ସୋଶାଲ୍ ମିଡିଆ ବ୍ୟବହାର ନେଇ କହିଲେ କେନ୍ଦ୍ର ମନ୍ତ୍ରୀ : ବ୍ୟବସାୟ କର, ଟଙ୍କା ରୋଜଗାର କର, କିନ୍ତୁ ଭାରତୀୟ ସମ୍ବିଧାନ ପାଳନ କର

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ମତଭେଦ ମଧ୍ୟରେ ଗୁରୁବାର ରାଜ୍ୟସଭାରେ ସୋଶାଲ ମିଡିଆ ବ୍ୟବହାର ନେଇ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କଡ଼ା ଚେତାବନୀ ଦେଇଛନ୍ତି । ସୋଶାଲ୍ ମିଡିଆକୁ ବହୁତ ସମ୍ମାନ କରୁ କିନ୍ତୁ ଅପବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ

ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ମତଭେଦ ମଧ୍ୟରେ ଗୁରୁବାର ରାଜ୍ୟସଭାରେ ସୋଶାଲ ମିଡିଆ ବ୍ୟବହାର ନେଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଡ଼ା ଚେତାବନୀ ଦେଇଛନ୍ତି । ସୋଶାଲ୍ ମିଡିଆ ସାଇଟକୁ ଏକ ଦୃଢ ବାର୍ତ୍ତା ଦେଇ ରବି ଶଙ୍କର କହିଛନ୍ତି ଯେ, ଆମେ ସୋସିଆଲ ମିଡିଆକୁ ସମ୍ମାନ କରୁ କିନ୍ତୁ ଯଦି ଏହାକୁ ଭୁଲ ଭାବରେ ବ୍ୟବହାର କରାଯାଏ, ତେବେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବୁ । ରାଜ୍ୟସଭାରେ ସୋସିଆଲ ମିଡିଆର ଅପବ୍ୟବହାର ସମ୍ପର୍କରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କହିଛନ୍ତି ଯେ ମୁଁ ଟ୍ୱିଟର, ଫେସବୁକ୍, ହ୍ୱାଟସ୍ ଆପ୍, ୟୁଟ୍ୟୁବ୍କୁ ବିନମ୍ର ଭାବେ କହୁଛି, ଭାରତରେ ସୋଶାଲ୍ ମିଡ଼ିଆର କୋଟି କୋଟି ଅନୁଗାମୀ ଅଛନ୍ତି । ଆପଣ ଏଠାରେ ବ୍ୟବସାୟ କରନ୍ତୁ, ଟଙ୍କା ରୋଜଗାର କରନ୍ତୁ କିନ୍ତୁ ଆପଣଙ୍କୁ ଭାରତ ସମ୍ବିଧାନର ପାଳନ କରିବାକୁ ପଡିବ ।

Ravi-Shankar-Prasad

ସୋଶାଲ୍ ମିଡିଆକୁ ବହୁତ ସମ୍ମାନ କରୁ କିନ୍ତୁ ଅପବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ

ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ରବି ଶଙ୍କର ପ୍ରସାଦ କହିଛନ୍ତି, "ଭାରତରେ ହିଂସା ସୃଷ୍ଟି କରିବା ପାଇଁ ସୋଶାଲ୍ ମିଡିଆର ଅପବ୍ୟବହାର ହେବ, ଆମେ ଏହାକୁ ବରଦାସ୍ତ କରିବୁ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, " ଆମେ ସୋଶାଲ ମିଡିଆକୁ ବହୁତ ସମ୍ମାନ ଦେଉଛୁ, ଏହା ସାଧାରଣ ଲୋକଙ୍କୁ ସଶକ୍ତ କରୁଛି । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ସୋଶାଲ ମିଡିଆର ଏକ ବଡ଼ ଭୂମିକା ରହିଛି । କିନ୍ତି ଯଦି ମିଥ୍ୟା ଖବର ପ୍ରସାରଣ ପାଇଁ ସୋଶାଲ ମିଡିଆର ଅପବ୍ୟବହାର କରାଯାଏ, ତେବେ ଆମେ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବୁ। ''

