କୃଷକ ଆନ୍ଦୋଳନ : କୃଷି ଆଇନକୁ ଦୁଇ ବର୍ଷ ଲାଗୁ କରିବାକୁ ଦିଅ, ଲାଭଜନକ ନହେଲେ ପରିବର୍ତ୍ତନ କରାଯିବ : ରାଜନାଥ ସିଂ

ମୁଁ ମଧ୍ୟ ଜଣେ କୃଷକର ପୁଅ ଏବଂ ଆପଣଙ୍କୁ ନିଶ୍ଚିତ କରୁଛି ଯେ ମୋଦୀ ସରକାର କୈଣସି କାମ କରିବେ ନାହିଁ ଯାହା ଚାଷୀଙ୍କ ସ୍ୱାର୍ଥରେ ନାହିଁ |

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଣିଥିବା ନୂଆ କୃଷକ ଆଇନକୁ ଦୁଇ ବର୍ଷ ପରୀକ୍ଷା ମୂଳକ ଭାବେ ଲାଗୁ କରିବାକୁ ଦେବାକୁ ଆନ୍ଦୋଳନରତ ଚାଷୀମାନଙ୍କୁ କହିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ | ଶୁକ୍ରବାର ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ବୈଠକକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି ଯେ, ଯଦି ଏହି ନୂଆ ଆଇନ ଦ୍ୱାରା କୃଷକମାନେ ଉପକୃତ ନହେବେ ତେବେ କେନ୍ଦ୍ର ସରକାର ଏହି ଆଇନରେ ଆବଶ୍ୟକୀୟ ସଂଶୋଧନ କରିବେ ବୋଲି ମୁଁ ନିଶ୍ଚିତ କରୁଛି |

ଆନ୍ଦୋଳନକାରୀ କୃଷକମାନଙ୍କୁ କୃଷି ଆଇନ ଉପରେ ଆଲୋଚନା କରିବାକୁ ଆଗେଇ ଆସିବାକୁ ନିବେଦନ କରି ସେ କହିଛନ୍ତି ଯେ, "ଆଜି ଯେଉଁମାନେ କୃଷି ଆଇନ ବିରୁଦ୍ଧରେ ଧାରଣାରେ ବସିଛନ୍ତି ସେମାନେ କୃଷକ ଏବଂ ସେମାନେ କୃଷକଙ୍କ ପରିବାରରେ ସେମାନଙ୍କର ଜନ୍ମ | ତାଙ୍କ ପ୍ରତି ଆମର ବହୁତ ସମ୍ମାନ ରହିଛି | ମୁଁ ମଧ୍ୟ ଜଣେ କୃଷକର ପୁଅ ଏବଂ ଆପଣଙ୍କୁ ନିଶ୍ଚିତ କରୁଛି ଯେ ମୋଦୀ ସରକାର କୈଣସି କାମ କରିବେ ନାହିଁ ଯାହା ଚାଷୀଙ୍କ ସ୍ୱାର୍ଥରେ ନାହିଁ |"

Rajnath-Singh

ଏହି ଅବସରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯେ କୃଷକଙ୍କ ମନରେ ଯାହା କିଛି ସନ୍ଦେହ ଅଛି, ତାହା ବୁଝାମଣା ମାଧ୍ୟମରେ ସମାଧାନ କରାଯାଉ ଏବଂ ସେଥିପାଇଁ ସରକାର ପୁଣି ଥରେ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି | ଆନ୍ଦୋଳନକାରୀ କୃଷକମାନେ ଆସି ସରକାରଙ୍କ ସହ ଆଲୋଚନା କରନ୍ତୁୁ ଏବଂ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ ବୋଲି ପ୍ରତିରକ୍ଷାମନ୍ତ୍ରୀ କୃଷକମାନଙଅକୁ ଅନୁରୋଧ କରିଛନ୍ତି |

କେନ୍ଦ୍ର ସରକାରଙ୍କ କୃଷକ ଆଇନ ବିରୁଦ୍ଧରେ କୃଷକମାନଙ୍କ ଆନ୍ଦୋଳନ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ବିଭିନ୍ନ ରାଜ୍ୟର କେତେକ କୃଷକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି | କୃଷକଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କୁ ଉନ୍ନତ ବିକଳ୍ପ ପ୍ରଦାନ କରିବା ଉଦ୍ଦେଶ୍ୟରେ ନୂତନ କୃଷି ଆଇନ ଅଣାଯାଇଥିବା ନେଇ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+