Get Updates
Get notified of breaking news, exclusive insights, and must-see stories!

ପୁଣି ମୁଣ୍ଡ ଟେକିଲା ରଫେଲ ମାମଲା : ମଧ୍ୟସ୍ଥିମାନଙ୍କୁ 65 କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଦାବି କରିଛି ଫ୍ରାନ୍ସ ଗଣମାଧ୍ୟମ

ଫ୍ରାନ୍ସର ପୋର୍ଟାଲ ମିଡିଆପାର୍ଟ ଦାବି କରିଛି ଯେ ଏହି ଚୁକ୍ତି ଶେଷ କରିବା ପାଇଁ ମଧ୍ୟସ୍ଥି ସୁଶେନ ଗୁପ୍ତାଙ୍କୁ 7.5 ନିୟୁତ ୟୁରୋ ଅର୍ଥାତ୍ 65 କୋଟି ଟଙ୍କା ଲାଞ୍ଚ ଦିଆଯାଇଛି ।

ନୂଆଦିଲ୍ଲୀ : ବିରୋଧୀ ଦଳମାନେ କ୍ରମାଗତ ଭାବେ ରାଫେଲ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ଆଣୁଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ତଥ୍ୟ ପ୍ରକାଶ ପାଇଛି । ଫ୍ରାନ୍ସର ପୋର୍ଟାଲ ମିଡିଆପାର୍ଟ ଦାବି କରିଛି ଯେ ଏହି ଚୁକ୍ତି ଶେଷ କରିବା ପାଇଁ ମଧ୍ୟସ୍ଥି ସୁଶେନ ଗୁପ୍ତାଙ୍କୁ 7.5 ନିୟୁତ ୟୁରୋ ଅର୍ଥାତ୍ 65 କୋଟି ଟଙ୍କା ଲାଞ୍ଚ ଦିଆଯାଇଛି । ଏହି ଲାଞ୍ଚ ଫ୍ରାନ୍ସର ବିମାନ ନିର୍ମାତା ଡାସଲ୍ଟ ଆଭିଏସନ ଦ୍ୱାରା ପ୍ରଦାନ କରାଯାଇଥିଲା, ଯାହାର ପ୍ରମାଣ ମଧ୍ୟ ସେମାନଙ୍କ ନିକଟରେ ଅଛି ବୋଲି ଦାବି ହୋଇଛି ।

Rafale

ଫ୍ରାନ୍ସର ମାଗାଜିନ ମିଡିଆପାର୍ଟ ଅଭିଯୋଗ କରିଛି ଯେ ଭାରତକୁ ରାଫେଲ ଜେଟ ବିକ୍ରିକୁ ସୁରକ୍ଷିତ ରଖିବା ପାଇଁ ଡାସାଲ୍ଟ ମଧ୍ୟସ୍ଥି ସୁଶେନ ଗୁପ୍ତାଙ୍କୁ 2007 ରୁ 2012 ମଧ୍ୟରେ ଏକ ସେଲ କମ୍ପାନୀ ସହିତ ଆଇଟି ଚୁକ୍ତିନାମା ମାଧ୍ୟମରେ ଅତି କମରେ 7.5 ନିୟୁତ ୟୁରୋ ପ୍ରଦାନ କରିଛନ୍ତି । ଅକ୍ଟୋବର 2018 ସହ ଜଡିତ ଡକ୍ୟୁମେଣ୍ଟ ଥିବା ସତ୍ତ୍ୱେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୌଣସି ପଦକ୍ଷେପ ନେଇ ନାହାଁନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ ଡକ୍ୟୁମେଣ୍ଟ୍ ଥିବା ସତ୍ତ୍ୱେ ଭାରତୀୟ ଏଜେନ୍ସିମାନେ ଏହି ମାମଲା ଆଗକୁ ନ ବଢାଇବାକୁ ନିଷ୍ପତ୍ତି ନେଇଥିଲେ ।

