Get Updates
Get notified of breaking news, exclusive insights, and must-see stories!

ପୋଲିସକୁ ଚ୍ୟାଲେଞ୍ଜ କରି ଭିଡ଼ିଓ ଜାରି କଲା ଲାଲକିଲ୍ଲା ହିଂସାର ମାଷ୍ଟରମାଇଣ୍ଡ ଲଖା ସିଂ, 23ରେ ଆଉ ଏକ ଆନ୍ଦୋଳନ ପାଇଁ ଘୋଷଣା

ଫେବୃଆରୀ 23 ରେ ବହୁ ସଂଖ୍ୟାରେ ଲୋକ ସାମିଲ ହେବା ଉଚିତ୍ । ସେହି ଦିନ ଲକ୍ଷ ଲକ୍ଷ ଲୋକ ସାମିଲ ହେବା ଉଚିତ୍ । ମୋ ଭାଇମାନେ ବହୁ ସଂଖ୍ୟାରେ ଆସନ୍ତୁ । ବଟିଣ୍ଡା ଜିଲ୍ଲାର ମେହେରାଜ ପିଣ୍ଡକୁ ଆସନ୍ତୁ, ସେଠାରେ ପ୍ରଦର୍ଶନ ହେବ ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଗଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ରାଲି କରିଥିଲେ । ଏହି ସମୟରେ ଆନ୍ଦୋଳନକାରୀ ଓ ପୋଲିସ୍ ମଧ୍ୟରେ ସଂଘର୍ଷ ହେବା ସହ କେତେକ ଆନ୍ଦୋଳନକାରୀ ଲାଲକିଲ୍ଲାରେ ଧଶେଇ ପସିବା ସହ ସେଠାରେ ଧର୍ମୀୟ ପତାକା ଲଗାଇଥିଲେ । ଏହି ହିଂସାର ମାଷ୍ଟରମାଇଣ୍ଡ ଥିଲା ଗ୍ୟାଙ୍ଗଷ୍ଟର ଲଖା ସିଂ ସିଦ୍ଧାନା । ଲଖା ସିଂ ବିଷୟରେ ସୂଚନା ଦେଲେ ଦିଲ୍ଲୀ ପୋଲିସ୍ 1 ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି । ଏହା ମଧ୍ୟରେ ଲଖା ସିଂ ପୁଣି ଏକ ଉତ୍ତେଜନାମୂଳକ ଭିଡ଼ିଓ ଜାରି କରିଛି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ 23 ଫେବୃଆରୀରେ ଆଉ ଏକ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ବଟିଣ୍ଡାରେ ବିରୋଧ ପ୍ରଦର୍ଶନ କରିବା ନେଇ ଭିଡିଓରେ କୁହାଯାଇଛି । ଏଥିସହିତ ସେ ପଞ୍ଜାବର ଯୁବକମାନଙ୍କୁ ବିକ୍ଷୋଭରେ ବହୁ ସଂଖ୍ୟାରେ ସାମିଲ ହେବାକୁ ଆହ୍ୱାନ ଦେଇଛି ।

Lakha-Singh

ଭିଡିଓରେ ଲାଖା ସିଂ କହିଛି, "ଫେବୃଆରୀ 23 ରେ ବହୁ ସଂଖ୍ୟାରେ ଲୋକ ସାମିଲ ହେବା ଉଚିତ୍ । ସେହି ଦିନ ଲକ୍ଷ ଲକ୍ଷ ଲୋକ ସାମିଲ ହେବା ଉଚିତ୍ । ମୋ ଭାଇମାନେ ବହୁ ସଂଖ୍ୟାରେ ଆସନ୍ତୁ । ବଟିଣ୍ଡା ଜିଲ୍ଲାର ମେହେରାଜ ପିଣ୍ଡକୁ ଆସନ୍ତୁ, ସେଠାରେ ପ୍ରଦର୍ଶନ ହେବ । ଆସନ୍ତୁ ମୋର ଭାଇମାନେ ବହୁ ସଂଖ୍ୟାରେ ସାମିଲ ହୁଅନ୍ତୁ, ଯେପରିକି ଜଣାପଡ଼ିବ ଆମେ କୃଷକ ଆନ୍ଦୋଳନ ସହିତ ଅଛୁ ।"

ସେ ଏହି ଭିଡିଓରେ ଆହୁରି ମଧ୍ୟ କହିଛି, ଜଣେ ପଞ୍ଜାବୀ ହେବାର ଗର୍ବ କରନ୍ତୁ । ଏହି ସମୟରେ ନା ଦୀପ ସିଦ୍ଧୁ ନା ଲଖା ସିଦ୍ଧନା, କେହି ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି । କେବଳ କୃଷକ ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ।

ସୂଚନାଯୋଗ୍ୟ, ଦିଲ୍ଲୀ ହିଂସାର ଅଭିଯୁକ୍ତ କହିଛି, ଆମେ ସାତ ମାସ ଧରି ସଂଘର୍ଷ କରୁଛୁ କିନ୍ତୁ 26 ଜାନୁଆରୀ ପରେ ଏହି ଆନ୍ଦୋଳନ ପଞ୍ଜାବ ହାତରୁ ଖସିଯାଇଛି । ପଞ୍ଜାବର ଏହି ଆନ୍ଦୋଳନକୁ ନିଜ ହାତକୁ ନେହାର ଆଉ ଥରେ ସମୟ ଆସିଛି ବୋଲି କହିଛି ଦିଲ୍ଲୀ ହିଂସାର ଅଭିଯୁ୍କ୍ତ ଲଖା ସିଂ ।

ଲଖା ସିଂ ଗତ 25 ଦିନ ଧରି ଦିଲ୍ଲୀ ପୋଲିସକୁ ଚକମା ଦେଉଛି । ପୋଲିସ ତା ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ସେ ନିଜ ଫେସବୁକରେ ଏକ ଭିଡିଓ ଅପଲୋଡ୍ କରିଛି । ଏହି ଭିଡିଓରେ ସେ ପଞ୍ଜାବର ଲୋକ ଏବଂ ଯୁବକମାନଙ୍କୁ ଉସକାଉଛି । ଏହି ଭିଡ଼ିଓ ଗୋଟିଏ ତମ୍ବୁରେ ସୁଟ୍ କରାଯାଇଛି । ତମ୍ବୁରେ କିଛି ଲୋକ କମ୍ବଳ ଘୋଡ଼ିହୋଇ କିଛଇ ଲୋକ ବସିଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+