For Quick Alerts
Turn On Notification  
For Daily Alerts
Oneindia App Download

ରାମ ମନ୍ଦିର ପାଣ୍ଠି ସଂଗ୍ରହ : ଲକ୍ଷ ଲକ୍ଷ ଘରେ ପହଞ୍ଚିବ ରାମ ମନ୍ଦିର ଫଟୋ , ଆଜିଠୁ ଆରମ୍ଭ ହେବ ପାଣ୍ଠି ସଂଗ୍ରହ ଅଭିଯାନ

ଆଜି ଠାରୁ ଆରମ୍ଭ ହେବେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ । ଦେଶର ଲକ୍ଷ ଳକ୍ଷ ଘରେ ପହଞ୍ଚିବ ରାମ ମନ୍ଦିରର ଏକ ପ୍ରତିକାତ୍ମକ ଚିତ୍ର । ଏହି ରାମ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ସାରା ଦେଶରେ ଏହି ଅଭିଯାନ ଆରମ୍ଭ କରିବ ।

|

ରାମ ମନ୍ଦିର ପାଣ୍ଠି ସଂଗ୍ରହ ଅଭିଯାନ : ଆଜି ଠାରୁ ଆରମ୍ଭ ହେବେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ । ଦେଶର ଲକ୍ଷ ଳକ୍ଷ ଘରେ ପହଞ୍ଚିବ ରାମ ମନ୍ଦିରର ଏକ ପ୍ରତିକାତ୍ମକ ଚିତ୍ର । ଏହି ରାମ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ସାରା ଦେଶରେ ଏହି ଅଭିଯାନ ଆରମ୍ଭ କରିବ । ଇଚ୍ଛୁକ ଭକ୍ତ ମାନେ ନିଜ ଶ୍ରଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର କୁପନ ମଧ୍ୟ ଛପା ଯାଇଛି ।

ରାମ ମନ୍ଦିର ନିର୍ମାଣ ପାଇଁ ଗଠନ କରାଯାଇଥିବା ଟ୍ରଷ୍ଟ ପୂର୍ବରୁ ସ୍ପଷ୍ଟ କରିଛି ଯେ, ଭକ୍ତମାନଙ୍କର ସ୍ୱେଚ୍ଛାକୃତ ଦାନରେ ଏହି ମନ୍ଦିର ନିର୍ମାଣ କରାଯିବ । ଏଥିପାଇଁ ବର୍ତ୍ତମାନ 10, 100 ଏବଂ 1000 ଟଙ୍କାର କୁପନ ମୁଦ୍ରିତ ହୋଇଛି । ଏହା ମାଧ୍ୟମରେ ଦାନ ରାଶି ସଂଗ୍ରହ କରାଯିବ । ଏଥିପାଇଁ ଟ୍ରଷ୍ଟ ଆଜିଠାରୁ ମକର ସଂକ୍ରାନ୍ତି ଠାରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ସ୍ୱେଚ୍ଛାସେବୀ ଘର ଘର ଯାଇ ଭକ୍ତମାନଙ୍କ ଠାରୁ ଦାନ ରାଶି ସଂଗ୍ରହ କରିବେ । ଏହି ଅଭିଯାନ ଆଜି ଠାରୁ ପେବୃଆରୀ 27 ତାରିଖ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଜାରି ରହିବ ।

ରାମ-ମନ୍ଦିର

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ମୁଖପାତ୍ର ବିନୋଦ ବଂଶଲଙ୍କ ଅନୁଯାୟୀ ଦେଶର ଚାରି ଲକ୍ଷ ଗାଁରେ 10 କୋଟି ଲୋକଙ୍କଠାରୁ ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦାନ ରାଶି ସଂଗ୍ରହ କରିବା ସମୟରେ ସ୍ୱେଚ୍ଛାସେବୀମାନେ ପ୍ରତ୍ୟେକ ଘରେ ପ୍ରଭୁ ରାମଙ୍କ ପୋଷ୍ଟର ଏବଂ କ୍ୟାଲେଣ୍ଡର ବଣ୍ଟନ କରିବେ । ଏହି ଅଭିଯାନ ମାଧ୍ୟମରେ ନୂତନ ରାମ ମନ୍ଦିର ମଡେଲର ଚିତ୍ର ମଧ୍ୟ ଲକ୍ଷ ଲକ୍ଷ ଘରେ ପହଞ୍ଚିବ । ଆହୁରି ମଧ୍ୟ, ଏହି ଦାନ ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଅଟେ, ଯିଏ ଯେତିକି ଚାହିଁବେ ଦାନ କରିପାରିବେ ଏବଂ କୁପନ୍ ନେଇପାରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେବେଠାରୁ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏହି ମନ୍ଦିର ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଯାହାକି ଦେଶର ଭକ୍ତମାନଙ୍କ ଦାନ ରାଶିରେ ନିର୍ମାଣ ହେବ ବୋଲି ରାମ ମନ୍ଦିର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ମନ୍ଦିର ନିର୍ମାଣରେ କତେ ଟଙ୍କା ଖର୍ଚ୍ଚ ହେବ ?

ଯଦି ସମଗ୍ର ରାମ ମନ୍ଦିର ପରିସର ନିର୍ମାଣ ବିଷୟରେ ଆଲୋଚନା କରିବା, ତେବେ ଏଥିରେ 1100 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ଏଥି ସହିତ ମୁଖ୍ୟ ରାମ ମନ୍ଦିର ନିର୍ମଣରେ ପ୍ରାୟ 300 ରୁ 400 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ରାମ ଗୋବିନ୍ଦ ଦେବ ମହାରାଜ କହିଛନ୍ତି ଯେ, ଇଞ୍ଜିନିୟରମାନେ ମନ୍ଦିରର ଭିତ୍ତିପ୍ରସ୍ତର ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ମୁଖ୍ୟ ମନ୍ଦିରର ସମୁଦାୟ କ୍ଷେତ୍ର ପ୍ରାୟ 2.7 ଏକର ରହିବ । ଆଶା କରାଯାଉଛି 2024 ସୁଦ୍ଧା ରାମଲାଲାଙ୍କ ହର୍ଭଗୃହ କାର୍ଯ୍ୟ ଶେଷ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Fund collection for Ram Mandir will start rom today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X