Get Updates
Get notified of breaking news, exclusive insights, and must-see stories!

ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ

ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ବିଜପିରୁ ବହିଷ୍କୃତ ନେତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଛି । ଏପରିକି କେତେକ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଉପୁଜିଛି ।

ନୂଆଦିଲ୍ଲୀ : ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ବିଜପିରୁ ବହିଷ୍କୃତ ନେତା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଛି । ଏପରିକି କେତେକ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଉପୁଜିଛି । ବିରୋଧ ପ୍ରଦର୍ଶନରେ ବିକ୍ଷୋଭକାରୀ ନୁପୁର ଶର୍ମାଙ୍କ ଗିରଫ ଦାବି କରୁଛନ୍ତି । ଏଥି ସହିତ ଏହି ବିବାଦୀୟ ମନ୍ତବ୍ୟ ମାମଲାରେ ସାମିଲ ଥିବା ନବୀନ କୁମାର ଜିନ୍ଦଲଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

protest

ଶୁକ୍ରବାର ଦିନ ନମାଜ ପାଠ ପରେ ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ମସଜିଦ ସାମ୍ନାରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀରୁ ହାଇଦ୍ରାବାଦ ଏବଂ ୟୁପିରୁ ପଶ୍ଚିମବଙ୍ଗ ଏବଂ ପଞ୍ଜାବର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଛି ।

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଲୋକମାନେ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ । ଏହି ପଥର ମାଡ଼ରେ ପ୍ରୟାଗରାଜ ADG ଙ୍କ ଗାଡି ମଧ୍ୟ ନଷ୍ଟ ହୋଇଯାଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ୍ ନିୟୋଜିତ ହୋଇଛନ୍ତି ।

କର୍ଣ୍ଣାଟକରେ ମଧ୍ୟ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ କାଲବୁର୍ଗିର ମୁସଲିମ୍ ଠକ୍ ଠାରେ ରଜା ଏକାଡେମୀ ପକ୍ଷରୁ ବିରୋଧ କରାଯାଇଛି ।
ସେହିପରି ପଶ୍ଚିମବଙ୍ଗରେ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ବିବାଦୀୟ ଧାର୍ମିକ ମନ୍ତବ୍ୟ ବିରୋଧରେ କୋଲକାତାର ପାର୍କ ସର୍କସରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ପଞ୍ଜାବର ଲୁଧିଆନା ଜାମା ମସଜିଦ ସାମ୍ନାରେ ମଧ୍ୟ ନିଲମ୍ବିତ ବିଜେପି ନେତାଙ୍କୁ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+