Get Updates
Get notified of breaking news, exclusive insights, and must-see stories!

ଲାଲକିଲ୍ଲା ହିଂସାର ମୋଷ୍ଟ ଓ୍ୱାଣ୍ଟେଡ୍ ମନିନ୍ଦର ସିଂ ଗିରଫ, ଘରୁ ଜବତ ହେଲା ଦୁଇଟି ଖଣ୍ଡା

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ମନିନ୍ଦର ସିଂକୁ ରାଜଧାନୀର ପୀତନପୁରା ଅଞ୍ଚଳରୁ ଗିରଫ କରାଯାଇଛି । ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ମନିନ୍ଦର ସିଂର ଘରୁ ପୋଲିସ ଟିମ୍ ଦୁଇଟି ଖଣ୍ଡା ମଧ୍ୟ ଜବତ କରିଛି ।

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ମନିନ୍ଦର ସିଂକୁ ରାଜଧାନୀର ପୀତନପୁରା ଅଞ୍ଚଳରୁ ଗିରଫ କରାଯାଇଛି । ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ମନିନ୍ଦର ସିଂର ଘରୁ ପୋଲିସ ଟିମ୍ ଦୁଇଟି ଖଣ୍ଡା ମଧ୍ୟ ଜବତ କରିଛି । ମଣିନ୍ଦରକୁ ଗିରଫ କରାଯିବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଲାଲକିଲ୍ଲା ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କ ସମେତ ଅନେକ ଲୋକ ଗିରଫ ହୋଇସାରିଛନ୍ତି ।

Maninder-singh

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି ସମୟରେ ଲାଲକିଲ୍ଲାରେ ହୋଇଥିବା ହିଂସା ଘଟଣାରେ ମନିନ୍ଦର ସିଂ ଓରଫ୍ ମୋନି ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ । ସେଠାରେ ହିଂସା ସମୟରେ ନିଆଯାଇଥିବା ଭିଡିଓରେ ମନିନ୍ଦର ସିଂ ହାତରେ ଖଣ୍ଡା ଧରି ବୁଲାଉଥିବାର ନଜର ଆସିଥିଲା । 30 ବର୍ଷିୟ ମନିନ୍ଦର ସିଂ ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ରହେ । ମଙ୍ଗଳବାର ଦିନ ପୀତମ ପୁରା ଅଞ୍ଚଳର ଏକ ବସଷ୍ଟାଣ୍ଡ ନିକଟରୁ ମନିନ୍ଦର ସିଂଙ୍କୁ ପୋଲିସ ଗିରଫ କରିଛି । ଗିରଫ ପରେ ଦିଲ୍ଲୀ ପୋଲିସ ମନିନ୍ଦର ସିଂଙ୍କ ଘରେ ଖୋଜାଖୋଜି କରିଥିଲା, ଏବଂ ଦୁଇଟି ଖଣ୍ଡା ଜବତ କରିଥିଲା ।

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିରେ ହୋଇଥିଲା ହିଂସା

ସୂଚନାଯୋଗ୍ୟ, ବହୁ ସଂଖ୍ୟାରେ କୃଷକ ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୋଧ କରିଆସୁଛନ୍ତି । ଏଥିଲାଗି ସାଧାରଣତନ୍ତ୍ର ଦିବସରେ କୃଷକମାନେ ଦିଲ୍ଲୀରେ ଏକ ଟ୍ରାକ୍ଟର ରାଲି କରିଥିଲେ ଏବଂ ଏହି ସମୟରେ ରାଜଧାନୀର ଅନେକ ଅଞ୍ଚଳରେ ହିଂସା ହୋଇଥିବା ଦେଖିବାକୁ ମିଳିଥିଲା । କେତେକ ସ୍ଥାନରେ କୃଷକ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ରାଲି ସମୟରେ କେତେକ କୃଷକ ଦିଲ୍ଲୀର ଲାଲକିଲ୍ଲାରେ ପହଞ୍ଚି ସେଠାରେ ଧାର୍ମିକ ପତାକା ଲଗାଇଥିଲେ । ଏହି ହିଂସାରେ ବହୁ ସଂଖ୍ୟାରେ ଦିଲ୍ଲୀ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+