Red Fort Violence : ଦୀପ ସିଦ୍ଧୁ ରିମାଣ୍ଡ ଅବଧିରେ 14 ଦିନ ବୃଦ୍ଧି
ଜାନୁୟାରୀ 16 ରେ, ସିଦ୍ଧୁକୁ ଜେଲରେ ପଚରାଉଚରା ପାଇଁ ପୋଲିସର ରିମାଣ୍ଡ ଅବଧିରେ ଏକ ସପ୍ତାହ ସମୟ ବଢାଇ ଦିଆଯାଇଥିଲା । ଅଧିକ ପଚରାଉଚରା ଏବଂ ଅନ୍ୟ ଅଭିଯୁକ୍ତଙ୍କ ପରିଚୟ ପାଇଁ ପୋଲିସ ଅଧିକାରୀ ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଆବେଦନ କରିଥିଲା ।
ନୂଆଦିଲ୍ଲୀ : ଜାନୁଆରୀ 26 ରେ ଦିଲ୍ଲୀର କୃଷକ ଟ୍ରାକ୍ଟର ପରେଡରେ ଲାଲକିଲ୍ଲା ହିଂସା ଘଟଣାରେ ଅଭିନେତା ଦୀପ ସିଦ୍ଧୁଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । କୃଷକ ଟ୍ରାକ୍ଟର ରାଲି ସମୟରେ ହିଂସା ସହ ପୋଲିସ ସହ ସଂଘର୍ଷ ଅଭିଯୋଗରେ ସିଦ୍ଧୁଙ୍କୁ ଦିବସରେ ଗିରଫ କରାଯାଇଥିଲା । ତାଙ୍କୁ ତିହାର ଜେଲରେ ରଖାଯିବ । ସିଦ୍ଧୁ ଜେଲରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ।
ଜାନୁୟାରୀ 16 ରେ, ସିଦ୍ଧୁକୁ ଜେଲରେ ପଚରାଉଚରା ପାଇଁ ପୋଲିସର ରିମାଣ୍ଡ ଅବଧିରେ ଏକ ସପ୍ତାହ ସମୟ ବଢାଇ ଦିଆଯାଇଥିଲା । ଅଧିକ ପଚରାଉଚରା ଏବଂ ଅନ୍ୟ ଅଭିଯୁକ୍ତଙ୍କ ପରିଚୟ ପାଇଁ ପୋଲିସ ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଆବେଦନ କରିଥିଲା ।

ହିଂସାର ମୁଖ୍ୟ ଅଭିଯୁକ୍ତ ସିଦ୍ଧୁ
ଦଙ୍ଗା ସୃଷ୍ଚି କରିବା, ହତ୍ୟା ଉଦ୍ୟମ, ଅପରାଧିକ ଷଡଯନ୍ତ୍ର, ଡକାୟତି ସମେତ ଆଇପିସିର ବିଭିନ୍ନ ଧାରା ଅଧୀନରେ ସିଦ୍ଧୁ ବିରୋଧରେ ମାମଲା ରୁଜୁ ହୋଇଛି । ସିଦ୍ଧୁକୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ପୋଲିସ କହିଛି ଯେ, "ସେ ଲୋକଙ୍କୁ ଉସକାଉଥିଲା । ମୁଖ୍ୟ ଦଙ୍ଗାକାରୀଙ୍କ ମଧ୍ୟରୁ ସେ ଜଣେ । ଅନ୍ୟ ଷଡଯନ୍ତ୍ରକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟକୁ ଖୋଜିବା ଆବଶ୍ୟକରହିଛି ।" ହିଂସା ସମୟରେ ଘଟଣାସ୍ଥଳରେ ସିଦ୍ଧୁ ଥିବାର ଭିଡ଼ିଓ ପୋଲିସ୍ ପାଖରେ ଅଛି ବୋଲି ଦିଲ୍ଲୀ ପୋଲିସ୍ ଦାବି କରିଛି ।
ହିଂସାକାଣ୍ଡ ପାଇଁ ଉସକାଇଥିବା ଅଭିଯୋଗ
ପୋଲିସ କୋର୍ଟଙ୍କୁ କହିଛି ଯେ 'ଯେଉଁ ବ୍ୟକ୍ତି ଲାଲକିଲ୍ଲାରେ ଧାର୍ମିକ ପତାକା ଲଗାଇଥିଲେ ସେହି ବ୍ୟକ୍ତିଙ୍କ ସହ ଆସି ସିଦ୍ଦୁ ତାକୁ ତାଙ୍କୁ ଅଭିନନ୍ଦନ ଦେଉଥିବା ଦେଖିବାକୁ ମିଳିଛି । ସେ ସେଠାରେ ପହଞ୍ଚି ଉତ୍ତେଜନାମୂଳକ ଭାଷଣ ଦେଇଥିଲା ଏବଂ ସେଠାରେ ଉପସ୍ଥିତ ଜନତାଙ୍କୁ ଉତ୍ତେଜିତ କରିଥିଲା । ସେ ଜନତାଙ୍କୁ ଉତ୍ତେଜିତ କରିଥିଲା, ଫଳରେ ହିଂସା ହୋଇଥିଲା । ଏହି ହିଂସାରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।'
ପୋଲିସ କୋର୍ଟରେ ଏହା ମଧ୍ୟ କହିଛି ଯେ, ସିଦ୍ଧୁଙ୍କ ସ୍ଥାୟୀ ଠିକଣା ନାଗପୁରରେ ପଞ୍ଜିକୃତ ହୋଇଛି କିନ୍ତୁ ଅଧିକ ସୂଚନା ପାଇଁ ତାଙ୍କୁ ପଞ୍ଜାବ ଏବଂ ହରିୟାଣାର ଅନେକ ସ୍ଥାନରେ ଯାଞ୍ଚ କରିବାକୁ ହେବ ।
ଫେବୃଆରୀ 9 ରେ ମିଳିଥିଲା ରିମାଣ୍ଡ
ଏହାପୂର୍ବରୁ ଫେବୃଆରୀ 9 ରେ ସିଦ୍ଧୁକୁ ଲାଲକିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ନିଶ୍ଚିତ କରିବା ପାଇଁ କୋର୍ଟ ସିଦ୍ଧୁକୁ 7 ଦିନିଆ ପୋଲିସ ହେପାଜତକୁ ହସ୍ତାନ୍ତର କରିଥିଲେ । ଫେବୃଆରୀ 16 ରେ ପୋଲିସର ରିମାଣ୍ଡ ଅବଧି ପୁଣି 7 ଦିନକୁ ବୃଦ୍ଧି କରାଯାଇଥିଲା । ତେବେ ହିଂସା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ଭୁଲ ସମୟରେ ସେ ଭୁଲ ସ୍ଥାନରେ ଉପସ୍ଥିତ ଥିବା ସିଦ୍ଧୁଙ୍କ ଓକିଲ ଦାବି କରିଛନ୍ତି ।












Click it and Unblock the Notifications