Get Updates
Get notified of breaking news, exclusive insights, and must-see stories!

ବର୍ଷା ଖୋଲିଦେଲା ପୂର୍ବାଞ୍ଚଳ ଏକ୍ସପ୍ରେସୱେର ପୋଲ୍, ରାସ୍ତାରେ 15 ଫୁଟର ଗାତ

ଦୁଇ ଦିନିଆ ବର୍ଷାରେ ଧୋଇଗଲା ଲକ୍ଷ୍ନୌ - ଗାଜିପୁର କୁ ସଂଯୋଗ କରୁଥିବା ଏହି ଏକ୍ସପ୍ରେସ ୱେ । ରାସ୍ତା ଭୁଶୁଡ଼ିବା କାରଣରୁ ସୁଲତାନପୁରର ହାଲିଆପୁର ଅଞ୍ଚଳରେ ରାସ୍ତାରେ ପ୍ରାୟ 15 ଫୁଟର ଏକ ଗାତ ହୋଇଛି ।

ଲକ୍ଷ୍ନୌ : ବର୍ଷା ଖୋଲିଦେଲା 22 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଅସଲ ଚେହେରା । ଦୁଇ ଦିନିଆ ବର୍ଷାରେ ଧୋଇଗଲା ଲକ୍ଷ୍ନୌ - ଗାଜିପୁର କୁ ସଂଯୋଗ କରୁଥିବା ଏହି ଏକ୍ସପ୍ରେସ ୱେ । ରାସ୍ତା ଭୁଶୁଡ଼ିବା କାରଣରୁ ସୁଲତାନପୁରର ହାଲିଆପୁର ଅଞ୍ଚଳରେ ରାସ୍ତାରେ ପ୍ରାୟ 15 ଫୁଟର ଏକ ଗାତ ହୋଇଛି । ଏହି ସମୟରେ ଅନେକ କାର ଦୁର୍ଘଟଣାର ଶିକାର ହୋଇଥିଲେ, କିନ୍ତୁ ଏଥିରେ କେହି ଆହତ ହୋଇନଥିଲେ । ଏଥି ସହିତ, ଏକ୍ସପ୍ରେସୱେରେ 15 ଫୁଟର ଖାଲର ସୂଚନା ଉପରେ UPEDA ରାତାରାତି ଏହାକୁ ମରାମତି କରିଥିଲା ।

purvanchal Express way

ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ

16 ନଭେମ୍ବର 2021 ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 22 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ 340 କିଲୋମିଟର ଲମ୍ବ ପୂର୍ବାଞ୍ଚଳ ଏକ୍ସପ୍ରେସୱେକୁ ଉଦଘାଟନ କରିଥିଲେ । ସେହି ସମୟରେ କୁହାଯାଇଥିଲା ଯେ ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ମଧ୍ୟ ଏହି ଏକ୍ସପ୍ରେସୱେରେ ଅବତରଣ କରିପାରିବ । କିନ୍ତୁ, ଗତ ଦୁଇ ଦିନର ବର୍ଷା ଏହି ଏକ୍ସପ୍ରେସୱେ ନିର୍ମାଣକୁ ନେଇ ହୋଇଥିବା ଦାବିର ମୁଖା ଖୋଲି ଦେଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଲତାନପୁର ଜିଲ୍ଲାର ହାଲିଆପୁର ନିକଟରେ ଏକ୍ସପ୍ରେସୱେ ହଠାତ୍ ଧସିଯାଇ ପ୍ରାୟ 15 ଫୁଟର ଏକ ଖାଲ ହୋଇଥିଲା ।

ଲକ୍ଷ୍ନୌ ଆଡକୁ ଯାଉଥିବା ଅନେକ କାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ତେବେ କୌଣସି ମୃତାହତର ଖବର ନାହିଁ । ଏଥି ସହିତ, ୟୁପିଡିଏ ଟିମ୍ ଏବଂ ପୋଲିସ୍ କର୍ମଚାରୀ ଏକ୍ସପ୍ରେସୱେରେ 15 ଫୁଟ ଖାଲ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ପୋଲିସ କର୍ମଚାରୀମାନେ ଏକ୍ସପ୍ରେସୱେରେ ଆସୁଥିବା ଗାଡିଗୁଡ଼ିକର ରୁଟ୍ ବଦଳାଇ ଦେଇଥିଲେ । ଏହାପରେ UPEDA ରାତାରାତି ଏହାକୁ ମରାମତି କରିଥିଲା ।

ଏହି ଘଟଣାରେ ୟୁପି କଂଗ୍ରେସ ପୁର୍ବାଞ୍ଚଳ ଏକ୍ସପ୍ରେସୱେରେ 15 ଫୁଟ ଖାଲକୁ ନେଇ ପ୍ରଶ୍ନ ଉଠାଇଛି । ୟୁପି କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଭିଡିଓ ଟ୍ୱିଟ୍ କରି ଲେଖାଯାଇଛି ଯେ ନିକଟରେ ନିର୍ମିତ 'ପୁର୍ବାଞ୍ଚଳ ଏକ୍ସପ୍ରେସୱେ' ଦୁଇଟି ବର୍ଷା ମଧ୍ୟ ଦେଖିପାରିୱା ନାହିଁ ଭାଙ୍ଗି ଧୋଇଗଲା । ହାଲିଆପୁର ପୋଲିସ ଷ୍ଟେସନ ପରିସରରେ, ଏହା ଉପରେ ପ୍ରାୟ 15 ଫୁଟ ଗଭୀର ଖାଲ ହୋଇଛି, ଯେଉଁଥିପାଇଁ ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ସରକାରଙ୍କ ଦୁର୍ନୀତିର ଏହାଠାରୁ ବଡ଼ ପ୍ରମାଣ କ'ଣ ହୋଇପାରେ ?'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+