'ଚୀନ୍ ସେନାର ଅନୁପ୍ରବେଶକୁ ସାହସର ସହ ବିଫଳ କରିଛନ୍ତି ଭାରତୀୟ ସେନା', ଲୋକସଭାରେ ଜବାବ ରଖିଲେ ରାଜନାଥ ସିଂହ
ଡିସେମ୍ବର 9 ରେ ତାୱାଙ୍ଗରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଥିଲେ । ଗୃହରେ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏଥିରେ ଆମର କୌଣସି ସୈନିକ ନିହତ ହୋଇନାହାଁନ୍ତି ।
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ହୋଇଥିବା ଭାରତୀୟ ସୈନିକ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଉପରେ ଜବାବ ମାଗିଥିଲେ ବିରୋଧୀ । ଏହାକୁ ନେଇ ଜବାବ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଡିସେମ୍ବର 9 ରେ ତାୱାଙ୍ଗରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଥିଲେ । ଗୃହରେ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ସଂଘର୍ଷରେ ଆମର କୌଣସି ସୈନିକ ନିହତ ହୋଇନାହାନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜବବା ରଖି କହିଛନ୍ତି ଯେ 09 ଡିସେମ୍ବର 2022 ରେ, PLA ଦଳ ତାୱାଙ୍ଗ ସେକ୍ଟରର ୟାଙ୍ଗସେ ଅଞ୍ଚଳରେ LAC ରେ ଅନୁପ୍ରବେଶ କରି ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା । ଆମର ସେନା ସାହସର ସହିତ ଚୀନ୍ର ଏହି ପ୍ରୟାସକୁ ରୋକିବାରେ ସଫଳ ହୋଇଛନ୍ତି । ଏହି ସମୟରେ ଉଭୟ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଭାରତୀୟ ସେନା ସାହସର ସହିତ PLA କୁ ଆମ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ବାରଣ କରିଥିଲା ଏବଂ ସେମାନଙ୍କୁ ନିଜ ସ୍ଥିତିକୁ ଫେରିବାକୁ ବାଧ୍ୟ କଲା । ଏହି ସଂଘର୍ଷରେ ଉଭୟ ପାର୍ଶ୍ୱରୁ କିଛି ସୈନିକ ଆହତ ହୋଇଥିଲେ । ମୁଁ ଏହି ଗୃହକୁ ଜଣାଇବାକୁ ଚାହୁଁଛି ଯେ ଆମର କୌଣସି ଯବାନ ନିହତ ହୋଇ ନାହାଁନ୍ତି ଏବଂ କେହି ଗୁରୁତର ଆହତ ହୋଇନାହାଁନ୍ତି । ଭାରତୀୟ ସୈନ୍ୟ କମାଣ୍ଡୋଙ୍କ ଠିକ୍ ସମୟରେ ହସ୍ତକ୍ଷେପ ହେତୁ PLA ସୈନ୍ୟମାନେ ନିଜ ସ୍ଥାନକୁ ଫେରିଗଲେ ।
ସେ କହିଛନ୍ତି ଯେ ଏହି ଘଟଣା ପରେ ଡିସେମ୍ବର 11 ରେ ଏହି ଅଞ୍ଚଳର ସ୍ଥାନୀୟ କମାଣ୍ଡର ପ୍ରତିଷ୍ଠିତ ବ୍ୟବସ୍ଥା ଅନୁଯାୟୀ ଚୀନ୍ ପ୍ରତିପକ୍ଷଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଚୀନ୍ ପକ୍ଷକୁ ଏଭଳି କାର୍ଯ୍ୟକୁ ବାରଣ କରାଯାଇଥିଲା ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ କୁହାଯାଇଥିଲା । କୂଟନୈତିକ ସ୍ତରରେ ଚୀନ୍ ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗ ନିଆଯାଇଛି ।
ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ମୁଁ ଗୃହକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ଆମର ବାହିନୀ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ବିରୁଦ୍ଧରେ ଯେକୌଣସି ପ୍ରୟାସ ରୋକିବାକୁ ସର୍ବଦା ପ୍ରସ୍ତୁତ । ମୁଁ ନିଶ୍ଚିତ ଯେ ଏହି ଗୃହ ଆମ ସୈନ୍ୟବାହିନୀର ସାହସକୁ ସମର୍ଥନ କରିବ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications