍ୟ, ସଙ୍ଗୀତ ବ୍ୟତୀତ ଲଦାଖର ସଂସ୍କୃତି ଏବଂ ସାମ୍ପ୍ରଦାୟିକ ସମନ୍ୱୟକୁ ଦର୍ଶାଉଛି ।
Jan 26, 2021, 10:46 am IST

ମହାରାଷ୍ଟ୍ରର ଏନସିସି ନିର୍ଦ୍ଦେଶାଳୟର ସିନିୟର ଅଣ୍ଡର ଅଫିସର ସମୃଦ୍ଧି ହର୍ଷଲ ସାଣ୍ଟଙ୍କ ନେତୃତ୍ୱରେ ଏନସିସି ବାଳିକା ମାର୍ଚ୍ଚ କଣ୍ଟିଜେଣ୍ଟ ପ୍ୟାରଡ୍ କରିଛନ୍ତି ।
Jan 26, 2021, 10:39 am IST

ବ୍ଲାକ୍ କ୍ୟାଟ୍ କମାଣ୍ଡୋସ୍ ଭାବେ ପରିଚିତ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ର ଏକ କଣ୍ଟିଜେଣ୍ଟ ରାଜପଥରେ ପ୍ୟାରେଡରେ ଭାଗ ନେଇଛନ୍ତି । 1984 ରେ ଏହି ଫୋର୍ସ ଗଠନ କରାଯାଇଥିଲା ।
Jan 26, 2021, 10:37 am IST

ରିପବ୍ଲିକ୍ ଡେ ପରେଡରେ ପ୍ରଦର୍ଶିତ ହୋଇଛି ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ର ପ୍ରଜ୍ଞାପନ ମେଢ । ଏହି ପ୍ରଜ୍ଞାପନ ମେଢରେ 1971 ଯୁଦ୍ଧରେ ନୌସେନାର ମୁଖ୍ୟ ଯୁଦ୍ଧବିମାନ, INS ବିକ୍ରାନ୍ତ ସାଗର ହକ୍ ଏବଂ ଆଲିଜ୍ ବିମାନ ସହିତ ଫ୍ଲାଇଙ୍ଗ୍ ଅପରେସନ୍ ପ୍ରଦର୍ଶନ କରିଥିଲେ ।
Jan 26, 2021, 10:33 am IST

ଦେଶର ପ୍ରଥମ ତିନିଜଣ ମହିଳା ଯୁଦ୍ଧ ବିମାନ ପାଇଲଟଙ୍କ ମଧ୍ୟରୁ Flt Lt Bhawna Kanth, ଗଣତନ୍ତ୍ର ଦିବସ ପରେଡରେ ଭାରତୀୟ ବାୟୁସେନା ପ୍ରଜ୍ଞାପନ ମେଢରେ ଅଂଶ ଗ୍ରଙଣ କରିଛନ୍ତି ।
Jan 26, 2021, 10:31 am IST

140 ଏୟାର ଡିଫେନ୍ସ ରେଜିମେଣ୍ଟର କ୍ୟାପ୍ଟେନ୍ ପ୍ରୀତି ଚୌଧୁରୀ ଅପଗ୍ରେଡ୍ ସ୍କିଲ୍କା ଅସ୍ତ୍ର ପ୍ରଣାଳୀକୁ ଆଗେଇ ନେଇଛନ୍ତି । ସେ ରିପବ୍ଲିକ୍ ଡେ ପ୍ୟାରେଡ୍ 2021 ରେ ସେନାର ଏକମାତ୍ର ମହିଳା କଣ୍ଟିଜେଣ୍ଟ୍ କମାଣ୍ଡର ।
Jan 26, 2021, 10:28 am IST

841 ରକେଟ୍ ରେଜିମେଣ୍ଟ (ପିନାକା) ର ମଲ୍ଟି ଲଞ୍ଚର୍ ରକେଟ୍ ସିଷ୍ଟମ୍ ର ନେତୃତ୍ୱ ନେଇଛନ୍ତି କ୍ୟାପ୍ଟେନ୍ ଭିଭୋର ଗୁଲାଟି ।
Jan 26, 2021, 10:22 am IST

ମୋବାଇଲ୍ ସ୍ୱୟଂଶାସିତ ଲଞ୍ଚର୍ ବ୍ରାହ୍ମୋସ ମିସାଇଲ୍ ସିଷ୍ଟମର ନେତୃତ୍ୱ କରୁଛନ୍ତି କ୍ୟାପଟେନ କ୍ୱାମ୍ରୁଲ ଜମାନ । ଏହି କ୍ଷେପଣାସ୍ତ୍ରକୁ ଭାରତ ଏବଂ ଋଷର ମିଳିତ ଉଦ୍ୟମରେ ବିକଶିତ କରାଯାଇଛି । ଏହାର ସର୍ବାଧିକ ସୀମା 400 କିଲୋମିଟର ଅଟେ ।
Jan 26, 2021, 10:19 am IST

