Get Updates
Get notified of breaking news, exclusive insights, and must-see stories!

Ram Mandir: ‘ମୋଦୀ ସବୁ କରିବେ, ମୁଁ କଣ ତାଳି ମାରି ଜୟଗାନ କରିବି....?' ଏମିତି କାହିଁକି କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

Ram Mandir: ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଦେଶ । ଏ ନେଇ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଉଛି । ଅଯୋଧ୍ୟାରେ ଜାନୁୟାରୀ 22 ତାରିଖ ଦିନ ରାମଲାଲା ଭବ୍ୟମନ୍ଦିରରେ ବିରଜାମାନ ହେବେ ।

ଏଥି ମଧ୍ୟରେ ପୁରୀର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବଡ଼ ବୟାନ ଦେଇଛନ୍ତି । ସେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେନି ବୋଲି କହିବା ସହ ରାମ ମନ୍ଦିରକୁ ନେଇ ହେଉଥିବା ରାଜନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

Nischalananda Saraswati-ram mandir

ଶଙ୍କରାଚାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ମଧ୍ୟ କଟୁ ମନ୍ତବ୍ୟ କରିଛନ୍ତି । ଦୁଇ ଦିନିଆ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ରତଲାମରେ ଅଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏହି ଅବସରରେ ସେ କହିଛନ୍ତି ଯେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇପାରିବେନି । ସେ କହିଛନ୍ତି ମୋତେ ମୋ ପଦ ଓ ଗାରିମାର ଧ୍ୟାନ ଅଛି, ଏଣୁ ସେ କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ନିଷ୍ପତ୍ତି ନେଇଛି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀରାମ ଚନ୍ଦ୍ରଙ୍କ ମୂର୍ତ୍ତି ସ୍ପର୍ଶ କରିବା ମଧ୍ୟ ଉଚିତ ନୁହେଁ । ଏହା ତାଙ୍କର ମର୍ଯ୍ୟଦା ବିରୋଧୀ, ଏଣୁ ମର୍ଯ୍ୟଦା ପୁରୁଷୋତ୍ତମଙ୍କ ମର୍ଯ୍ୟଦା ଉଲ୍ଲଂଘନର ସେ ସାକ୍ଷୀ ହୋଇପାରିବେନି ।

ରତଲାମର ତ୍ରିବେଣୀ ଘାଟରେ ହିନ୍ଦୁ ଜାଗରଣ ସମ୍ମିଳନୀକୁ ସମ୍ବୋଧନ କରିବା ପାଇଁ ଯାଇଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ, ମୂର୍ତ୍ତିକୁ ସେ ଛୁଇଁବେ ମୁଁ କଣ ସେଠାରେ ଜୟ ଜୟ ଗାନ କରିବି ଆଉ ତାଳି ବଜାଇବି କି ? ମୋ ପଦର ଗୋଟେ ମର୍ଯ୍ୟାଦା ରହିଛି । ରାମ ମନ୍ଦିରରେ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଶାସ୍ତ୍ର ଅନୁସାରେ ହେବା ଉଚିତ୍ । ଏଭଳି ଆୟୋଜନରେ ମୁଁ କାହିଁକି ଆସିବି ? ଏହାସହ କହିଛନ୍ତି କି, ନିମନ୍ତ୍ରଣ ପତ୍ରରେ ଲେଖା ଅଛି କି, ଆପଣଙ୍କ ସହ ଜଣେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏବେ ସୁଦ୍ଧା ମୋ ସହ କୌଣସି ସମ୍ପର୍କ ହୋଇନାହିଁ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯେଉଁଭଳିଭାବେ ରାଜନୀତି ହେଉଛି ଏଭଳି ହେବା ଉଚିତ ନୁହେଁ ।

ସେ କହିଛନ୍ତି ଯେ ରାମମନ୍ଦିରକୁ ନେଇ ଯେଉଁ ପ୍ରକାରର ରାଜନୀତି ହେଉଛି, ସେପରି ହେବା କଥା ନୁହେଁ । ବର୍ତ୍ତମାନ ସମୟର ରାଜନୀତିରେ ଉଚିତ ବୋଲି କିଛି ନାହିଁ । ନିଶ୍ଚଳାନନ୍ଦ ସରସ୍ୱତୀ ଦେଶର ଧାର୍ମିକ ସ୍ଥଳମାନଙ୍କରେ ନିର୍ମାଣ ହେଉଥିବା କରିଡୋର ସମ୍ପର୍କରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଆଜି ଧାର୍ମିକସ୍ଥଳି ଗୁଡିକୁ ପର୍ଯ୍ୟଟନସ୍ଥଳରେ ରୂପାନ୍ତରଣ କରାଯାଉଛି । ଏହିଭଳି ଧର୍ମ ସହିତ ଭୋଗ ଓ ବିଳାଶକୁ ଯୋଡା ଯାଉଥିବା ସେ ଅଭିଯୋଗ କରିଛନ୍ତି । ଏ

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମୁଖ୍ୟ ଜଜମାନ ରୂପେ ଆମନ୍ତ୍ରିତ କରିଛନ୍ତି । ଏଣୁ ହୁଏତ ପ୍ରଧାନମନ୍ତ୍ରୀ ସ୍ୱହସ୍ତରେ ଶ୍ରୀରାମ ଚନ୍ଦ୍ରଙ୍କ ମୂର୍ତ୍ତିକୁ ଗର୍ଭ ଗୃହରେ ସିଂହାସନ ଉପରେ ବିରାଜମାନ କରାଇ ପାରନ୍ତି । ଏଣୁ ଟ୍ରଷ୍ଟର ଏପରି ନିଷ୍ପତ୍ତିକୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ବିରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+