ଭାରତ ବନ୍ଦ ଉପରେ ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍ : 'ଆନ୍ଦୋଳନ ଦେଶହିତରେ ହେଉ ଏବଂ ଶାନ୍ତିପୂର୍ଣ୍ଣ ହେଉ'
'ଇତିହାସ ସାକ୍ଷୀ ଅଛି, ସତ୍ୟାଗ୍ରହ ମାଧ୍ୟମରେ ଅତ୍ୟାଚାର, ଅନ୍ୟୟ ଏବଂ ଅଂହକାରର ଶେଷ ହୋଇଥାଏ । ଆନ୍ଦୋଳନ ଦେଶ ହିତରେ ହେଉ ଏବଂ ଶାନ୍ତି ପୂର୍ଣ୍ଣ ହେଉ । ଆଜି ଭାରତ ବନ୍ଦ ।'
ନୂଆଦିଲ୍ଲୀ : ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ଆଜି 4 ମାସ ପୁରିଛି । ଏତେଦିନର ଆନ୍ଦୋଳନ ସତ୍ତ୍ୱେ କୃଷକମାନେ ନିଜର ଦାବିରେ ଅଟଳ ରହିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ତରଫରୁ ସେପରି କୌଣସି ପଦକ୍ଷେପ ନିଆଯାଇନି । ସରକାର ଓ କୃଷକ ସଙ୍ଗଠ ମଧ୍ୟରେ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଏହାକୁ ନେଇ କୃକ ମାନେ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ହେବ ବୋଲି କୃଷକ ସଙ୍ଗଠନ ପୂର୍ବରୁ ସୂଚନା ଦେଇଛନ୍ତି । ଏହାକୁ ବିଭିନ୍ନ ବ୍ୟବସାୟୀ ସଙ୍ଗଠନ, ଟ୍ରାନ୍ସପୋର୍ଟର ସମର୍ଥନ ରହିଛି । ସେହିପରି କେନ୍ଦ୍ରରେ ବିରୋଧୀ କଂଗ୍ରେସ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଦେଉଛି ।

ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ କୃଷକଙ୍କ ଭାରତ ବନ୍ଦକୁ ସମର୍ଥ କରି ଟ୍ୱିଟ୍ କରିଛନ୍ତି । ମୋଦୀ ସରକାରଙ୍କୁ ସମାଲୋଚନା କରି ସେ ଲେଖିଛନ୍ତି, 'ଇତିହାସ ସାକ୍ଷୀ ଅଛି, ସତ୍ୟାଗ୍ରହ ମାଧ୍ୟମରେ ଅତ୍ୟାଚାର, ଅନ୍ୟୟ ଏବଂ ଅଂହକାରର ଶେଷ ହୋଇଥାଏ । ଆନ୍ଦୋଳନ ଦେଶ ହିତରେ ହେଉ ଏବଂ ଶାନ୍ତି ପୂର୍ଣ୍ଣ ହେଉ । ଆଜି ଭାରତ ବନ୍ଦ ।'
भारत का इतिहास गवाह है कि सत्याग्रह से ही अत्याचार, अन्याय व अहंकार का अंत होता है।
आंदोलन देशहित में हो और शांतिपूर्ण हो!#आज_भारत_बंद_है
— Rahul Gandhi (@RahulGandhi) March 26, 2021
କୃଷକଙ୍କ ଆନ୍ଦୋଳନକୁ ଆରମଅଭରୁ କଂଗ୍ରେସ ସମର୍ଥନ ଦେଇଆସୁଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାକୁ ନେଇ ମୋଦୀ ସରକାରକୁ ଟାର୍ଗେଟ୍ କରିବା ଏହା ପ୍ରଥମ ଥ ନୁହେଁ । ଏହା ପୂର୍ବରୁ ସେ ବାରମ୍ବାର କୃଷକ ଏବଂ ସୀମାରେ ସହିଦ୍ ଯବାନଙ୍କ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍ ଟ୍ୱିଟ୍ କରିଥିବା ଦେଖିବାକୁ ମିଳିଛି ।












Click it and Unblock the Notifications