ଯେଉଁମାନେ ମୋର ନୀରବତାକୁ ଭୟ କରୁଛନ୍ତି ମୁଁ ସେମାନଙ୍କୁ ଭୟ କରେ ନାହିଁ ! କୃଷକ ଆନ୍ଦୋଳନ ଉପରେ ରାହୁଲଙ୍କ ବିଜେପିକୁ ଟାର୍ଗେଟ୍
'ଶହୀଦ ଅନ୍ନଦାତାମାନଙ୍କ ପାଇଁ ମୋର 2 ମିନିଟର ନୀରବ ପ୍ରାର୍ଥନା ବିଜେପି ସ୍ୱୀକାର କରିପାରୁନାହିଁ । ମୋର କୃଷକ-ଶ୍ରମିକମାନଙ୍କ ବଳିଦାନକୁ ବାରମ୍ବାର ଶ୍ରଦ୍ଧାଞ୍ଜଳି ଦେବି । ଯୋଉଁ ମାନେ ମୋର ନୀରବତାକୁ ଭୟ କରନ୍ତି ମୁଁ ସେମାନଙ୍କୁ ଭୟ କରେ ନାହିଁ ।'
ନୂଆଦିଲ୍ଲୀ : କିଷାନ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପ୍ରସଙ୍ଗ ପୁଣି ଥରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉଠାଇଛନ୍ତି । ଏହି ଆନ୍ଦୋଳନ ସମୟରେ 300 ରୁ ଅଧିକ ଚାଷୀ ପ୍ରାଣ ହରାଇଛନ୍ତି ବୋଲି ରାହୁଲ ଗାନ୍ଧୀ ଦାବି କରିଛନ୍ତି । ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, 'ଶହୀଦ ଅନ୍ନଦାତାମାନଙ୍କ ପାଇଁ ମୋର 2 ମିନିଟର ନୀରବ ପ୍ରାର୍ଥନା ବିଜେପି ସ୍ୱୀକାର କରିପାରୁନାହିଁ । ମୋର କୃଷକ-ଶ୍ରମିକମାନଙ୍କ ବଳିଦାନକୁ ବାରମ୍ବାର ଶ୍ରଦ୍ଧାଞ୍ଜଳି ଦେବି । ଯୋଉଁ ମାନେ ମୋର ନୀରବତାକୁ ଭୟ କରନ୍ତି ମୁଁ ସେମାନଙ୍କୁ ଭୟ କରେ ନାହିଁ ।'

ଆପଣଙ୍କୁ କହିରଖୁଛୁ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସର୍ବଦା ଚାଷୀଙ୍କ ସପକ୍ଷରେ ବିବୃତ୍ତି ଦେଇଆସୁଛନ୍ତି । ଏନେଇ ବୁଧବାର ସେ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଭୟଭୀତ ହେବେ ନାହିଁ କିମ୍ବା ନଇଁ ପଡ଼ିବେ ନାହିଁ । ଅତ୍ୟାଚାରର ସାମ୍ନା ସତ୍ୟଗ୍ରାହ ମାଧ୍ୟମରେ କରିବେ । ସେ ଆହୁରି ମଧ୍ୟ କହିଛନ୍ତି, ସରକାରଙ୍କୁ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ ।
शहीद हुए अन्नदाताओं के लिए मेरा 2 मिनट का मौन भाजपा को स्वीकार नहीं।
अपने किसान-मज़दूर भाइयों के बलिदान को मैं बार-बार श्रद्धांजलि दूँगा।
जो मेरे मौन से डरते हैं, मैं उनसे नहीं डरता!#300DeathsAtProtest
— Rahul Gandhi (@RahulGandhi) March 18, 2021
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି କୃଷକ ମାନେ 110 ଦିନରୁ ଅଧିକ ସମୟ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣାରେ ବସିଛନ୍ତି । ଏହି ଆଇନର ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କୃଷକ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରିଦେଇଛନ୍ତି ।
ଅନ୍ୟପକ୍ଷରେ ସରକାର ବିଲରେ ସଂଶୋଧନ କରିପାରିବେ କିନ୍ତୁ ପ୍ରତ୍ୟାହାର ନେଇ ପ୍ରଶ୍ନ ଉଠୁନାହିଁ ବୋଲି କହିସାରିଛନ୍ତି । ସରକାର ଏହି ତିନୋଟି ନିୟମକୁ କୃଷି ସଂସ୍କାର ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ସରକାର କହିଛନ୍ତି ଯେ ଏହା କୃଷକମାନଙ୍କୁ ଉପକୃତ କରିବ ଏବଂ ସେମାନଙ୍କର ଉତ୍ପାଦ ବିକ୍ରୟ ପାଇଁ ସେମାନଙ୍କର ଅନେକ ବିକଳ୍ପ ରହିବ ।












Click it and Unblock the Notifications