ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟ ଓ କାର୍ଯ୍ୟସୂଚୀ
ଅଯୋଧ୍ୟା: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସହ ରାମଲାଲାଭ୍ର ବିଜେକୁ ନେଇ ଉତ୍ସବ ମୁଖୂବର ଅଯୋଧ୍ୟା । ଏହି ଭବ୍ୟ ସମାରୋହକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ପୁରା ବିଶ୍ୱରେ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଲୋକମାନେ ଘରେ ଘରେ ପୂଜାର୍ଚ୍ଚନା କରିବା ସହ ବେଶ୍ ଆନନ୍ଦିତ ଅଛନ୍ତି ।

ଏହି ସମାରୋହ ପାଇଁ ଭଗବାନ ରାମଲାଲାଙ୍କ ଭବ୍ୟ ନିବାସ ଏବେ ରଙ୍ଗବେରଙ୍ଗ ଫୁଲ ଓ ଆଲୋକରେ ସଜେଇ ହୋଇଛି । ରାମ ମନ୍ଦିରର ଭବ୍ୟତା ଓ ସାଜସଜ୍ଜା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି । ସମଗ୍ର ଦେଶ ରାମମୟ ହୋଇଉଠିଛି । ରାମଧୁନରେ କମ୍ପି ଉଠୁଛି ଅଯୋଧ୍ୟା । ଏଥି ମଧ୍ୟରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ଭିତରର କେତେକ ଫଟୋ ଜାରି କରାଯାଇଛି ।
ସୂଚନାଥାଉକି, ରାମଲାଲାଙ୍କ 5 ବର୍ଷର ଶିଶୁରୂପ ମୂର୍ତ୍ତି ଗର୍ଭଗୃହରେ ପହଞ୍ଚି ସାରିଛି । ଏହି ମୂର୍ତ୍ତିକୁ ମହୀଶୂରର ଖ୍ୟାତନାମା ମୂର୍ତ୍ତିକାର ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି । ଏହା ପରେ 22 ତାରିଖର ପ୍ରାଣ ପ୍ରତିଷ୍ଠା ସମାରୋହ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଯଜମାନଭାବେ ଯୋଗ ଦେବେ । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମର ବିବରଣୀ ସାମ୍ନାକୁ ଆସିଛି ।
କାର୍ଯ୍ୟସୂଚୀ
22 ତାରିଖ ସୋମବାର ଅପରାହ୍ନ 12 ଟା 5 ମିନିଟରେ ପ୍ରଧାନମନ୍ତ୍ରୀ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଓ ପୂଜାର୍ଚ୍ଚନା କରିବେ । ଅପରାହ୍ନ 1 ଟାରେ ସେ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ନ 2 ଟା 15 ରେ ପ୍ରଧାନମନ୍ତ୍ରୀ କୁବେରଟିଲା ସ୍ଥିତ ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ । ରାମ ମନ୍ଦିର ଉଦଘାଟନ ସମାରୋହକୁ ପ୍ରାୟ 8 ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।












Click it and Unblock the Notifications