Get Updates
Get notified of breaking news, exclusive insights, and must-see stories!

2 ଅକ୍ଟୋବର ସୁଦ୍ଧା କୃଷି ଆଇନ ପ୍ରତ୍ୟାହାର କର : ରାକେଶ ଟିକାୟିତ୍

ଶନିବାର କୃଷକ ଡାକରା ଦେଇଥିବା ଚକା ଜାମ୍ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ସମୟରେ ଭାରତ କିଷାନ୍ ୟୁନିୟନର ମୁଖପାତ୍ର ରାକେଶ ଟିକାୟିତ୍ କହିଛନ୍ତି, "ସରକାର ତିନୋଟି କୃଷି ପ୍ରତ୍ୟାହାର ପାଇଁ ଆମେ 2 ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଉଛୁ ।

ନୂଆଦିଲ୍ଲୀ : ଶନିବାର କୃଷକ ଡାକରା ଦେଇଥିବା ଚକା ଜାମ୍ ଶାନ୍ତି ପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ସମୟରେ ଭାରତ କିଷାନ୍ ୟୁନିୟନର ମୁଖପାତ୍ର ରାକେଶ ଟିକାୟିତ୍ କହିଛନ୍ତି, "ସରକାର ତିନୋଟି କୃଷି ପ୍ରତ୍ୟାହାର ପାଇଁ ଆମେ 2 ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଉଛୁ । ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ । ଯଦି ସରକାର 2 ଅକ୍ଟୋବର ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ନକରନ୍ତି ତେବେ ଆମେ ଆଗକୁ ଯୋଜନା କରିବୁ।"

Rakesh-Tikait-BKU-Leader

ଟିକାୟିତ୍ ଆହୁରି ମଧ୍ୟ କହିଛନ୍ତି, ଆମେ ସରକାରଙ୍କ ଚାପରେ ଆସି ଆଲୋଚନା କରିବୁ ନାହିଁ । ଚକା ଜାମ୍ ଉପରେ ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଆମେ ଚକା ଜାମ୍ କରିନାହୁଁ । ବର୍ତ୍ତମାନ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତିନୋଟି କୃଷି ଆଇନ ରଦ୍ଦ କରିବାକୁ କହୁଛୁ । ଏମଏସପି ଗ୍ୟାରେଣ୍ଟି ଏବଂ ଆଖୁ ଚାଷୀଙ୍କ ବିଚାରାଧୀନ ଦେୟ ଦେବାକୁ କୃଷକମାନେ ପ୍ରତ୍ୟେକ ଜିଲ୍ଲାର କମିଶନରଙ୍କ ମାଧ୍ୟମରେ ସ୍ମାରକପତ୍ର ଦାଖଲ କରିବେ। "

ସେ କହିଛନ୍ତି ଦେଶବ୍ୟାପୀ ଦିନ 12 ରୁ 3 ଟା ପର୍ଯ୍ୟନ୍ତ ଚକା ଜାମ୍ କରାଯାଇଥିଲା । ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ତ୍ତମାନ ଆଖୁ ଅମଳ ସମୟ ଚାଲିଛି ଏବଂ ସେଠାରେ ଥିବା କୃଷକମାନେ ଏହି ସମୟରେ ବ୍ୟସ୍ତ ଅଛନ୍ତି, ତେଣୁ ଆମେ ସେଠାରେ ଚକ୍କା ଜାମ ନକରିବାକୁ ନିଷ୍ପତ୍ତି ନେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚକ୍କା ଜାମ ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍ ଏବଂ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ, ଶନିବାର ଦିନ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଚକା ଜାମ୍ ହୋଇଥିଲା । ଚାଷୀଙ୍କ ଅବରୋଧକୁ ଦୃଷ୍ଟିରେ ରଖି ଗାଜୀପୁର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଦିଲ୍ଲୀ ପୋଲିସ, ପାରାମିଲିଟାରୀ ଏବଂ ରିଜର୍ଭ ଫୋର୍ସର ପ୍ରାୟ 50,000 କର୍ମଚାରୀଙ୍କୁ ଦିଲ୍ଲୀ-ଏନସିଆର ଅଞ୍ଚଳରେ ନିୟୋଜିତ କରାଯାଇଥିଲା । ଅତିକମରେ 12 ଟି ମେଟ୍ରୋ ଷ୍ଟେସନକୁ ମଧ୍ୟ ସତର୍କ କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସ୍ ସୂଚନା ଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+