ପଞ୍ଜାବରେ ଡିସେମ୍ବର 1ରୁ ରାତ୍ରିକାଳୀନ କର୍ଫ୍ୟୁ : ନିୟମ ଭାଙ୍ଗିଲେ 1000ଟଙ୍କା ଜରିମାନା
କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟରେ ରଖି ପଞ୍ଜାବ ସରକାର ଡିସେମ୍ବର 1 ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି | ଏଥି ସହିତ ରାଜ୍ୟର କେତେକ ସହରରେ ଅନେକ ପ୍ରତିବନ୍ଧକତା ଲାଗୁ କରିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ଥି | ଏହି କର୍ଫ୍ୟୁ ରାତି 10ଟାରୁ ସକାଳ 5ଟା ଯାଏଁ ଲାଗୁ ରହିବ |
ଚଣ୍ଡିଗଡ଼: କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟରେ ରଖି ପଞ୍ଜାବ ସରକାର ଡିସେମ୍ବର 1 ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି | ଏଥି ସହିତ ରାଜ୍ୟର କେତେକ ସହରରେ ଅନେକ ପ୍ରତିବନ୍ଧକତା ଲାଗୁ କରିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ଥି | ଏହି କର୍ଫ୍ୟୁ ରାତି 10ଟାରୁ ସକାଳ 5ଟା ଯାଏଁ ଲାଗୁ ରହିବ | ଏହି ନିୟମ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ | ଏଥି ସହିତ ମାସ୍କ ନପିନ୍ଧିଲେ କିମ୍ବା ସାମାଜିକ ଦୂରତା ଅବଲମ୍ବନ ନକଲେ ଜରିମାନାକୁ 1000 ଟଙ୍କାକୁ ବୃଦ୍ଧି କରାଯାଇଛି |

ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟର ସମସ୍ତ ହୋଟେଲ, ରେସ୍ତୋରାଁ ଏବମ ବିବାହ ମଣ୍ଡପ ଗୁଡ଼ିକି ରାତି 9ଟା 30 ଯାଏଁ ଖୋଲା ରହିବ |
ଶୀତ ବୃଦ୍ଧି ପରେ ଦିଲ୍ଲୀରେ ହଠାତ୍ କରୋନା ମାମଲା ବୃଦ୍ଧି ପାଇଥିବାବେଳେ ପଞ୍ଜାବରେ କରୋନା ମାମଲା ମଧ୍ୟ ବୃଦ୍ଧି ପାଉଛି | ତେଣୁ ସେ ଘରୋଇ ଡାକ୍ତରଖାନା ଗୁଡ଼ିକରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକୀୟ ପରିମାଣର ବେଡ୍ ସଂରକ୍ଷଣ ରଖିବା ସହ ଆବଶ୍ୟକ ଅନୁସାରେ ଡାକ୍ତର ଏବଂ ନର୍ସ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |
ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜସ୍ଥାନ, ହିମାଚଳପ୍ରଦେଶ, ଗୁଜୁରାଟ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି |












Click it and Unblock the Notifications