ରାଜପଥ ନୁହଁ 'କର୍ତ୍ତବ୍ୟ ପଥ', ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ରାସ୍ତାର ନାମ ବଦଳିଲା
ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତା ରାଜପଥ ନାମରେ ପରିଚିତ ଥିଲା । ଏବେଠାରୁ ଏହି ରାସ୍ତା 'କର୍ତ୍ତବ୍ୟ ପଥ'ରେ ପରିଣତ ହୋଇଛି । ଅର୍ଥାତ୍ ରାଜପଥ ବର୍ତ୍ତମାନ କର୍ତ୍ତବ୍ୟ ପଥ ନାମରେ ପରିଚୟ ପାଇବ ।
ନୂଆଦିଲ୍ଲୀ : ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତା ରାଜପଥ ନାମରେ ପରିଚିତ ଥିଲା । ଏବେଠାରୁ ଏହି ରାସ୍ତା 'କର୍ତ୍ତବ୍ୟ ପଥ'ରେ ପରିଣତ ହୋଇଛି । ଅର୍ଥାତ୍ ରାଜପଥ ବର୍ତ୍ତମାନ କର୍ତ୍ତବ୍ୟ ପଥ ନାମରେ ପରିଚୟ ପାଇବ । ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଏନଡିଏମସି) ବୈଠକରେ ଏହାକୁ ଅନୁମୋଦନ ମିଳିଛି ।

କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ପରିଷଦ ବୈଠକରେ ରାଜପଥ ରାସ୍ତାର ନାମକୁ 'କର୍ତ୍ତବ୍ୟ ପଥ'ରେ ପରିବର୍ତ୍ତନ କରିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିବା ନେଇ ଏନଡିଏମସି ଟ୍ୱିଟ୍ କରି ସୂଚନା ଦେଇଛି ।
ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଟ୍ୱିଟ୍ କରି କହିଛନ୍ତି ଯେ ଯେତେବେଳେ ଆମେ ସ୍ୱାଧୀନତାର 75 ବର୍ଷ ପୂରଣ କରୁଛୁ, ସେତେବେଳେ ଔପନିବେଶିକ ଭାର ଛାଡି ଅମୃତକାଳରେ ଆମର ଉତ୍ତରାଧିକାରୀ ଭାବରେ ଭାରତ @ 100 ଆଡକୁ ଯିବା ଉଚିତ୍ । "ରାଜପଥ" ର ନାମ "କର୍ତ୍ତବ୍ୟ ପଥ" ରେ ନାମକରଣ ଏକ ସ୍ମାରକ ଅଟେ ଯେ ଜନସେବା ଭାବନା "ଶାସନ କରିବା ଅଧିକାର" ନୁହେଁ ବରଂ "ସେବା କରିବା କର୍ତ୍ତବ୍ୟ" ଅଟେ ।
ସୂଚନାଯୋଗ୍ୟ, 'ରାଜପଥ' ହେଉଛି ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ 3 କିଲୋମିଟର ଲମ୍ବା ରାସ୍ତା । ଯେଉଁଠାରେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହୋଇଥାଏ । ଯାହାକି ନିକଟରେ ନାମ ବଦଳାଇ କର୍ତ୍ତବ୍ୟ ପଥ କରିବାକୁ ବିଚାର କରାଯାଇଥିଲା । ବୁଧବାର ଏନଡିଏମସିର ଏକ ସ୍ୱତନ୍ତ୍ର ବୈଠକରେ ଏହା ଉପରେ ଅନ୍ତିମ ମୋହର ଲଗାଯାଇଥିଲା । ଯାହା ପରେ ବର୍ତ୍ତମାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାସ୍ତା 'କର୍ତ୍ତବ୍ୟ ପଥ' ଭାବରେ ପରିଚିତ ହେବ ।












Click it and Unblock the Notifications