Get Updates
Get notified of breaking news, exclusive insights, and must-see stories!

ଅବସରପ୍ରାପ୍ତ ଅଧିକାରୀ, ଧର୍ମ ଗୁରୁ ଏବଂ ନେତାଙ୍କ ସମେତ 424 ଜଣଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର

ପଞ୍ଜାବରେ 424 ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଆଜି ଜଲନ୍ଦର କ୍ୟାଣ୍ଟରେ ପୋଲିସର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ, ରାଜ୍ୟ ସଶସ୍ତ୍ର ପୋଲିସ, ଜେଆରସିଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଲନ୍ଦର : ପଞ୍ଜାବରେ ମାନ୍ ସରକାର କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେବାଲେ ଲାଗିଛନ୍ତି । ତୁରନ୍ତ ପ୍ରଭାବରେ ରାଜ୍ୟରେ 424 ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଆଜି ଜଲନ୍ଦର କ୍ୟାଣ୍ଟରେ ପୋଲିସର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ, ରାଜ୍ୟ ସଶସ୍ତ୍ର ପୋଲିସ, ଜେଆରସିଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କ୍ରମରେ କୁହାଯାଇଛି ଯେ 424 ଜଣଙ୍କ ସୁରକ୍ଷା କଭର ପ୍ରତ୍ୟାହାର କରାଯାଉଛି ।

Bhagwant Mann

ଆପଣଙ୍କୁ କହି ରଖୁଛୁ ଏହି 424 ଜଣଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ, ଧର୍ମ ଗୁରୁ ତଥା ରାଜ୍ୟର କେତେକ ନେତାମାନେ ଅଛନ୍ତି । ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଶିଖ୍ ଧର୍ମଗରୁଙ୍କୁ ସୁରକ୍ଷା ଦିଆଯାଉଛି । ଯାହା ଗୁପ୍ତଚର ଏଜେନ୍ସି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଶାଖାଗୁଡ଼ିକରୁ ପ୍ରାପ୍ତ ଇନପୁଟ ଆଧାରରେ ପ୍ରଦାନ କରାଯାଇଥାଏ ।

ଏହାପୂର୍ବରୁ ପଞ୍ଜାବରେ ମାନ୍ ସରକାର ତୁରନ୍ତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କ୍ୟାବିନେଟରୁ ହଟାଇ ଦେଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ପରେ ସିଏମ୍ ଭଗୱନ୍ତ ମାନ୍ କହିଛନ୍ତି ଯେ ମୋ ସରକାରର ଜଣେ ମନ୍ତ୍ରୀ (ବିଜୟ ସିଙ୍ଗଲା) ପ୍ରତ୍ୟେକ ଟେଣ୍ଡର ପାଇଁ କମିଶନ ଦାବି କରୁଥିବା ଅଭିଯୋଗ ହେବା ପରେ ମୁଁ ଏହାକୁ ଗମ୍ଭୀରତାର ସହ ନେଇଥିଲି । ମୁଁ ସେହି ମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରୁଛି । ଏଥି ସହ ବର୍ତ୍ତମାନ ମୋହାଲି କୋର୍ଟ ପଞ୍ଜାବର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+