ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା
ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ଗୁରୁବାର ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଛି। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଅନିଲଙ୍କୁ ନିର୍ଦେଶ ଦିଆଯାଇଛି।

ରିଲାଏନ୍ସ ଗ୍ରୁପ୍ର ବିଭିନ୍ନ ସହଯୋଗୀ କମ୍ପାନୀ ଏକାଧିକ ଜାତୀୟକରଣ ବ୍ୟାଙ୍କରୁ ମୋଟ ୧୯,୬୯୪ କୋଟି ଟଙ୍କା ଋଣ ନେଇଥିବାବେଳେ ଏହାକୁ ଅନ୍ୟତ୍ର ବିନିଯୋଗ କରିଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୯୨୯ କୋଟି ଟଙ୍କାର ଋଣ ସାମିଲ ଅଛି। ଇତିମଧ୍ୟରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଅନିଲଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ତାଙ୍କର ମୁମ୍ବଇସ୍ଥିତ ବାସଭବନ ଓ ଅନ୍ୟ ସହରରେ ଥିବା କାର୍ଯ୍ୟାଳୟ ଉପରେ ଚଢଉ ମଧ୍ୟ କରାଯାଇଛି। ଇଡି ପକ୍ଷରୁ ଅନିଲଙ୍କ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଛି।
More From
-
ପାକିସ୍ତାନରେ ୨ ଦିନିଆ ଲକଡାଉନ୍ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ





Click it and Unblock the Notifications