ରାଜସ୍ଥାନରେ ଓମିକ୍ରନ୍ ଆତଙ୍କ : ଗୋଟିଏ ଦିନରେ ଚିହ୍ନଟ ହେଲେ 23 ଜଣ ରୋଗୀ, କେବଳ ଅଜମେରରେ 10 ଟି ମାମଲା
ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ରାଜସ୍ଥାନରେ ମଧ୍ୟ ଆତଙ୍କ ସୃଷିଟ କରିଛି । ବୁଧବାର ରାଜସ୍ଥାନରେ ଓମିକ୍ରନ୍ ମାମଲା ହଠାତ୍ ବୃଦ୍ଧି ପାଇଛି । ଗୋଟିଏ ଦିନରେ 23 ଟି ନୂଆ ମାମଲା ଚିହ୍ନଟ ହୋଇଛି ।
ଜୟପୁର : ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ରାଜସ୍ଥାନରେ ମଧ୍ୟ ଆତଙ୍କ ସୃଷିଟ କରିଛି । ବୁଧବାର ରାଜସ୍ଥାନରେ ଓମିକ୍ରନ୍ ମାମଲା ହଠାତ୍ ବୃଦ୍ଧି ପାଇଛି । ଗୋଟିଏ ଦିନରେ 23 ଟି ନୂଆ ମାମଲା ଚିହ୍ନଟ ହୋଇଛି । କେବଳ ଅଜମେର ଜିଲ୍ଲାରେ ସର୍ବାଧିକ ଦଶଟି ମାମଲା ଦେଖିବାକୁ ମିଳିଛି । ଏହା ବ୍ୟତୀତ ଜୟପୁରରେ ନଅଟି ମାମଲା, ଭିଲୱାରାରେ ଦୁଇଟି ଏବଂ ଯୋଧପୁର ଏବଂ ଅଲୱାରରେ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି ।

ଓମିକ୍ରନ୍ ଆକ୍ରନ୍ତ ଚିହ୍ନଟଙ୍କ ମଧ୍ୟରୁ 4 ଜଣ ରୋଗୀ ବିଦେଶରୁ ଫେରିଥିବାବେଳେ ତିନିଜଣ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ 2 ଜଣ ରୋଗୀ ଅନ୍ୟ ରାଜ୍ୟରୁ ରାଜସ୍ଥାନକୁ ଫେରିଥିବାବେଳେ 2 ଜଣ ସେମାନଙ୍କ ସସ୍ପର୍ଶରେ ଆସି ଥିଲେ । ଏହା ବ୍ୟତୀତ ଜଣେ ରୋଗୀ ପୂର୍ବରୁ ପଜିଟିଭ୍ ଥିବା ରୋଗୀଙ୍କ ସହ ସମ୍ପର୍କରେ ଥିବା କୁହାଯାଉଛି । ବର୍ତ୍ତମାନ ରାଜସ୍ଥାନର ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା 69 ରେ ପହଞ୍ଚିଛି ।
Rajasthan reports 23 #Omicron cases today. The total number of Omicron cases stands at 69: State Gov
— ANI (@ANI) December 29, 2021
ଆପଣଙ୍କୁ କହି ରଖୁଛୁ ଜୟପୁରରେ ଡିସେମ୍ବର ମାସରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଡିସେମ୍ବର ଶେଷରେ, ବର୍ତ୍ତମାନ ଯଦି ଆମେ ଗତ 28 ଦିନର ତଥ୍ୟକୁ ଦେଖିବା, ତେବେ ଜଣାପଡିଛି ଯେ ଚଳିତ ବର୍ଷ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସରେ ମୋଟ 462 ଟି କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ଡିସେମ୍ବର 28 ଦିନ ମଧ୍ୟରେ 435 ଟି ମାମଲା ଦେଖିବାକୁ ମିଳିଛି ।












Click it and Unblock the Notifications