Get Updates
Get notified of breaking news, exclusive insights, and must-see stories!

ଭଗୱନ୍ତ ମାନ ସରକାରଙ୍କୁ ବଡ ଝଟକା, 424 ଭିଆଇପିଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଜାବ ହରିୟାଣା ହାଇକୋର୍ଟ ଆଜି କହିଛନ୍ତି ଯେ 420 ରୁ ଅଧିକ ଭିଭିଆଇପି ପାଇଁ ସୁରକ୍ଷା କଭର ପୁନଃ ସ୍ଥାପିତ ହେବ ।

ଚଣ୍ଡିଗଡ଼ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିବାର ପାଞ୍ଚ ଦିନ ପରେ ଭିଭିଆଇପିଙ୍କ ହଟାଇବା ପାଇଁ ପଞ୍ଜାବ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ପଞ୍ଜାବ ହରିୟାଣା ହାଇକୋର୍ଟ ଆଜି କହିଛନ୍ତି ଯେ 420 ରୁ ଅଧିକ ଭିଭିଆଇପି ପାଇଁ ସୁରକ୍ଷା କଭର ପୁନଃ ସ୍ଥାପିତ ହେବ ।

Bhagwant Mann

ପଞ୍ଜାବରେ ଭିଭିଆଇପି ସୁରକ୍ଷା ପ୍ରତ୍ୟାହାର ନେଇ ପଞ୍ଜାବ ହରିୟାଣା ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନ ଶୁଣାଣି ବେଳେ କୋର୍ଟ ଗତ ଶୁଣାଣିରେ ସରକାରଙ୍କଠାରୁ ଜବାବ ମାଗିଥିଲେ ।

ମିଳିଥିବା ଖବର ଅନୁଯାୟୀ, ଭିଭିଆଇପି ସୁରକ୍ଷା ପ୍ରତ୍ୟାହାର ପାଇଁ ଆବେଦନ କରାଯାଇଥିବା ଶୁଣାଣି ବେଳେ ପଞ୍ଜାବ ହରିୟାଣା ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ 424 ଜଣଙ୍କ ସୁରକ୍ଷା ପ୍ରତ୍ୟାହାର ହୋଇଛି ସେମାନଙ୍କୁ 7 ଜୁନ୍ ସୁଦ୍ଧା ସୁରକ୍ଷା ଯୋଗାଇ ଦିଅନ୍ତୁ । ପୂର୍ବତନ ମନ୍ତ୍ରୀ ଓପି ସୋନି ଏହି ପିଟିସନ ଦାଖଲ କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ ପଞ୍ଜାବର ଭଗୱନତ ମାନ ସରକାର ନିକଟରେ ସୁରକ୍ଷା ସମୀକ୍ଷା ପରେ 424 ଜଣଙ୍କ ସୁରକ୍ଷା ହ୍ରାସ କରିବା ସହ ପ୍ରତ୍ୟାହାର କରିନିଆଯାଇଛି । ଯେଉଁମାନଙ୍କ ସୁରକ୍ଷା ପ୍ରତ୍ୟାହାର ହୋଇଥିଲା ସେମାନଙ୍କ ମଧ୍ୟରେ ଗାୟକ ସିଦ୍ଧୁ ମୁସେୱାଲା ମଧ୍ୟ ଥିଲେ । ସୁରକ୍ଷା ହଟାଇବା ସୂଚନା ପଞ୍ଜାବ ସରକାରଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିଲା । ଏହି ଘଟଣା ପରେ ବର୍ତ୍ତମାନ ପଞ୍ଜାବ ସରକାରକୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+