ମରିସସ୍ ଭିତ୍ତିକ ସେଲ୍ କମ୍ପାନୀ ଇଣ୍ଟରଷ୍ଟେଲର୍ ଟେକ୍ନୋଲୋଜି ଲିମିଟେଡ୍ ଏବଂ ଅନ୍ୟାନ୍ୟ ସଂସ୍ଥା ମାଧ୍ୟମରେ 2010 ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର କାରବାରରେ କମିଶନ ଦେବାରେ ଗୁପ୍ତା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏଜେନସି ମାନେ ଅଭିଯୋଗ କରିଛନ୍ତି । ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ କାରବାରରେ ଲାଞ୍ଚ ଅଭିଯୋଗରେ ସୁଶେନ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା । ମିଡିଆପାର୍ଟ ଅପ୍ରେଲରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ କି ଜଣେ ପ୍ରଭାବଶାଳୀ ଭାରତୀୟ ବ୍ୟବସାୟୀଙ୍କୁ ରାଫେଲ୍ ନିର୍ମାତା ଡାସାଲ୍ଟ ଆଭିଏସନ୍ ଏବଂ ଫ୍ରେଞ୍ଚ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ ଫାର୍ମ ଥାଲେସ୍ କିପରି ଗୁପ୍ତରେ ଲକ୍ଷ ଲକ୍ଷ ୟୁରୋ ପ୍ରଦାନ କରିଥିଲେ ତାହା ପ୍ରକାଶ ପାଇଲା ।

ଫ୍ରାନ୍ସର ଏକ ପୋର୍ଟାଲ ରିପୋର୍ଟ ଅନୁଯାୟୀ, ହେଲିକପ୍ଟର କାରବାର ମାମଲାରେ ସୂଚନା ମାଗିଥିବା ଅନୁରୋଧ ପତ୍ରର ଉତ୍ତରରେ ମରିସସରେ ଥିବା ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଅକ୍ଟୋବର 11, 2018 ରେ ସିବିଆଇ ନିର୍ଦ୍ଦେଶକଙ୍କ ନିକଟକୁ ପଠାଇଥିଲା । ଏକ ସପ୍ତାହ ପୂର୍ବରୁ ଅକ୍ଟୋବର 4, 2018 ରେ ସିବିଆଇ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଶୌରୀଙ୍କ ଠାରୁ ରାଫେଲ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ମିଳିଥିଲା ।

ମିଡିଆପାର୍ଟ ଦାବି କରିଛି ଯେ ଭାରତୀୟ ଗୁପ୍ତଚରଙ୍କ ଦ୍ୱାରା ପ୍ରାପ୍ତ ଅନ୍ୟାନ୍ୟ ଦଲିଲରୁ ଜଣାପଡିଛି ଯେ 2015 ରେ ରାଫେଲ ଚୁକ୍ତିନାମାର ଅନ୍ତିମ ବୁଝାଣା ସମୟରେ ସୁଶେନ ଗୁପ୍ତା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଗୋପନୀୟ ତଥ୍ୟ ଗ୍ରହଣ କରିଥିଲେ । ଯେଉଁଥିରେ ସେମାନେ ବିମାନର ମୂଲ୍ୟ କିପରି ହିସାବ କରିଛନ୍ତି ସେନେଇ ଭାରତୀୟ ବୁଝାମଣାକାରୀଙ୍କ ଆଭିମୁଖ୍ୟ ଦିଆଯାଇଥିଲା । ମିଡିଆପାର୍ଟ ପକ୍ଷରୁ ଯୋଗାଯୋଗ କରିବାବେଳେ ସୁଶେନ ଗୁପ୍ତା କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ ଡାସାଲ୍ଟ ଏହି ଦଲିଲଗୁଡ଼ିକ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ।

ଅନ୍ୟପକ୍ଷରେ ବିଜେପି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ମିଡିଆପାର୍ଟଙ୍କ ରିପୋର୍ଟକୁ ଉଦ୍ଧୃତ କରି ବିଜେପି ନେତା ଅମିତ ମାଲଭିୟ କହିଛନ୍ତି ଯେ ୟୁପିଏ ଲାଞ୍ଚ ନେଉଥିଲା, କିନ୍ତୁ ଡିଲ୍ ବନ୍ଦ କରିପାରି ନଥିଲା । ପରେ ଏନଡିଏ ଏହାକୁ ବାତିଲ କରି ଫ୍ରାନ୍ସ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+