ସୋଶାଲ୍ ମିଡିଆର ଏହି ଡବଲ୍ ଷ୍ଟାଣ୍ଡାର୍ଡ କାମ ଚଳିବ ନାହିଁ

ଆମେରିକାର କ୍ୟାପିଟାଲ ହିଲରେ ହୋଇଥିବା ହିଂସାର ଉଦାହରଣ ଦେଇ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର କହିଛନ୍ତି ଯେ, ୱାଶିଂଟନର କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରି ହିଂସା ସୃଷ୍ଟି କରିଥିବା ଲୋକଙ୍କ ଉପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ କରିବା ସମୟରେ କିଛି ମାଇକ୍ରୋ ବ୍ଲଗିଂ ସାଇଟ ଏହା ସପକ୍ଷରେ ବାହାରିଥିଲେ । ସେହିପରି ଭାରତରେ କିଛି ମାଇକ୍ରୋବ୍ଲଗିଂ ସାଇଟ୍ ଆନ୍ଦୋଳନକାରୀଙ୍କ ସପକ୍ଷରେ ରହିଛି । ସୋଶାଲ ମିଡିଆର ଏହି ଡବଲ୍ ଷ୍ଟାଣ୍ଡାର୍ଡ କାମ ଚଳିବ ନାହିଁ । ମାଇକ୍ରୋ ବ୍ଲଗିଂ ସାଇଟ୍ ଏହାକୁ ଭଲ ଭାବରେ ବୁଝିବା ଆବଶ୍ୟକ ବୋଲି ଶ୍ରୀ ପ୍ରସାଦ କହିଛନ୍ତି ।

ଏଥିସହିତ ରବି ଶଙ୍କର ପ୍ରସାଦ ମଧ୍ୟ କହିଛନ୍ତି, ଆପଣ ହ୍ୟାସଟ୍ୟାଗ୍ Massacre of Farmer ଚଳାଉଛନ୍ତି । ଦୟାକରି ଅସହଯୋଗ ଏବଂ ହିଂସା ବିସ୍ତାର କରନ୍ତୁ ନାହିଁ । ଭିତ୍ତିହୀନ ଓ ମିଥ୍ୟା ଖବର ପ୍ରସାର କର ନାହିଁ । ଯଦି ତୁମେ ଆମ କଥା ଶୁଣିବେ ନାହଁ, ଆମେ ବହୁତ କଠୋର ପଦକ୍ଷେପ ଗ୍ରହଣ କରିବୁ । ଆପଣଙ୍କୁ ଭାରତର ନିୟମ ଅନୁସରଣ କରିବାକୁ ପଡିବ ।

ସୂଚନାଯୋଗ୍ୟ, ବର୍ତ୍ତମାନ ପରିସ୍ଥିତିରେ ଭାରତ ସରକାର ଏବଂ ଟ୍ୱିଟର ମଧ୍ୟରେ ମତଭେଦ ଜାରି ରହିଛି । କୃଷକ ଆନ୍ଦୋଳନ ସହ ଜଡିତ କିଛି ଟ୍ୱିଟର ଆକାଉଣ୍ଟକୁ ରଦ୍ଦ କରିବାକୁ ଭାରତ ସରକାର ଦାବି କରିଛନ୍ତି । ଯାହାକୁ ଅବମାନନା କରି ଅଭିବ୍ୟକ୍ତିର ସ୍ୱାଧୀନତା ଦର୍ଶାଇବା ସହ ସରକାରଙ୍କ ଆଦେଶ ଗ୍ରହଣ କରିବାକୁ ମନା କରିଦେଇଛି । ଏହାପରେ ଭାରତ ସରକାର ଟ୍ୱିଟର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+