Get Updates
Get notified of breaking news, exclusive insights, and must-see stories!

ସେନାରେ ଯୋଗ ଦେଲେ ପୁଲଓ୍ଵାମା ସହିଦଙ୍କ ପତ୍ନୀ

ଭାରତୀୟ ସେନାରେ ସାମିଲ ହେଲେ ପୁଲୱାମା ସହିଦଙ୍କ ପତ୍ନୀ । 2019 ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୁତି ଶଙ୍କର ଧୌଣ୍ଡିଆଲଙ୍କ ପତ୍ନୀ ନୀତିକା କୌଶଲ ଆଜି ଭାରତୀୟ ସେନାରେ ଯୋଗ ଦେଇଛନ୍ତି

ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେଲେ ପୁଲୱାମା ସହିଦଙ୍କ ପତ୍ନୀ । 2019 ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୁତି ଶଙ୍କର ଧୌଣ୍ଡିଆଲଙ୍କ ପତ୍ନୀ ନୀତିକା କୌଶଲ ଆଜି ଭାରତୀୟ ସେନାରେ ଯୋଗ ଦେଇଛନ୍ତି । ନୀକିତା ଭାରତୀୟ ସେନାରେ ଜଣେ ଲେଫ୍ଟନାଣ୍ଟ ହୋଇଛନ୍ତି । ନୀକିତା ଆଜି ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ସହିଦ ମେଜର ବିଭୁତି ଶଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Indian Army

ଶନିବାର ଅଫିସର୍ ଟ୍ରେନିଂ ଏକାଡେମୀ (OTA)ର ଏକ ପାସ୍ ପ୍ୟାରେଡ୍ ହୋଇଥିଲା । ଏହି ଅବସରରେ ଅନେକ କ୍ୟାଡେଟ୍ ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ଦେଶର ସେବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସମସ୍ତ ନଜର ଥିଲା ଲେଫ୍ଟନାଣ୍ଟ ନିତିକାଙ୍କ ଉପରେ । ନୀତିକା ମଧ୍ୟ ସମାନ ୟୁନିଫର୍ମ ପିନ୍ଧିଥିଲେ ଯାହା ପୂର୍ବରୁ ତାଙ୍କ ଶହୀଦ ସ୍ୱାମୀ ମେଜର ବିଭୁତି ଶଙ୍କର ଧୌଣ୍ଡିଆଲ ପିନ୍ଧିଥିଲେ।

ସୂଚନା ଥାଉକି, 14 ଫେବୃଆରୀ 2019 ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମେଜର ବିଭୁତି ଶଙ୍କର ଧୌଣ୍ଡିଆଲ ସହିଦ ହୋଇଥିଲେ । ଏହା ପରେ ନୀକିତା କହିଥିଲେ ଯେ ବିଭୂତିଙ୍କ ପଥ ଅନୁସରଣ କରିବା, ତାଙ୍କର ଅସମାପ୍ତ କାର୍ଯ୍ୟ ସମାପ୍ତ କରିବା ମୋର କାମ ଏବଂ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି ।

ଆହ୍ଲାବାଦରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ଗତ ବର୍ଷ ଠାରୁ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ଟ୍ରେନିଂ ନେଉଥିଲେ । ସେନାରେ ସାମିଲ୍ ହେବା ପୂର୍ବରୁ ନୀତିକା ଏଚସିଏଲ କମ୍ପାନୀରେ ଚାକିରି କରିଥିଲେ । ସ୍ୱାମୀ ଶହୀଦ ହେବା ପରେ ସେ ଚାକିରି ଛାଡ଼ି ଦେଇଥିଲେ । କିଛି ସେନା ଅଧିକାରୀ ତାଙ୍କୁ ପରୀକ୍ଷା ପାଇଁ ମାର୍ଗଦର୍ଶକ ସାଜିଥିଲେ । ଏହାପରେ 2019 ରେ ସେ ଏସଏସସି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+