Get Updates
Get notified of breaking news, exclusive insights, and must-see stories!

ଅନ୍ତ ହେବ 500 ବର୍ଷର ଅପେକ୍ଷା, ଆଜି ବିରାଜମାନ ହେବେ ରାମଲାଲା

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଭାରତ ଇତିହାସରେ ଯୋଡ଼ି ହେବ ଆଉ ଏକ ଅଧ୍ୟାୟ । ଆଜି ଅନ୍ତ ହେବ 500 ବର୍ଷର ଅପେକ୍ଷା । ବିରାଜମାନ ହେବେ ପ୍ରଭୁ ଶ୍ରୀ ରାମଲାଲା । ଏଥିଲାଗି ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ରାମଧୁନରେ କମ୍ପି ଉଠୁଛି ଅଯୋଧ୍ୟା ସମେତ ଅନ୍ୟ ସହର । ହଜାର ହଜାର ସାଧୁ, ସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ । ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା ।

Ram Mandir

ଆଜି ମଧ୍ୟାହ୍ନ 12 ଟା 15 ରୁ ୧୨ଟା 45 ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ଉତ୍ସବ । ମାତ୍ର 84 ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ । ତେଣୁ ଏହି ଦୁର୍ଲଭ ମୁହୂର୍ତ୍ତ ଅର୍ଥାତ 12 ଟା 29 ମିନିଟ୍ 8 ସେକେଣ୍ଡରୁ 12 ଟା 30 ମିନିଟ୍ 32 ସେକେଣ୍ଡ ଭିତରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ ।

ଗତ 16 ତାରିଖରୁ ବିଭିନ୍ନ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଛି । ନିରାପତ୍ତା ଦୃଷ୍ଟିରୁ ସାରା ଅଯୋଧ୍ୟାରେ ପୋଲିସ ଓ ବିଭିନ୍ନ ବାହିନୀ ମୁତୟନ ହୋଇଛନ୍ତି । ଉତ୍ସବକୁ ନେଇ ଅଯୋଧ୍ୟାରେ 13 ହଜାର ନିରାପତ୍ତା ରକ୍ଷୀଙ୍କୁ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଆଣ୍ଟିବମ୍ବ ଓ ଡଗସ୍କ୍ୱାଡ ମୁତୟନ ହୋଇଛନ୍ତି । ଏନଡିଆରଏଫ ବି ମୁତୟନ ହୋଇଛନ୍ତି ।

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ 7 ହଜାର ସାଧୁସନ୍ଥ, ପ୍ରତିଷ୍ଠିତ ବ୍ୟକ୍ତି ଓ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ । ମହୀଶୂରର ସ୍ଥପତି ଅରୁଣ ଯୋଗୀରାଜ 51 ଇଞ୍ଚର ରାମ ଲାଲା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଅଯୋଧ୍ୟାରେ 10 ହଜାରରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିବା ବେଳେ ରାପିଡ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି । ଯେକୌଣସି ପ୍ରକାର ରାସାୟନିକ, ଜୈବିକ, ତେଜଷ୍କ୍ରିୟ ଓ ଆଣବିକ ଆକ୍ରମଣ କ୍ଷେତ୍ରରେ ରେସ୍କ୍ୟୁ ଲାଗି ପ୍ରସ୍ତୁତ ରହିଛି ଏନଡିଆରଏଫ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି କେନ୍ଦ୍ର ସରକାର ହାଫ-ଡେ ଘୋଷଣା କରିଥିବା ବେଳେ ଓଡ଼ିଶାରେ ବି ହେବ ହାଫ ଡେ ।

ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନର ମୁଖ୍ୟ ଯଜମାନ ଦାୟିତ୍ୱ ତୁଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ଷ୍ନୌରୁ ଆସିଥିବା 56 ଭୋଗ ପ୍ରଭୁ ରାମଙ୍କ ନିକଟରେ ଲାଗି ହେବ । ରୂପା ଥାଳି ଓ ରୂପା ଗିନାରେ ସଜେଇ ହୋଇ ରହିବ ରସଗୋଲା, ଗୁଲାବଜାମୁନ, ଇମର୍ତି, ସ୍ୱତନ୍ତ୍ର ତୁଳସୀ ତିଆରି ମିଠା ସମେତ 56 ପ୍ରକାର ପ୍ରସାଦ ।

ଓଡ଼ିଶାର ମର୍ଦ୍ଦଳ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ 50 ପ୍ରକାର ପାରଂପରିକ ବାଦ୍ୟ ଧ୍ୱନୀରେ ଗୁଞ୍ଜରିତ ହେବ ଅଯୋଧ୍ୟାନଗରୀ । ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଭିନ୍ନ ପରମ୍ପରାର ପ୍ରତିନିଧି ଓ ସାଧୁସନ୍ଥ ଯୋଗ ଦେବେ । ତା ସହ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମରେ ଯୋଗଦେବେ ବିଭିନ୍ନ ରାଜ୍ୟ ଓ ଦ୍ୱୀପର ଆଦିବାସୀ ଜନଜାତି ।

ଏହାପରେ ଆରମ୍ଭ ହୋଇଯିବ ମହାଦର୍ଶନ । ପ୍ରଥମେ ଭିଭିଆଇପି, ଆମନ୍ତ୍ରିତ ଅତିଥି ଓ ସାଧୁସନ୍ଥମାନେ ରାମ ଲଲାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ । ତେବେ କେବଳ ରାମଲାଲାଙ୍କ ନବନିର୍ମିତ ବିଗ୍ରହ ନୁହେଁ, 1949 ମସିହାଠାରୁ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ରାମଙ୍କ ବିଗ୍ରହ ମଧ୍ୟ ଗର୍ଭଗୃହରେ ସ୍ଥାପିତ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+