Get Updates
Get notified of breaking news, exclusive insights, and must-see stories!

ରାଞ୍ଚି ହିଂସା ଅଭିଯୁକ୍ତଙ୍କ ଫଟୋ ହୋର୍ଡିଂରେ ଲଗାଇଲା ପୋଲିସ୍, ଏସଏସପିଙ୍କ ଠାରୁ ଉତ୍ତର ମାଗିଲେ ରାଜ୍ୟ ସରକାର

ଯେଉଁଭଳି ଭାବରେ ଝାଡ଼ଖଣ୍ଡ ପୋଲିସ ଏକ ସର୍ବସାଧାରଣ ସ୍ଥାନରେ ହିଂସା ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇଛି, ସେ ନେଇ ଝାଡ଼ଖଣ୍ଡ ସରକାର ଏହା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ରାଞ୍ଚିର ଏସଏସପି ଠାରୁ ଉତ୍ତର ମାଗିଛନ୍ତି ।

ରାଞ୍ଚି : ବାସ୍ତବରେ, ନିକଟରେ ରାଞ୍ଚିରେ ବିଭିନ୍ନ ସ୍ଥାନରେ ହିଂସା ହୋଇଥିଲା, ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ମହମ୍ମଦ ସାହେବଙ୍କ ଉପରେ ଦେଇଥିବା ବିବାଦୀୟ ବିବୃତ୍ତି ପରେ ଏହି ହିଂସା ଘଟିଥିଲା । ଯାହା ପରେ ଅଭିଯୁକ୍ତଙ୍କ ପୋଷ୍ଟର ଏକ ସର୍ବସାଧାରଣ ସ୍ଥାନରେ ପୋଲିସ୍ ଲଗାଇଛି । ଏହି ଘଟଣା ପରେ ରାଜ୍ୟ ଗୃହ ସଚିବ ରାଜୀବ ଅରୁଣ ଇକ୍କା ବୁଧବାର ସନ୍ଧ୍ୟାରେ ଏହି ବେଆଇନ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବରିଷ୍ଠ ପୋଲିସ ଅଧୀକ୍ଷକଙ୍କଠାରୁ ଉତ୍ତର ମାଗିଥିଲେ ।

ranchi violence

ଗୃହ ସଚିବ ରାଜୀବ ଇକ୍କା ଲେଖିଥିବା ଚିଠିରେ ଏହି କାର୍ଯ୍ୟ ଆଇନ ଅନୁଯାୟୀ ନୁହେଁ ଏବଂ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୁଦ୍ଧ ଅଟେ । ଆପଣଙ୍କୁ କହି ରଖୁଛୁ ଯେ ମଙ୍ଗଳବାର ଦିନ ଝାଡଖଣ୍ଡ ପୋଲିସ ଜୁନ୍ 10 ରେ କ୍ୟାମେରା ଆଗରେ ପଥର ଫିଙ୍ଗିଥିବାର କିମ୍ବା ହିଂସା ଘଟଣାରେ ସମ୍ପୃକ୍ତ ଥିବାର ନଜର ଆସିଥିଲେ ସେମାନଙ୍କ ଫଟୋ ସାର୍ବଜନୀନ କରିଛି । ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସ ଡିଜିପି ନୀରଜ ସିହ୍ନା, ରାଞ୍ଚି ଏସଏସପି ସୁରେନ୍ଦ୍ର କୁମାର ଝା, ଡିସିପି ଛବି ରଞ୍ଜନ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଫଚରାଉଚୁରା କରିଥିଲେ । ବିକ୍ଷୋଭ ସମୟରେ ହିଂସା ଘଟୁଥିବା ବେଳେ ଭିଡ଼ ହଟାଇବା ପାଇଁ ପ୍ରଶାସନ କଣ କରିଛଇ ସେ ନେଇ ରାଜ୍ୟପାଳ ପ୍ରଶ୍ନ କରିଛନ୍ତି । ରାଜ୍ୟପାଳଙ୍କ ଏହି ପ୍ରଶ୍ନ ପରେ ହିଁ ଦଙ୍ଗାକାରୀଙ୍କ ଫଟୋ ସାର୍ବଜନୀନ କରାଯାଇଥିଲା ।

ବିକ୍ଷୋଭକାରୀଙ୍କୁ ଚିହ୍ନଟ କରିବା ଏବଂ ରାଞ୍ଚିରେ ହୋର୍ଡିଂ ଉପରେ ସେମାନଙ୍କର ଫଟୋ ଲଗାଇବାକୁ ରାଜ୍ୟପାଳ ପୋଲିସକୁ କହିଥିଲେ ଯାହା ଦ୍ୱାରା ଲୋକମାନେ ସେମାନଙ୍କୁ ଚିହ୍ନି ପାରିବେ ଏବଂ ପୋଲିସକୁ ସେମାନଙ୍କ ବିଷୟରେ ଜଣାଇ ପାରିବେ । ଏଥିସହିତ ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ଏବଂ ଏନଆଇଏ ପକ୍ଷରୁ ଏହାର ତଦନ୍ତ ଦାବି କରାଯାଇଛି । ଆପଣଙ୍କୁ କହି ରଖୁଛୁ ରାଞ୍ଚିରେ ହୋଇଥିବା ହିଂସା ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୋଲିସ୍ ସମେତ 20 ଜଣ ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+