ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ସାସଂଦ ପୁଣି ଆଜି ଇଡି ନିକଟରେ ହାଜର ହେବେ । ଚତୁର୍ଥ ଥର ପାଇଁ ଆଜି ଇଡିରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ସାସଂଦ ପୁଣି ଆଜି ଇଡି ନିକଟରେ ହାଜର ହେବେ । ଚତୁର୍ଥ ଥର ପାଇଁ ଆଜି ଇଡିରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଅପରପକ୍ଷରେ ବିରୋଧ କରି ଶାନ୍ତିପୂର୍ଣ୍ଣ ବଦଲା ନେବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିକୁ ବିରୋଧ କରି କଂଗ୍ରେସ ଦେଶରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବ କହିଛି । ଏହା ସହ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବା ନେଇ ନିଷ୍ପତ୍ତି ନେଇଛି ଦଳ ।
ଏହା ପୂର୍ବରୁ ଗତ ଜୁନ 13 ରୁ ଜୁନ 15 ଯାଏଁ ରାହୁଲଙ୍କୁ ପଚରାଉଚୁରା କରିଥିଲା ଇଡି । ଏବା ପରେ ପୁଣି ଜୁନ୍ 17 ରେ ହାଜର ହେବାକୁ ଇଡି ନୋଟିସ୍ ଦେଇଥିଲା । କିନ୍ତୁ ମା ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା ଦର୍ଶାଇ ସେ ଅଧିକ ସମୟ ମାଗିଥିଲେ । ରାହୁଲଙ୍କୁ ଜେରା, ଅଗ୍ନିପଥ ଯୋଜନା ଓ କେନ୍ଦ୍ର ସରକାରର ପ୍ରତିଶୋଧ ରାଜନୀତିକୁ ବିରୋଧ କରି କଂଗ୍ରେସର ଲକ୍ଷଲକ୍ଷ କର୍ମକର୍ତ୍ତା ଦେଶରେ ଆଜି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବେ ।
କଂଗ୍ରେସ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ । ରାହୁଲଙ୍କୁ ଜେରା ସମୟରେ ବିରୋଧ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ ସାଂସଦଙ୍କୁ ଦୁର୍ବ୍ୟବହାର କରିଥିବା ରାଷ୍ଟ୍ରପତିଙ୍କ ଦୃଷ୍ଟିଗୋଚର କରିବେ କଂଗ୍ରେସ ନେତା ।












Click it and Unblock the Notifications