ଉଗ୍ର ରୂପ ନେଲା ଦିଲ୍ଲୀରେ ଟ୍ରାକ୍ଟର ରାଲି, ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ : ରାହୁଲ ଗାନ୍ଧୀ
କଂଗ୍ରେସ ନେତା ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ କୃଷକମାନଙ୍କୁ କୌଣସି ପ୍ରକାର ହିଂସା ନକରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ଏହା ଦ୍ୱାରା ଆମ ଦେଶର ହିଁ କ୍ଷତି ହେବ ।
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ହେଉଥିବା କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସା ଦେଖିବାକୁ ମିଳିଛି । ଟ୍ରାକ୍ଟର ରାଲିରେ ବିଭିନ୍ନ ସ୍ଥାନରେ ହିଂସା, ସଂଘର୍ଷ, ପୋଲିସ ସହ ମୁହାଁମୁହିଁ ହେବାର ଖବର ଆସିଛି । ଏହା ପରେ କଂଗ୍ରେସ ନେତା ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ କୃଷକମାନଙ୍କୁ କୌଣସି ପ୍ରକାର ହିଂସା ନକରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ଏହା ଦ୍ୱାରା ଆମ ଦେଶର ହିଁ କ୍ଷତି ହେବ ।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, 'ହିଂସା କାହାର ସମାଧାନ ନୁହେଁ । ଏଥିରେ ଆମ ଦେଶର ହିଁ କ୍ଷତି ହେବ । ଦେଶର ହିତ ପାଇଁ କୃଷି ବିରୋଧୀ ନିୟମକୁ ସରକାର ପ୍ରତ୍ୟାହାର କରନ୍ତୁ ।'
हिंसा किसी समस्या का हल नहीं है। चोट किसी को भी लगे, नुक़सान हमारे देश का ही होगा।
देशहित के लिए कृषि-विरोधी क़ानून वापस लो!
— Rahul Gandhi (@RahulGandhi) January 26, 2021
ସୂଚନାଯୋଗ୍ୟ, ବିରୋଧୀ କୃଷକମାନେ ଦିଲ୍ଲୀ ଭିତରେ ପହଞ୍ଚି ଲାଲକିଲ୍ଲାରେ ନିଜର ପତାକା ଲଗାଇଛନ୍ତି । ଏଥି ସହିତ ITOଛକରେ ପୋଲିସ ବିରୋଧୀ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ଫଳରେ କୃଷକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା ।












Click it and Unblock the Notifications