Get Updates
Get notified of breaking news, exclusive insights, and must-see stories!

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଖରା ନା କୋହୋଲା... ଜାଣନ୍ତୁ, କେମିତି ରହିଛି ଅଯୋଧ୍ୟାର ପାଣିପାଗ

ରାମ ମନ୍ଦିର: ସେହି ଶୁଭ ମୁହୂର୍ତ୍ତ ଆଜି ଆସିଛି, ଯାହା କୁ ସମଗ୍ର ଭାରତ 500 ବର୍ଷ ଅପେକ୍ଷା କରିଥିଲା । ଆଜି ଶ୍ରୀ ରାମ ଲାଲା ଅଯୋଧ୍ୟାରେ ବିରାଜମାନ ହେଉଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ବେଶ୍ ଉତ୍ସାହିତ ସାରା ଦେଶ । ଏହି ପବିତ୍ର ଦିନରେ ଭକ୍ତଙ୍କ ମଧ୍ୟରେ ଉନ୍ମାଦନା ଦେଖିବାକୁ ମିଳୁଛି ।

ଆଜି ଅଯୋଧ୍ୟାରେ ପ୍ରବଳ ଶୀତରେ ମଧ୍ୟ ଭକ୍ତଙ୍କ ମନରେ କୌଣସି ପ୍ରଭାବ ପଡ଼ୁନାହିଁ । ରାମ ଲାଲାଙ୍କ କରୁଣାରୁ ଅଯୋଧ୍ୟାରେ ଆଜିର ପାଣିପାଗ କେମିତି ରହିଛି ଆସନ୍ତୁ ଜାଣିବା ।

ayodhya-weather

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ କିଛି ଦିନ ହେବ ଘନ କୁହୁଡିର ଆବରଣରେ ଘୋଡ଼େଇ ହୋଇ ରହୁଥିବା ଅଯୋଧ୍ୟା ଆଜି ପ୍ରାୟତଃ ସଫା ରହିଛି । ସକାଳ 6 ଟା ପରେ କୁହୁଡ଼ି ସମ୍ପୂର୍ଣ୍ଣ ଲୋପ ପାଇଯାଇଛି ।

ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ଅପଡେଟ୍ ଅନୁଯାୟୀ ଆଜି ଏଠାରେ ସର୍ବନିମ୍ନ ତାପମାତ୍ରା 7 ଏବଂ ସର୍ବାଧିକ ତାପମାତ୍ରା 16 ଡିଗ୍ରୀ ସେଲସିୟସ ରହିପାରେ । ଦିନ ସାରା ଖରା ରହିବ ବୋଲି ଆଶା କରାଯାଉଛି ।

ଆମେ ଆପଣଙ୍କୁ କହି ରଖୁଛୁ, ଭାରତୀୟ ପାଣିପାଗ ବିଭାଗ ବିଶେଷ କରି ଅଯୋଧ୍ୟା ପାଇଁ ଏହାର ପାଣିପାଗ ଅପଡେଟ୍ ରଖିଛି । ଯାହାକି 24 ଜାନୁଆରୀ ପର୍ଯ୍ୟନ୍ତ ଅଯୋଧ୍ୟା ର ପାଣିପାଗ ଅବସ୍ଥା ବିଷୟରେ କହିବ । ଏହି ପୃଷ୍ଠାରେ ଆପଣଙ୍କୁ ପାଣିପାଗର ପୂର୍ବାନୁମାନ, ବୃଷ୍ଟିପାତ, ଆର୍ଦ୍ରତା ବିଷୟରେ ସୂଚନା ଦିଆଯାଇଛି ଏବଂ ଏହା 5 ଟି ଭାଷାରେ (ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ, ଚାଇନିଜ୍, ଫରାସୀ ଏବଂ ସ୍ପାନିଶ୍) ଆରମ୍ଭ କରାଯାଇଛି ଏବଂ ଏହା ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ସମୟ ମଧ୍ୟ ସୂଚନା ଦେଉଛି ।

ପାଣିପାଗ ବିଭାଗ ଅନୁଯାୟୀ ଆଜି ରାମମନଗରୀ ଅଯୋଧ୍ୟାରେ ସକାଳୁ ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା । ତେବେ ଦିନ ତମାମ ହାଲୁକା ଧରଣର କୁହୁଡ଼ି ଦେଖିବାକୁ ମିଳିବ । ଭିଜିବିଲିଟି 100 ମିଟର ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ସେହିପରି ଅଯୋଧ୍ୟାରେ 15-17 ଡିଗ୍ରୀ ତାପମାତ୍ରା ମଧ୍ୟରେ ରହିବ । ସେହିପରି ସର୍ବନିମ୍ନ ତାପମାତ୍ରା 6-8 ଡିଗ୍ରୀ ମଧ୍ୟରେ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+