ମାର୍ଚ୍ଚ କଣ୍ଟିଜେଣ୍ଟ୍ ଏବଂ ବାଂଲାଦେଶ ସେନାର ବ୍ୟାଣ୍ଡ ରେପବ୍ଲିକ୍ ଡେ ପରେଡରେ ଅଂଶଗ୍ରହଣ କରନ୍ତି | ଏହି ସୈନ୍ୟବାହିନୀର ନେତୃତ୍ୱ ନେଉଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଆବୁ ମହମ୍ମଦ ଶାହନୁର ଶୱାନ । 122 ସଦସ୍ୟ ବିଶିଷ୍ଟ ଶକ୍ତିଶାଳୀ ଦଳ ପ୍ରଥମ ଥର ପାଇଁ ପରେଡରେ ଅଂଶଗ୍ରହଣ କରୁଛନ୍ତି |
Jan 26, 2021, 10:17 am IST

ଭାରତୀୟ ସୈନ୍ୟବାହିନୀର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ, T- 90 ଭୀଷ୍ମ, ଯାହା 54 ଆର୍ମୋର୍ଡ ରେଜିମେଣ୍ଟର କ୍ୟାପଟେନ କରଣଭୀର ସିଂ ଭଙ୍ଗୁଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇ ରାଜପଥର ପ୍ୟାରେଡରେ ସାମିଲ ହୋଇଛି ।
Jan 26, 2021, 10:15 am IST

ସାହସିକତା କ୍ଷେତ୍ରରେ ପରମବୀର ଚକ୍ର ଏବଂ ଅଶୋକ ଚକ୍ର ପାଇଥିବା ଯବାନମାନେ ରାଜପଥରେ ପ୍ୟାରେଡରେ ସାମିଲ ହୋଇଛନ୍ତି ।
Jan 26, 2021, 10:13 am IST

ଲେଫ୍ଟନାଣ୍ଟ ଜେନେରାଲ ବିଜୟ କୁମାର ମିଶ୍ର ପ୍ୟାରେଡ କମାଣ୍ଡର ଭାବରେ ଚଳିତ ବର୍ଷର ଗଣତନ୍ତ୍ର ଦିବସର ପ୍ୟାରେଡର ନେତୃତ୍ୱ ନେଉଛନ୍ତି ।
Jan 26, 2021, 10:07 am IST

ଜାତୀୟ ପତାକା ଉତ୍ତୋଳନ ପରେ 223 ଫିଲ୍ଡ ରେଜିମେଣ୍ଟର ସେରିମୋନିଆଲ୍ ବ୍ୟାଟେରୀ ଦ୍ୱାରା 21 ତୋପ ସଲାମୀ ଦିଆଯାଇଛି ।
Jan 26, 2021, 10:03 am IST

ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ଉଡ଼ିଲା ତ୍ରିରଙ୍ଗା ପତାକା । ପତାକା ଉତ୍ତୋଳନ କରିଛନ୍ତି ଦେଶର ପ୍ରଥମ ବ୍ୟକ୍ତି ମହାମହିମ ରାଷ୍ଚ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଅବସରରେ ଉପସ୍ଥିତ ଅଛନ୍ତି ।
Jan 26, 2021, 9:51 am IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟରେ ଥିବା ଜାତୀୟ ଯୁଦ୍ଧ ମେମୋରିଆଲରେ ଆନୁଷ୍ଠାନିକ ପୁସ୍ତକରେ ଦସ୍ତଖତ କରିଛନ୍ତି । ଏହି ଅହସରରେ ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା କର୍ମଚାରୀ, ସେନା ମୁଖ୍ୟ ତଥା ନୌସେନା କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।
Jan 26, 2021, 9:44 am IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ ଠାରେ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ୍ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Jan 26, 2021, 9:15 am IST

ଦେଶବାସୀଙ୍କୁ 72ତମ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇଲେ କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
Jan 26, 2021, 9:00 am IST

ଆରମ୍ଭ ହୋଇଛି କୃଷକଙ୍କ ଟ୍ରାକ୍ଟର ରାଲି

ସିଙ୍ଗୁ ସୀମାରୁ ଆରମ୍ଭ ହୋଇଛି କୃଷକଙ୍କର ଟ୍ରାକ୍ଟର ରାଲି ।
Jan 26, 2021, 8:48 am IST

ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କ ବାସଭବନରେ ଉତ୍ତୋଳନ କଲେ ଜାତୀୟ ପତାକା ।
Jan 26, 2021, 8:47 am IST

ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି) ଯବାନମାନେ ସାଧାଣତନ୍ତ୍ର ଦିବସରେ ଲଦାଖର ବରଫ ଉପରେ ଜାତୀୟ ପତାକା ସହିତ ମାର୍ଚ୍ଚ କରୁଛନ୍ତି ।
Jan 26, 2021, 8:45 am IST

ଲଦାଖରେ ତ୍ରୀରଙ୍ଗା ଉଡ଼ାଇ 72ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ଇଣ୍ଡୋ-ତିବତ୍ ସୀମା ପୋଲିସ୍ ର ଯବାନ୍ ।
Jan 26, 2021, 8:18 am IST

'ଗଣତନ୍ତ୍ର ଦିବସ' ଭାରତର ବିବିଧତା ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ‘ଯେଉଁମାନଙ୍କ ସଂଘର୍ଷରେ 1950 ମସିହାର ଆଜିର ଦିନରେ ବାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଏବଂ ସମସ୍ତ ସାହସୀ ପୁରୁଷ ଯେଉଁମାନେ ଭାରତୀୟ ଗଣତନ୍ତ୍ରକୁ ନିଜର ବୀରତ୍ୱର ସହ ସୁରକ୍ଷା କରିଛନ୍ତି, ସେମାନଙ୍କୁ ମୁଁ ପ୍ରଣାମ କରୁଛି ।’ ଟ୍ୱିଟ୍ କରି ଗଣତନ୍ତ୍ର ଦିବସର ଶୁଭକାମନା ଦେଲେ ଗୃହମନ୍ତ୍ରୀ ଅମିତ୍ ଶାହା ।
Jan 26, 2021, 8:12 am IST

ଗଣତନ୍ତ୍ରର ଶୁଭେଚ୍ଛା ଜଣାଇଲେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ । ଦେଶବାଶୀଙ୍କ ଉଦ୍ଦେଶ୍ୟର ଲେଖିଲେ, 'ଭାରତର ପ୍ରତ୍ୟେକ ନାଗରିକ ଭାଗ୍ୟ ବିଧାତା । ସେ ସତ୍ୟାଗ୍ରହୀ କୃଷକ ହେଉ ଅବା ଛୋଟ-ମଧ୍ୟମ ଧରଣର ବ୍ୟାପାରୀ, ଚାକିରୀ ସନ୍ଧାନରେ ଥିବା ଯୁବକ ହେଉ ଅବା ଦରବୃଦ୍ଧିରେ ଚିନ୍ତାରେ ଥିବ ଗୃହିଣୀ ।' ଗଣତନ୍ତ୍ର ଆପଣଙ୍କ ଠାରୁ, ଗଣତନ୍ତ୍ର ଆପଣଙ୍କର । ଅଭିନନ୍ଦନ ।
Jan 26, 2021, 7:28 am IST

ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଟ୍ୱିଟ୍ କରି ଲେଖିଛନ୍ତି, 'ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭକାମନା । ଜୟହିନ୍ଦ ।'
Jan 26, 2021, 6:08 am IST

ଚଳିତବର୍ଷ କୋଭିଡ୍ ମହାମାରୀ ଯୋଗୁଁ ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି । ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ସମସ୍ତ କୋଭିଡ୍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନନ କରାଯିବ । ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି 15ବର୍ଷରୁ କମ୍ ଏବଂ ବୟସ୍କ ବ୍ୟକ୍ତିଙ୍କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ସ୍ଥଳକୁ ପ୍ରବେଶ ପାଇଁ ବାରଣ କରାଯାଇଛି ।
Jan 26, 2021, 6:06 am IST

ଚଳିତ ବର୍ଷ 72ତମ ସାଧାରଣ ତନ୍ତ୍ର ଦିବସରେ ସମୁଦାୟ 32 ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ । ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର 17ଟି ପ୍ରଜ୍ଞାପନ ମେଢ, ନଅଟି ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ବିଭାଗର 6 ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ । ଏହି ପ୍ରଜ୍ଞାପନ ମେଢ ରାଜପଥରେ ଦେଶର ସଂସ୍କୃତି ଓ ପରମ୍ପରାର ନିଦର୍ଶନ ଦେଖାଇବେ । ଗୁଜୁରାଟ, ଆସାମ, ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଲଦାଖ ଏବଂ ଦିଲ୍ଲୀର ପ୍ରଜ୍ଞାପନ ମେଢ ଏଥିରେ ଅଂଶଗ୍ରହଣ କରିବେ । କିନ୍ତୁ ଏ ସମସ୍ତ ଲାଲକିଲ୍ଲା ପର୍ଯ୍ୟନ୍ତ ନିୟମିତ ମାର୍ଗର ଯିବା ପରିବର୍ତ୍ତେ ଚଳିତ ବର୍ଷ ଜାତୀୟ ଷ୍ଟାଡିୟମରେ ଅଟକି ରହିବ ।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+