Get Updates
Get notified of breaking news, exclusive insights, and must-see stories!

ବଦଳିଲା ରାଜସ୍ଥାନର ଭୂଗୋଳ, 19 ଟି ନୂଆ ଜିଲ୍ଲା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍

ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର 17 ମାର୍ଚ୍ଚ 2023 ରେ ରାଜ୍ୟରେ 19 ଟି ନୂତନ ଜିଲ୍ଲା ଏବଂ 3 ଟି ଡିଭିଜନ୍ ଗଠନ କରିବାକୁ ଘୋଷଣା କରିଛନ୍ତି । ରାଜସ୍ଥାନରେ ନୂତନ ଜିଲ୍ଲା ଏବଂ ଡିଭିଜନ୍ ହେବା ନେି ଘୋଷଣା ହେବା ପରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Rajasthan

ଜୟପୁର : ବଦଳିଲା ରାଜସ୍ଥାନର ଭୂଗୋଳ । ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏହା ପରେ ନୂତନ ଜିଲ୍ଲା ଏବଂ ଡିଭିଜନ୍ ନେଇ ରାଜ୍ୟବାସୀଙ୍କ ପୁରୁଣା ଦାବି ପୂରଣ ହୋଇଛି ।

ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର 17 ମାର୍ଚ୍ଚ 2023 ରେ ରାଜ୍ୟରେ 19 ଟି ନୂତନ ଜିଲ୍ଲା ଏବଂ 3 ଟି ଡିଭିଜନ୍ ଗଠନ କରିବାକୁ ଘୋଷଣା କରିଛନ୍ତି । ରାଜସ୍ଥାନରେ ନୂତନ ଜିଲ୍ଲା ଏବଂ ଡିଭିଜନ୍ ହେବା ନେି ଘୋଷଣା ହେବା ପରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବର୍ତ୍ତମାନ ରାଜସ୍ଥାନର ମୋଟ ଜିଲ୍ଲା ସଂଖ୍ୟା 33 ରୁ 52 କୁ ବୃଦ୍ଧି ପାଇଛି । ସେହିପରି ଡିଭିଜନ୍ ସଂଖ୍ୟା 7 ରୁ 10 କୁ ବୃଦ୍ଧି ପାଇଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ରାଜସ୍ଥାନ ବିଧାନସଭାରେ ତୃତୀୟ ପର୍ଯ୍ୟାୟ ବଜେଟ୍ 2023 ପାରିତ କରିଛନ୍ତି । ଏହି ସମୟ ମଧ୍ୟରେ 19 ଟି ନୂତନ ଜିଲ୍ଲା ଏବଂ 3 ଟି ଡିଭିଜନ୍ ସହିତ ଅନେକ ଘୋଷଣା କରାଯାଇଛି । ସିଏମଏ ଗେହଲୋଟ୍ କହିଛନ୍ତି ଯେ ରାଜସ୍ଥାନରେ କିଛି ନୂତନ ଜିଲ୍ଲା ଗଠନ ପାଇଁ ଆମକୁ ଦାବି ଆସିଥିଲା । ଏହାକୁ ନେଇ ରାମଲୁଭାୟା କମିଟି ଗଠନ କରାଯାଇଥିଲା । କମିଟିର ଅନ୍ତିମ ରିପୋର୍ଟ ଆଧାରରେ ନୂତନ ଜିଲ୍ଲା ଓ ଡିଭିଜନ୍ ଘୋଷଣା କରାଯାଇଛି ।

ରାଜସ୍ଥାନରେ 19 ଟି ନୂତନ ଜିଲ୍ଲା ଏବଂ 3 ଟି ନୂଆ ଡିଭିଜନ୍ ଗଠନ ସହିତ ରାଜ୍ୟର ଭୌଗୋଳିକ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଜିଲ୍ଲା ମୁଖ୍ୟାଳୟରୁ 19 ଟି ସ୍ଥାନର ଦୂରତା ହ୍ରାସ ପାଇଛି । କାରଣ ଏପର୍ଯ୍ୟନ୍ତ ସବଡିଭିଜନ୍ ଏବଂ ତହସିଲ ମୁଖ୍ୟାଳୟ ଥିବା ଏହି ସ୍ଥାନଗୁଡିକ ନିଜେ ଜିଲ୍ଲା ହୋଇଛନ୍ତି । ବର୍ଷ ଶେଷ ସୁଦ୍ଧା ରାଜସ୍ଥାନରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଦୀର୍ଘ ଦିନ ଧରି ଜିଲ୍ଲା ଗଠନ ନେଇ ଦାବି କରାଯାଉଥିଲା ।

ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳର 2023 ବଜେଟରେ, ସିଏମ୍ ଅଶୋକ ଗେହଲୋଟ୍ 19 ଟି ଜିଲ୍ଲା ଘୋଷଣା କରି ଏକ ବଡ଼ ରାଜନୈତିକ ପାଳି ଖେଳିଛନ୍ତି । ବର୍ତ୍ତମାନ ଏହି ଜିଲ୍ଲାଗୁଡିକର ଘୋଷଣା ଆଧାରରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ 2023 ରେ କଂଗ୍ରେସ ସରକାର କ୍ଷମତାକୁ ଫେରିବ କି ନାହିଁ ତାହା ଦେଖିବା ମଜାଦାର ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+