Get Updates
Get notified of breaking news, exclusive insights, and must-see stories!

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ରାହୁଲଙ୍କ ଟାର୍ଗେଟ୍ : 'ପ୍ରଧାନମନ୍ତ୍ରୀ ମୋଦୀ ଖର୍ଚ୍ଚ ବିଷୟରେ ଆଲୋଚନା କରିବା ଉଚିତ୍'

ଗତ 8 ଦିନ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଛି, କିନ୍ତୁ ଭାରତରେ ଦମ କମିନାହିଁ ବରଂ ସ୍ଥିର ରହିଛି ।

ନୂଆଦିଲ୍ଲୀ : ଗତ ବର୍ଷ ଲାଗୁ ହୋଇଥିବା ଏହି ଲକଡାଉନ୍ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା । ଲୋକମାନେ ଆଶା କରିଥିଲେ ଯେ ମୋଦୀ ସରକାର ମହଙ୍ଗା ମାଡ଼ ଉପରେ ରୋକ ଲଗାଇବା ନେଇ କୌଣସି ପଦକ୍ଷେପ ଗ୍ରଙଣ କରିବେ, କିନ୍ତୁ ଏହା ଓଲଟା ହେଉଛି । କରୋନାର ମହଙ୍ଗା ମାଡ଼ ଲୋକଙ୍କ ମନରୁ ଯାଇନଥିବା ବେଳେ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ବ୍ୟତିବ୍ରସ୍ତ କରିଦେଉଛି । ଯାହାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।

Rahul-Gandhi

ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ଖବରର ସ୍କ୍ରିନସଟ୍ ସସେୟାର କରିଛନ୍ତି, ଯେଉଁଠାରେ ଉଲ୍ଲେଖ ରହିଛିଯେ, ଗତ 8 ଦିନ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଛି, କିନ୍ତୁ ଭାରତରେ ଦମ କମିନାହିଁ ବରଂ ସ୍ଥିର ରହିଛି । ଏହି ଖବର ସହିତ ରାହୁଲ ଲେଖିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଟିକସ ଆଦାୟ ହେତୁ କାରରେ ତେଲ ଭରିବା କୌଣସି ପରୀକ୍ଷାଠାରୁ କମ୍ ନୁହେଁ, ତେବେ ପ୍ରଧାନମନ୍ତ୍ରୀ ଏନେଇ କାହିଁକି ଆଲୋଚନା କରିବେ ନାହିଁ ? ଖର୍ଚ୍ଚ ଉପରେ ମଧ୍ୟ ଆଲୋଚନା ହେଉ ।

ସୋମବାର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା 71 ଡଲାରରୁ 63 ଡଲାରକୁ ଖସି ଆସିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳର ଦୁର୍ବଳତା ଯୋଗୁଁ ଏହି ହ୍ରାସ ହୋଇଛି । ଫେବୃଆରୀରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 16 ଗୁଣ ବୃଦ୍ଧି ପାଇଥିଲା ଯେତେବେଳେ ସରକାର କହିଥିଲେ ଯେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ହେତୁ ଏହା ଘଟୁଛି, କିନ୍ତୁ ବର୍ତ୍ତମାନ ମୂଲ୍ୟ ହ୍ରାସ ନ ହେବାରୁ ଏହି ପ୍ରଶ୍ନ ଉଠିଛି । ପରପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଗାମୀ ଦିନରେ ଲୋକମାନେ ନିଶ୍ଚିତ ଭାବରେ ତୈଳ ମୂଲ୍ୟରେ ରିହାତି ପାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+