Get Updates
Get notified of breaking news, exclusive insights, and must-see stories!

ଭଡ଼ାଟିଆ ଉଠାଇ ପାରିବେନି ମାଲିକାନା ହକ୍ ଉପରେ ପ୍ରଶ୍ନ

ସୁପ୍ରିମକୋର୍ଟ ସୋମବାର ଭଡାଟିଆ ଓ ମାଲିକ ମାମଲାରେ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭଡ଼ାଟିଆ, ଯିଏ କୌଣସି ସମ୍ପତ୍ତିରେ ଭଡ଼ା ଦେବା ବଦଳେ ରେଣ୍ଟ ଡିଡ୍ (ଭଡ଼ା ବୁଝାମଣା) ରେ ରହୁଛନ୍ତି ସେ ପରେ ଘର ମାଲିକଙ୍କ ମାଲିକାନା ହକ୍ କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି କରିବା 'ଡକ୍ଟ୍ରାଇନ ଅଫ ଇଷ୍ଟୋପେଲ' (ରୋକ ସିଦ୍ଧାନ୍ତ)ର ବିରୁଦ୍ଧାଚରଣ।

ସରଳ ଭାବେ ବୁଝିବାକୁ ଗଲେ ଆପଣ କୌଣସି ଘରେ ଭଡ଼ା ରହିବାକୁ ଗଲେ ଓ ଏଥି ପାଇଁ ରେଣ୍ଟ ଡିଡରେ ସ୍ୱାକ୍ଷର କରିଛନ୍ତି ଅର୍ଥାତ ଘର ମାଲିକ ଭଡ଼ାରେ ଆପଣଙ୍କୁ ଘର ଦେଇଛନ୍ତି। ଯିଏ ଘର ଆପଣଙ୍କୁ ଭଡ଼ାରେ ଦେଇଛନ୍ତି ସେ ହିଁ ଘରର ଅସଲ ମାଲିକ, ହେଲେ କିଛି ବର୍ଷ ପରେ ଆପଣ କହି ପାରିବେନି ସେହି ଘର ସେହି ବ୍ୟକ୍ତିର ନୁହେଁ ବୋଲି। ସୁପ୍ରିମକୋର୍ଟ କହିଛନ୍ତି ଯେ ଭଡାଟିଆଙ୍କୁ ଏପରି କରିବାରେ ଆଇନ ଏଥିରେ ରୋକ ଲଗାଉଛି। କୋର୍ଟ ଏହି ରାୟ ଜ୍ୟୋତି ଶର୍ମା ବନାମ ବିଷ୍ଣୁ ଗୋୟଲ ମାମଲା(୨୦୨୫ ଆଇଏନଏସସି)ରେ ଦେଇଛନ୍ତି। ଯାହାକୁ ଏବେ ଏପରି ମାମଲାରେ ଉଦାହରଣ କରାଯାଇ ପାରିବ।

sc

ସୁପ୍ରିମକୋର୍ଟ ଭଡ଼ାଟିଆଙ୍କ ବିରୋଧରେ ରାୟ ଦେଇଥିବା ବେଳେ ଘର ମାଲିକଙ୍କୁ ବକେୟା ଭଡ଼ା ଅସୁଲ କରିବା ଓ ନିଜ ଘରକୁ ଅକ୍ତିଆରକୁ ନେବା ପାଇଁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ଭଡ଼ଟିଆଙ୍କ ପରିଜନ ୫୦ ବର୍ଷରୁ ଅଧିକ କାଳ ହେଲା ମୂଳ ମାଲିକଙ୍କୁ ଭଡ଼ା ଦେଇ ଆସୁଛନ୍ତି, ସେ ଏବେ ଘର ମାଲିକଙ୍କ ମାଲିକାନା ହକ୍ ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ। ସୁପ୍ରିମକୋର୍ଟ ମାମଲାରେ ନିମ୍ନ ଅଦାଲତଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି, ଯାହା ଘରର ମୂଳ ମାଲିକଙ୍କ ବିରୋଧରେ ଥିଲା।

କୋର୍ଟ ଭଡ଼ାଟିଆଙ୍କୁ ଜାନୁୟାରୀ ୨୦୦୦ରୁ ଏ ପର୍ଯ୍ୟନ୍ତ ବକେୟା ଭଡ଼ା ପୈଠ କରିବାକୁ ଓ ଭଡ଼ା ଦେବା ଖିଲାଫ କରିଥିବାରୁ ଘର ମାଲିକଙ୍କ ବାସ୍ତବିକ ଆବଶ୍ୟକତା ଆଧାରରେ ତାଙ୍କ ସମ୍ପତ୍ତି ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ଘରଭଡ଼ା ମାମଲାରେ ସୁପ୍ରିମକୋର୍ଟଙ୍କ ଏହା ଏକ ଯୁଗାନ୍ତକାରୀ ରାୟ ବୋଲି ବିବେଚନା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+