Get Updates
Get notified of breaking news, exclusive insights, and must-see stories!

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି କ୍ୱାଡ୍ ଦେଶ ଗୁଡ଼ିକର ବୈଠକ, ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଗୁରୁବାର ଦିନ କ୍ୱାଡ୍ରିଲାଟେରାଲ୍ ସିକ୍ୟୁରିଟି ଡାଏଲଗ୍ ଅର୍ଥାତ୍ କ୍ୱାଡ ଦେଶଗୁଡିକର ଏକ ଭର୍ଚୁଆଲ୍ ମିଟିଂ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଯୋଗ ଦେବେ ।

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏଥିରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଯଦିଓ ସମସ୍ତ ଦେଶ ଯୁଦ୍ଧ ବନ୍ଦ କରିବାକୁ ଉଭୟଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ, ଗୁରୁବାର ଦିନ କ୍ୱାଡ୍ରିଲାଟେରାଲ୍ ସିକ୍ୟୁରିଟି ଡାଏଲଗ୍ ଅର୍ଥାତ୍ କ୍ୱାଡ ଦେଶଗୁଡିକର ଏକ ଭର୍ଚୁଆଲ୍ ମିଟିଂ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଯୋଗଦେବେ ।

quad

ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର 2021 ରେ ୱାଶିଂଟନରେ କ୍ୱାଡ ନେତାମାନଙ୍କର ଏକ ବୈଠକ ହୋଇଥିଲା । ଯେଉଁଥିରେ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, ସେହି ଆଲୋଚନାକୁ ଆଗକୁ ନେବା ପାଇଁ ଗୁରୁବାର ଦିନ କ୍ୱାଡ୍ ର ଏକ ଭର୍ଚୁଆଲ୍ ମିଟିଂ ଡକାଯାଇଛି । ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ବିକାଶ ଉପରେ କ୍ୱାଡ୍ ନେତାମାନେ ମତ ଏବଂ ମୂଲ୍ୟାଙ୍କନ ବିନିମୟ କରିବେ । କ୍ୱାଡର ନେତୃବୃନ୍ଦ କ୍ୱାଡର ସମସାମୟିକ ତଥା ସକରାତ୍ମକ ଏଜେଣ୍ଡାର ଏକ ଅଂଶ ଭାବରେ ଘୋଷିତ ଲିଡର୍ସ ଇନିସିଏଟିଭ୍ କାର୍ଯ୍ୟକାରୀ କରିବା ପାଇଁ ଚାଲିଥିବା ପ୍ରୟାସର ସମୀକ୍ଷା କରିବେ ।

କ'ଣ ଏହି କ୍ୱାଡ୍ ?

କ୍ୱାଡ୍ ହେଉଛି ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ଏକ ସହଭାଗୀ ସଂଗଠନ । 2007 ରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦ୍ୱାରା ଏହା ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେତେବେଳେ ଅଷ୍ଟ୍ରେଲିଆ ଚୀନ୍‌ର ଚାପରେ ଆସିଥିଲା ଯାହା ହେତୁ ଏହା ଗଠନ ହୋଇପାରି ନଥିଲା । 2008 ରେ ଅଷ୍ଟ୍ରେଲିଆ କ୍ୱାଡରୁ ଓହରି ଯାଇଥିଲା, କିନ୍ତୁ 2017 ରେ ଫେରିଥିଲା ।| ସେହି ସମୟରେ ଏହାର ନାମ କ୍ୱାଡ୍ 2.0 ରଖାଯାଇଥିଲା, କିନ୍ତୁ ଏହା ବର୍ତ୍ତମାନ ସାଧାରଣତ କ୍ୱାଡ୍ ଭାବରେ ଜଣାଶୁଣା । କ୍ୱାଡ୍ ଗଠନର ମୌଳିକ ଉଦ୍ଦେଶ୍ୟ ହେଉଛି ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିବା ଏବଂ ଆଇନର ଅନୁପାଳନକୁ ସୁନିଶ୍ଚିତ କରିବା, କିନ୍ତୁ ଚୀନ୍ ବିଶ୍ୱାସ କରେ ଯେ ତା ବିରୁଦ୍ଧରେ ଏକ ମୋର୍ଚ୍ଚା ଖୋଲିବା ପାଇଁ ଚାରି ଦେଶ ଏହାକୁ ଗଠନ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+