ଜାନୁଆରୀ 31 ପର୍ଯ୍ୟନ୍ତ ବନ୍ଦ ରହିବ ଲାଲକିଲ୍ଲା
ଦିଲ୍ଲୀର ଲାଲକିଲ୍ଲାରେ ହିଂସା ପରେ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତା ସାଧାରଣ ଲୋକଙ୍କ ପାଇଁ ଲାଲକିଲ୍ଲା ବନ୍ଦ ରହିବ । ଏନେଇ ବୁଧବାର ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ଏକ ଆଦେଶନାମା ଜାରି କରିଛି ।
ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲାରେ ହିଂସା ପରେ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତା ସାଧାରଣ ଲୋକଙ୍କ ପାଇଁ ଲାଲକିଲ୍ଲା ବନ୍ଦ ରହିବ । ଏନେଇ ବୁଧବାର ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ଏକ ଆଦେଶନାମା ଜାରି କରିଛି । କିନ୍ତୁ ଏନେଇ କୌଣସି କାରଣ ଉଲ୍ଲେଖ କରାଯାଇନାହିଁ । ଜାନୁଆରୀ 26 ତାରିଖରେ ଆନ୍ଦୋଳନକାରୀ କୃଷକମାନେ ଲାଲକିଲ୍ଲାରେ ଧଶେଇ ପଶିବା ସହ ସେଠାରେ ଭଙ୍ଗାରୁଜା କରିଥିଲେ । ସେଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ଅନୁମାନ କରାଯାଉଛି ।

ଆଦେଶନାମାରେ ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ମଧ୍ୟ କହିଛି ଯେ, ଜାତୀୟ ରାଜଧାନୀ ଅଞ୍ଚଳରେ 'ବାର୍ଡ-ଫ୍ଲୁ'ସତର୍କତା ଜାରି ଯୋଗୁଁ ଜାନୁଆରି 19 ରୁ ଜାନୁଆରି 22 ପର୍ଯ୍ୟନ୍ତ ଲାଲକିଲ୍ଲା ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିଲା । ଏହାଛଡ଼ା ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ମଧ୍ୟ ଜାନୁଆରି 22 ରୁ ଜାନୁଆରି 26 ପର୍ଯ୍ୟନ୍ତ ଏହି ଦୁର୍ଗ ବନ୍ଦ ରହିଥିଲା ।
ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ବୁଧବାର ଦିନ ଲାଲ୍ କିଲ୍ଲା ଗସ୍ତରେ ଯାଇ ଅବସ୍ଥାର ସମୀକ୍ଷା କରିଥିଲେ । ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ସେ 'ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ'କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋଚିତ୍ର ଏବଂ ଭିଡିଓରେ ଦେଖାଯାଉଛି ଯେ, ଲାଲକିଲ୍ଲା ପରିସରରେ ଥିବା 'ମେଟାଲ୍ ଡିଟେକ୍ଟର୍ ଗେଟ୍' ଏବଂ ଟିକେଟ୍ କାଉଣ୍ଟର୍ ସମେତ ଅନେକ କିଛି ଭାଙ୍ଗିରୁଜି ଯାଇଛି । ଏହାର ଅନୁଧ୍ୟାନ କରାଯାଇ ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେବବୋଲି ଲାଲକିଲ୍ଲାକୁ ସାଧାରଣଙ୍କ ପ୍ରବେଶ ବର୍ତ୍ତମାନ ପାଇଁ ବନ୍ଦ ରହିଥିବା କୁହାଯଆଉଛି ।












Click it and Unblock the Notifications