କୃଷକ ଆନ୍ଦୋଳନରେ ସାମିଲ ମହିଳାଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶଂସା : ଏହା ହିଁ ଭାରତରେ ନାରୀବାଦର ଏକ ଦିଗ
ଆନ୍ଦୋଳନରେ ସାମିଲ ମହିଳା କୃଷକଙ୍କ ଶକ୍ତି ଏବଂ ସ୍କଳ୍ପ ନାରୀବାଦର ଏକ ଦିଗ | କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ମୋଦୀ ସରକାରଙ୍କ ଅତ୍ୟାଚାରର ସାମନା କରୁଛନ୍ତି | ନିଜର ଅଧିକାର ସାବ୍ୟସ୍ତ ପାଇଁ ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତ ଭଉଣୀମାନଙ୍କୁ ମୋର ପ୍ରଣାମ |
ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ମହିଳାଙ୍କ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିଛନ୍ତି | ମହିଳା କୃଷକଙ୍କ ଶକ୍ତି ଏବଂ ସଂକଳ୍ପକୁ ସେ ପ୍ରଶଂସା କରିଛନ୍ତି |

ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି, 'ଆନ୍ଦୋଳନରେ ସାମିଲ ମହିଳା କୃଷକଙ୍କ ଶକ୍ତି ଏବଂ ସ୍କଳ୍ପ ନାରୀବାଦର ଏକ ଦିଗ | କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ମୋଦୀ ସରକାରଙ୍କ ଅତ୍ୟାଚାରର ସାମନା କରୁଛନ୍ତି | ନିଜର ଅଧିକାର ସାବ୍ୟସ୍ତ ପାଇଁ ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତ ଭଉଣୀମାନଙ୍କୁ ମୋର ପ୍ରଣାମ |' ଏକ ଖବରର ସ୍କ୍ରିନସଟ୍ ସେୟାର କରି ରାହୁଲ ଏପରି କହିଛନ୍ତି | ଏହି ଖବରରେ ମହିଳାମାନେ କହିଛନ୍ତି ଯେ, ଯେ ଯଦି ଆମର କୃଷକ ଭାଇମାନେ ଏଠାରେ ରହନ୍ତି ନାହିଁ ତେବେ ଆମେ ଏଠାରେ ରହି କଣ କରିବୁ | ଆମେ ମଧ୍ୟ ତାଙ୍କ ସହ ଛିଡ଼ା ହେବୁ |
आंदोलन में शामिल महिला किसान की शक्ति और संकल्प भी भारत के फ़ेमिनिज़म का एक पहलू है।
कृषि क़ानूनों के रद्द होने तक ये डटकर मोदी सरकार के अत्याचारों का सामना कर रही हैं।
अपने अधिकार की लड़ाई में उतरीं इन सभी बहनों को नमन! pic.twitter.com/deJe4xOB1Z
— Rahul Gandhi (@RahulGandhi) December 5, 2020
ଏହାପୂର୍ବରୁ ରାହୁଲ କୃଷକ ନେତା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ କଥାବାର୍ତ୍ତାର ପୃଷ୍ଠଭୂମି ବିରୁଦ୍ଧରେ କହିଥିଲେ କୃଷି ସହ ଜଡିତ 'କଳା ନିୟମ'ର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର ଠାରୁ କିଛି ବି କମ୍ ଗ୍ରହଣ କରିବା କୃଷକଙ୍କ ପ୍ରତି ବିଶ୍ୱାସଘାତକତା ହେବ |












Click it and Unblock the Notifications