ରେଳସେବା ବନ୍ଦ ହେବାର କୌଣସି ଯୋଜନା ନାହିଁ : ରେଳବାଇ
ଟ୍ରେନ ସେବାକୁ ବନ୍ଦ କରିବା ପାଇଁ କୌଣସି ଯୋଜନା ନାହିଁ ବୋଲି ଭାରତୀୟ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରେଳବାଇର ଚେୟାରମ୍ୟାନ୍ ସୁନୀତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ ରେଳ ସେବାକୁ ବର୍ତ୍ତମାନ ବନ୍ଦ କରିବାର କୌଣସି ଯୋଜନା ନାହିଁ ।
ନୂଆଦିଲ୍ଲୀ : ଟ୍ରେନ ସେବାକୁ ବନ୍ଦ କରିବା ପାଇଁ କୌଣସି ଯୋଜନା ନାହିଁ ବୋଲି ଭାରତୀୟ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରେଳବାଇର ଚେୟାରମ୍ୟାନ୍ ସୁନୀତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ ରେଳ ସେବାକୁ ବର୍ତ୍ତମାନ ବନ୍ଦ କରିବାର କୌଣସି ଯୋଜନା ନାହିଁ ।

COVID-19 ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ର ଉପରେ ଶର୍ମା କହିଛନ୍ତି ଯେ, ଉପାନ୍ତ ସହର ଟ୍ରେନ୍ ସମେତ ଟ୍ରେନ୍ ସେବାକୁ ବନ୍ଦ କରିବାକୁ ସରକାରଙ୍କ ତରଫରୁ କୌଣସି ଅନୁରୋଧ ନାହିଁ । ସେ କହିଛନ୍ତି ଯେ ଟ୍ରେନର ଅଭାବ ନଥିଲା ଏବଂ ଏହି ମାସଗୁଡିକରେ ଷ୍ଟେସନରେ ଦେଖାଯାଇଥିବା ଭିଡ଼ ସାଧାରଣ ରହିଥିଲା ।
ସେ କହିଛନ୍ତି ଯେ ରେଳ ଷ୍ଟେସନରେ ଦେଖାଯାଇଥିବା ଭିଡ଼ ଏହି ମାସରେ ଦେଖାଯାଉଥିବା ସାଧାରଣ ବୃଦ୍ଧିର ଫଳାଫଳ, ଯାତ୍ରୀଙ୍କ ବୃଦ୍ଧିକୁ ନଜରରେ ରଖି ଆମେ ଟ୍ରେନ୍ ସଂଖ୍ୟା ବୃଦ୍ଧି କରିବୁ । ଯେଉଁମାନେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଟ୍ରେନର କୌଣସି ଅଭାବ ନାହିଁ । ଯେଉଁଠାରେ ଆବଶ୍ୟକତା ପଡିବ ଚାହିଦା ଅନୁଯାୟୀ ଟ୍ରେନ୍ ଚଲାଛଳ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି କେତେକ ରାଜ୍ୟ ସଟଡାଉନ୍ ଓ ଲକଡାଉନ୍ ଜାରି କରୁଥିବା ବେଳେ ରେଳବାଇ ପକ୍ଷରୁ ରେଳ ଚଳାଚଳକୁ ନେଇ ଏପରି ସ୍ପଷ୍ଟୀକରଣ ଦିଆଯାଇଛି ।












Click it and Unblock the Notifications