Get Updates
Get notified of breaking news, exclusive insights, and must-see stories!

ସାଉଥ୍ ଦିଲ୍ଲୀର ଅମୃତା ବିଦ୍ୟାଳୟ କୁ ବୋମା ଧମକ ଇ-ମେଲ, ଘଟଣାସ୍ଥଳରେ ବମ୍ ନିଷ୍କାସନ ସ୍କ୍ୱାଡ୍

bomb threat

ନୂଆଦିଲ୍ଲୀ : ଦିଲ୍ଲୀର ଆଉ ଏକ ସ୍କୁଲକୁ ବୋମା ଧମକ । ଦକ୍ଷିଣ ଦିଲ୍ଲୀର ଅମୃତା ବିଦ୍ୟାଳୟକୁ ବୋମା ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି । ସନ୍ଦିଗ୍ଧ ଏକ ଇ-ମେଲ ପଠାଇ ଏହି ଧମକ ଦେଇଛି । ଘଟଣାସ୍ଥଳରେ ବୋମା ନିଷ୍କାସନକାରୀ ଦଳ ଉପସ୍ଥିତ ଅଛନ୍ତି ।

ଅମୃତା ବିଦ୍ୟାଳୟ ଦକ୍ଷିଣ ଦିଲ୍ଲୀର ପୁଷ୍ପ ବିହାର ଅଞ୍ଚଳରେ ଅବସ୍ଥିତ । ଆଜି ସକାଳେ ଇମେଲ ମାଧ୍ୟମରେ ସ୍କୁଲକୁ ଏହି ଧମକ ମିଳିଥିଲା । ଏହା ପରେ ଦିଲ୍ଲୀ ପୋଲିସ ଏବଂ ବମ୍ ଡିସପୋଜାଲ୍ ସ୍କ୍ୱାଡ୍ ଏହି ଘଟଣାରେ ସମ୍ପୃକ୍ତ ହୋଇଥିଲେ ।

ଦକ୍ଷିଣ ଦିଲ୍ଲୀର ଡେପୁଟି କମିଶନର ଚନ୍ଦନ ଚୌଧୁରୀ କହିଛନ୍ତି ଯେ ବୋମା ନିଷ୍କାସନକାରୀ ଦଳ ବିଦ୍ୟାଳୟର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଞ୍ଚ କରିଥିଲେ ମଧ୍ୟ ସେଠାରେ କିଛି ମିଳି ନଥିଲା । ତଥାପି, ଲୋକ ଏବଂ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।

ଆପଣଙ୍କୁ କହି ରଖୁଛୁ ଗତ ଏକ ମାସ ମଧ୍ୟରେ ତିନୋଟି ବିଦ୍ୟାଳୟକୁ ଏହି ଧମକ ମିଳିଛି । ଅପ୍ରେଲ 26 ରେ, ଦିଲ୍ଲୀର ମଥୁରା ରୋଡରେ ଅବସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ବୋମା ଥିବା ନେଇ ସୂଚନାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପୂର୍ବରୁ ଅପ୍ରେଲ 12 ରେ, ଦିଲ୍ଲୀର ଡିଫେନ୍ସ କଲୋନୀରେ ଥିବା ଇଣ୍ଡିଆନ ସ୍କୁଲକୁ ମଧ୍ୟ ଇ-ମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+