For Quick Alerts
Turn On Notification  
For Daily Alerts
Oneindia App Download

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ରାହୁଲଙ୍କ ଟାର୍ଗେଟ୍ : 'ପ୍ରଧାନମନ୍ତ୍ରୀ ମୋଦୀ ଖର୍ଚ୍ଚ ବିଷୟରେ ଆଲୋଚନା କରିବା ଉଚିତ୍'

ଗତ 8 ଦିନ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଛି, କିନ୍ତୁ ଭାରତରେ ଦମ କମିନାହିଁ ବରଂ ସ୍ଥିର ରହିଛି ।

|

ନୂଆଦିଲ୍ଲୀ : ଗତ ବର୍ଷ ଲାଗୁ ହୋଇଥିବା ଏହି ଲକଡାଉନ୍ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା । ଲୋକମାନେ ଆଶା କରିଥିଲେ ଯେ ମୋଦୀ ସରକାର ମହଙ୍ଗା ମାଡ଼ ଉପରେ ରୋକ ଲଗାଇବା ନେଇ କୌଣସି ପଦକ୍ଷେପ ଗ୍ରଙଣ କରିବେ, କିନ୍ତୁ ଏହା ଓଲଟା ହେଉଛି । କରୋନାର ମହଙ୍ଗା ମାଡ଼ ଲୋକଙ୍କ ମନରୁ ଯାଇନଥିବା ବେଳେ ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ବ୍ୟତିବ୍ରସ୍ତ କରିଦେଉଛି । ଯାହାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।

Rahul-Gandhi

ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ଖବରର ସ୍କ୍ରିନସଟ୍ ସସେୟାର କରିଛନ୍ତି, ଯେଉଁଠାରେ ଉଲ୍ଲେଖ ରହିଛିଯେ, ଗତ 8 ଦିନ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଛି, କିନ୍ତୁ ଭାରତରେ ଦମ କମିନାହିଁ ବରଂ ସ୍ଥିର ରହିଛି । ଏହି ଖବର ସହିତ ରାହୁଲ ଲେଖିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଟିକସ ଆଦାୟ ହେତୁ କାରରେ ତେଲ ଭରିବା କୌଣସି ପରୀକ୍ଷାଠାରୁ କମ୍ ନୁହେଁ, ତେବେ ପ୍ରଧାନମନ୍ତ୍ରୀ ଏନେଇ କାହିଁକି ଆଲୋଚନା କରିବେ ନାହିଁ ? ଖର୍ଚ୍ଚ ଉପରେ ମଧ୍ୟ ଆଲୋଚନା ହେଉ ।

ସୋମବାର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା 71 ଡଲାରରୁ 63 ଡଲାରକୁ ଖସି ଆସିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳର ଦୁର୍ବଳତା ଯୋଗୁଁ ଏହି ହ୍ରାସ ହୋଇଛି । ଫେବୃଆରୀରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 16 ଗୁଣ ବୃଦ୍ଧି ପାଇଥିଲା ଯେତେବେଳେ ସରକାର କହିଥିଲେ ଯେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ହେତୁ ଏହା ଘଟୁଛି, କିନ୍ତୁ ବର୍ତ୍ତମାନ ମୂଲ୍ୟ ହ୍ରାସ ନ ହେବାରୁ ଏହି ପ୍ରଶ୍ନ ଉଠିଛି । ପରପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଗାମୀ ଦିନରେ ଲୋକମାନେ ନିଶ୍ଚିତ ଭାବରେ ତୈଳ ମୂଲ୍ୟରେ ରିହାତି ପାଇବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rahul Gandhi Targets Narendra Modi On Petrol And Diesel Price Hike
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X