ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଦୋଷୀ ଆଶଫାକ ର ମୃତ୍ୟୁ ଦଣ୍ଡ କାଏମ୍, ପୁନର୍ବିଚାର ଆବେଦନ ଖାରଜ
ଲାଲିକିଲ୍ଲାରେ 2000 ମସିହାରେ ହୋଇଥିବା ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ଆରିଫ ଓରଫ୍ ଆଶଫାକ ର ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏଥିସହିତ ମୃତ୍ୟୁଦଣ୍ଡ କାଏମ୍ ରଖିଛନ୍ତି କୋର୍ଟ ।
ନୂଆଦିଲ୍ଲୀ : ଲାଲିକିଲ୍ଲାରେ 2000 ମସିହାରେ ହୋଇଥିବା ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ଆରିଫ ଓରଫ୍ ଆଶଫାକ ର ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏଥିସହିତ ମୃତ୍ୟୁଦଣ୍ଡ କାଏମ୍ ରଖିଛନ୍ତି କୋର୍ଟ ।

ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା 22 ଡିସେମ୍ବର 2000 ରେ ଲାଲକିଲ୍ଲା ଉପରେ ଆକ୍ରମଣ କରିଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ସମେତ ତିନି ଜଣଙ୍କର ପ୍ରାଣହାନି ହୋଇଥିଲା । ଭାରତୀୟ ସେନାର ର ପାଲଟା ଆକ୍ରମଣରେ ଲାଲକିଲ୍ଲାରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ ।
ଏହି ଲାଲକିଲ୍ଲା ଆକ୍ରମଣ ମାମଲାରେ ଟ୍ରାଏଲ୍ କୋର୍ଟ 31 ଅକ୍ଟୋବର 2005 ରେ ଆରିଫ କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ।
ଆତଙ୍କବାଦୀ ଆରିଫ 2013 ରେ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସମୀକ୍ଷା ଆବେଦନ କରିଥିଲା ଯାହା କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ, 2014 ମସିହାରେ, ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଆରିଫର ଆରୋଗ୍ୟ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ଏବେ ପୁଣି ଥରେ ସୁପ୍ରିମକୋର୍ଟ ଦୋଷୀର ଦଣ୍ଡ ସମ୍ପର୍କରେ ଦାଖଲ ହୋଇଥିବା ସମୀକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି ।












Click it and Unblock the Notifications