ଆସାମ ଜାତୀୟ ଉଦ୍ୟାନରୁ ରାଜୀବ ଗାନ୍ଧୀଙ୍କ ନାମ ହଟାଇବେ ଆସାମ ସରକାର, ଓରାଙ୍ଗ ଜାତୀୟ ଉଦ୍ୟାନ ଭାବରେ ହେବ ପରିଚିତ
ଆସାମ ସରକାର ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି ଯେ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମକୁ ଓରାଙ୍ଗ ଜାତୀୟ ଉଦ୍ୟାନରେ ପରିବର୍ତ୍ତନ କରାଯିବ ।
ନୂଆଦିଲ୍ଲୀ : ଆସାମ ସରକାର ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି ଯେ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମକୁ ଓରାଙ୍ଗ ଜାତୀୟ ଉଦ୍ୟାନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ।

ରାଜ୍ୟ ସରକାରଙ୍କ ମନ୍ତ୍ରୀ ପୀୟୁଷ ହଜାରିକା କହିଛନ୍ତି ଯେ ଆଦିବାସୀ ତଥା ଜନଜାତି ସମ୍ପ୍ରଦାୟର ଚାହିଦାକୁ ଦୃଷ୍ଟିରେ ରଖି ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମ ଓରାଙ୍ଗ ଜାତୀୟ ଉଦ୍ୟାନରେ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।
ଏହା ପୂର୍ବରୁ ରାଜୀବ ଗାନ୍ଧୀଙ୍କ ନାମ ମଧ୍ୟ ଖେଳ ରତ୍ନ ପୁରସ୍କାରରୁ ହଟାଯାଇଥିଲା । ମୋଦୀ ସରକାର ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାରରେ ପରିବର୍ତ୍ତନ କରିଛନ୍ତି । ଅଲିମ୍ପିକ୍ସରେ 41 ବର୍ଷ ପରେ ଭାରତୀୟ ହକି ଦଳ ପଦକ ଜିତିଥିଲା, ଯାହା ପରେ ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ସରକାର ଖେଳ ରତ୍ନ ନାମକରଣ କରିଥିଲେ ।
79.28 ବର୍ଗ କିଲୋମିଟରର ଏହି ଜଙ୍ଗଲକୁ 1985 ରେ ୱାଇଲ୍ଡ ଲାଇଫ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା, ପରେ 1999 ରେ ଏହାକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଯାଇଥିଲା । ବ୍ରହ୍ମପୁତ୍ର ନଦୀର ଉତ୍ତରରେ ଅବସ୍ଥିତ ଏହି ପାର୍କ ଦାରାଙ୍ଗ ଏବଂ ସୋନିତପୁର ଜିଲ୍ଲା ଅନ୍ତର୍ଗତରେ ରହିଛି । ଏହି ପାର୍କ ମୁଖ୍ୟତଃ ରୟାଲ ବେଙ୍ଗଲ ଟାଇଗର, ଭାରତୀୟ ଗଣ୍ଡା, ବଣୁଆ ହାତୀ ଇତ୍ୟାଦି ପ୍ରାଣୀମାନଙ୍କ ପାଇଁ ଜଣାଶୁଣା ।












Click it and Unblock the Notifications