ଟୀକାକରଣ ପାଇଁ କିପରି କରିବେ ପଞ୍ଜୀକରଣ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
MyGovIndia ଟ୍ୱିଟ୍ ଅନୁସାରେ, ଆସନ୍ତା ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏନେଇ CoWIN ପ୍ଲାଟଫର୍ମ ଏବଂ Aarogya Setu app ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ ।
କରୋନା ମହାମାରୀ ବିପକ୍ଷରେ ସାରା ଦେଶରେ ଟୀକରାକରଣ ଅଭିଯାନ ଜାରି ରହିଛି । ଏଥି ମଧ୍ୟରେ ଆସନ୍ତା ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟୀକରାକରଣ ଆରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏହି ପର୍ଯ୍ୟାୟରେ 18 ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଇବା ନେଇ ଯୋଜନା କରାଯାଇଛି । ଏହା ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯଥାକ୍ରେମେ ଫ୍ରଣ୍ଟ ଲାଇନ ୱାର୍କର ଏବଂ 45 ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନରେ 45 ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟୀକାକରଣ ଜାରି ରହିଛି ।

ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଶନିବାର ଠାରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ଦେଶର ସମସ୍ତ 18 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନେ ଟୀକାକରଣ କରାଇବା ପାଇଁ ପଞ୍ଜୀକରଣ କରାଇବା ନିହାତି ଆବଶ୍ୟକ । ପଞ୍ଜୀକରଣ କିପରି କରିବେ ସେ ନେଇ ବ୍ୟସ୍ତ ହେଉଛନ୍ତି କି ? ଆମେ ଆପଣଙ୍କୁ କହିବୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ କିପରି କରିବେ ପଞ୍ଜୀକରଣ ।
MyGovIndia ଟ୍ୱିଟ୍ ଅନୁସାରେ, ଆସନ୍ତା ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏନେଇ CoWIN ପ୍ଲାଟଫର୍ମ ଏବଂ Aarogya Setu app ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ । CoWIN ସାଇଟ୍ ପାଇଁ କୌଣସି ଆପ୍ଲିକେସନ୍ ନାହିଁ, କେବଳ ୱେବସାଇଟ୍ ମାଧ୍ୟମରେ ପଞ୍ଜୀକରଣ କରାଯାଇପାରିବ ।
ଅନଲାଇନରେ କିପରି କରିବେ ପଞ୍ଜୀକରଣ ?
ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଉପଭୋକ୍ତାମାନେ ନିଜ ନାମକୁ ପଞ୍ଜୀକରଣ କରିବା ନେଇ CoWIN ପୋର୍ଟାଲ୍ ଏବଂ Aargya Setu app ଆପ୍ କୁ ବ୍ୟବହାର କରିପାରିବେ । ଟୀକାକରଣ ଡ୍ରାଇଭରେ ବର୍ତ୍ତମାନ ଦୁଇଟି ପ୍ରକାର COVID-19 ଟିକା ଦିଆଯାଉଛି । ପ୍ରଥମଟି, 'କୋଭାକ୍ସିନ୍' ଯାହା ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ୍ ଦ୍ୱାରା ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଦ୍ୱାରା ବିକଶିତ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ । ପଞ୍ଜୀକରଣ କରିବାକୁ, ନିମ୍ନରେ ଉଲ୍ଲେଖ କରାଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ ।
CoWIN ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ ପାଇଁ ପ୍ରକ୍ରିୟା...
- CoWIN ୱେବସାଇଟ୍ କୁ ଯାଆନ୍ତୁ, ସେଠାରେ ରେଜିଷ୍ଟର / ସାଇନ୍ ଇନ୍ ଉପରେ କ୍ଲିକ୍ କରନ୍ତୁ
- ଆପଣଙ୍କର ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ, OTP ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କ ଫୋନକୁ ଆସିଥିବା OTP ଦାଖଲ କରିବା ପରେ ଯାଞ୍ଚ ବା Verify ଉପରେ କ୍ଲିକ୍ କରନ୍ତୁ ।
- ଟୀକାକରଣ ରେଜିଷ୍ଟର ପୃଷ୍ଠାରେ ସମସ୍ତ ପ୍ରମାଣ ପତ୍ର ସହ ଫଟୋ ID, ନାମ, ଲିଙ୍ଗ, ଏବଂ ଜନ୍ମ ତାରିଖ ସହିତ ସମସ୍ତ ବିବରଣୀ ପ୍ରବେଶ କରନ୍ତୁ । ଏହା ପରେ ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ ।
- ପଞ୍ଜୀକୃତ ହେବାପରେ ଟୀକାକରଣ ପାଇଁ ଦିନ ଧାର୍ଯ୍ୟ କରିପାରିବେ ।
- ଏହାପରେ ଆପଣଙ୍କର ପିନ୍ କୋର୍ଡ ପ୍ରବେଶ କରନ୍ତୁ ଏବଂ ସନ୍ଧାନ ଉପରେ କ୍ଲିକ୍ କରନ୍ତୁ । ପିନ୍ କୋଡ୍ ରେ ଥିବା ଟୀକା କେନ୍ଦ୍ରଗୁଡିକ ଦେଖାଯିବ, ତାରିଖ ଏବଂ ସମୟ ଚୟନ କରନ୍ତୁ ଏବଂ ନିଶ୍ଚିତ କରିବାକୁ କ୍ଲିକ୍ କରନ୍ତୁ ।
- ଗୋଟିଏ ଲଗଇନ୍ ମାଧ୍ୟମରେ ଆପଣ ଚାରିଜଣ ସଦସ୍ୟଙ୍କୁ ଯୋଡିପାରିବେ । ପୁନଃ ଦିନ ଧାର୍ଯ୍ୟ କରିବାକୁ ମଧ୍ୟ ଏଥିରେ ସହଜ ଉପାୟ ରହିଛି ।
Aarogya Setu app ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟା
- Aarogya Setu app କୁ ଯାଇ ହୋମ ସ୍କ୍ରିନରେ CoWIN ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
- ଟୀକାକରଣ ପଞ୍ଜିକରଣକୁ ଚୟନ କରି ଏଥିରେ ଫୋନ୍ ନମ୍ବର ପ୍ରବେଶ କରନ୍ତୁ । ଏହାପରେ ଆପଣଙ୍କ ଫୋନକୁ ଆସିଥିବା OTP ପ୍ରବେଶ କରନ୍ତୁ ।
- ଏହା ପରେ ଯାଞ୍ଚ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଟୀକାକରଣ ପଞ୍ଜୀକରଣ ପୃଷ୍ଠାକୁ ସିଧାସଖ ଯାଇପାରିବେ ।
- ଏହାପରେ 'CoWIN ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟା' ଗାଇଡ୍ ରେ ଉଲ୍ଲେଖ କରାଯାଇଥିବା ପରି ସମାନ ପଦକ୍ଷେପ ଅନୁସରଣ କରନ୍ତୁ ।
ସୂଚନାଯୋଗ୍ୟ, ପ୍ରତ୍ୟେକ ନାଗରିକଙ୍କୁ ଦୁଇଟି ଟିକା ନେବାକୁ ପଡିବ । CoWIN ପୋର୍ଟାଲ୍ ଅନୁସାରେ ପ୍ରଥମ ଡୋଜର 28 ଦିନରୁ 42 ଦିନ ମଧ୍ୟରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେବାକୁ ହେବ । ସେହିପରି କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ପ୍ରଥମ ଡୋଜର 28 ଦିନରୁ 56 ଦିନ ମଧ୍ୟରେ ନେବା ଉଚିତ୍ ।












Click it and Unblock the Notifications