‘ଅନ୍ନାଦାତା ଅଂହକାରର ମୁଣ୍ଡ ନୁଆଁଇ ଦେଇଛନ୍ତି' : ରାହୁଲ ଗାନ୍ଧୀ
'ଦେଶର ଅନ୍ନାଦାତା ସତ୍ୟଗ୍ରହ ଫଳରେ ସହ ଅହଂକାରର ମୁଣ୍ଡ ନୁଆଁଇ ଦେଇଛନ୍ତି । ଅନ୍ୟାୟ ବିରୁଦ୍ଧରେ ଏହି ବିଜୟ ପାଇଁ ଅଭିନନ୍ଦନ । ଜୟ ହିନ୍ଦ, ଜୟ ହିନ୍ଦ କୃଷକ ।'
ନୂଆଦିଲ୍ଲୀ : ଗୁରୁ ନାନକ ଜୟନ୍ତୀ ଅବସରରେ ଏକ ବଡ ଘୋଷଣା କରି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର କ୍ଷୁଦ୍ର କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ତିନୋଟି କୃଷି ଆଇନକୁ ଅଣାଯାଇଥିଲା ଏବଂ କୃଷି ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହି ଆଇନ ପ୍ରସ୍ତୁତ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବୋଧହୁଏ ଆମର ପ୍ରୟାସରେ କିଛି ଅଭାବ ରହିଥାଇପାରେ, ଫଳରେ ଆମେ ଦେଶର କୃଷକମାନଙ୍କୁ ଏହି କୃଷି ନିୟମର ପ୍ରକୃତ ଲାଭ ବିଷୟରେ ବୁଝାଇବାରେ ଅସମର୍ଥ ରହିଲୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ପରେ ବର୍ତ୍ତମାନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
देश के अन्नदाता ने सत्याग्रह से अहंकार का सर झुका दिया।
अन्याय के खिलाफ़ ये जीत मुबारक हो!जय हिंद, जय हिंद का किसान!#FarmersProtest https://t.co/enrWm6f3Sq
— Rahul Gandhi (@RahulGandhi) November 19, 2021
କୃଷି ଆଇନ ପ୍ରତ୍ୟାବର୍ତ୍ତନ ଉପରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, 'ଦେଶର ଅନ୍ନାଦାତା ସତ୍ୟଗ୍ରହ ଫଳରେ ସହ ଅହଂକାରର ମୁଣ୍ଡ ନୁଆଁଇ ଦେଇଛନ୍ତି । ଅନ୍ୟାୟ ବିରୁଦ୍ଧରେ ଏହି ବିଜୟ ପାଇଁ ଅଭିନନ୍ଦନ । ଜୟ ହିନ୍ଦ, ଜୟ ହିନ୍ଦ କୃଷକ ।' ଏହା ସହିତ ରାହୁଲ ଗାନ୍ଧୀ ଏକ ପୁରୁଣା ଭିଡିଓ ମଧ୍ୟ ଟ୍ୱିଟରରେ ସେୟାର କରିଛନ୍ତି, ଯେଉଁଥିରେ ସେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ।












Click it and Unblock the Notifications